ଆସୁଛି ଗେ’ ଓ ଲେସବିଆନଙ୍କ ବଲିଉଡ୍‌ ଫିଲ୍ମ


ଜରୀନ ଖାନ ଓ ଅଂଶୁମାନ ଝାଙ୍କ ଆଗାମୀ ସିନେମା ‘ହମ୍‌ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’ର ୱାର୍ଲ୍ଡ ପ୍ରିମିଅର ସାଉଥ୍‌ ଏସିଆନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ କରାଯିବ। ଏହି ସିନେମାଟି ଜଣେ ଗେ’ (ପୁରୁଷ ସମଲିଙ୍ଗୀ) ଓ ଜଣେ ଲେସ୍‌ବିଆନଙ୍କ (ମହିଳା ସମଲିଙ୍ଗୀ) କାହାଣୀ ଉପରେ ଆଧାରିତ। ଏହି ଫିଲ୍ମର ସ୍କ୍ରିନିଂ ଆସନ୍ତା ୨୨ରେ ମାନ୍‌ହଟ୍ଟନଠାରେ ଫେଷ୍ଟିଭାଲର ଫ୍ରାଇଡେ’ ନାଇଟ୍‌ ପ୍ରିମିଅରରେ କରାଯିବ।

ୱାଲ୍ଡ ପ୍ରିମିଅର ସମ୍ପର୍କରେ ଶୁଣିବା ପରେ ଜରୀନ କହିଛନ୍ତି ଯେ ସେ ନିଜକୁ ବିଶ୍ବର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛନ୍ତି। କାରଣ ତାଙ୍କ ସିନେମାର ପ୍ରିମିଅର ନ୍ୟୁୟର୍କରେ ହେବାକୁ ଯାଉଛି। ଏହି ଫିଲ୍ମ ତାଙ୍କ ହୃଦୟର ବହୁତ ନିକଟତର। ଏହି ଫିଲ୍ମ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ତାଙ୍କର ଆଶା ରହିଛି। ‘ହମ୍‌ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’ ସିନେମାର ଶୁଟିଂ ବେଳେ ସେମାନଙ୍କୁ ଯେତିକି ମଜା ଆସୁଥିଲା, ଦର୍ଶକଙ୍କୁ ଏହା ଦେଖିବାକୁ ମଧ୍ୟ ସେତିକି ମଜା ଆସିବ ବୋଲି ଜରୀନ କହିଛନ୍ତି। ଏହି ଫେଷ୍ଟିଭାଲ୍‌ର ଆୟୋଜନ ୨୦ରୁ ୨୪ ନଭେମ୍ବର ମଧ୍ୟରେ କରାଯିବ। ଏହାପରେ ଆସନ୍ତା ବର୍ଷ ୧୪ ଫେବ୍ରୁଆରୀ ୨୦୨୦ରେ ଏହି ଫିଲ୍ମ ଭାରତରେ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ