ଅଡ଼ୁଆରେ ‘ମୋତିଚୂର, ଚକନାଚୂର’, ଘୁଞ୍ଚିଲା ରିଲିଜ୍‌ ଡେଟ୍‌


ନୱାଜୁଦ୍ଦିନ ସିଦ୍ଦିକି ଓ ଆଥିଆ ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ‘ମୋତିଚୂର, ଚକନାଚୂର’କୁ ନେଇ ଚର୍ଚ୍ଚା ଛାଇ ହୋଇ ରହିଛି। ପୂର୍ବରୁ ଏହି ଫିଲ୍ମ ୧୫ ନଭେମ୍ବରରେ ରିଲିଜ୍‌ ହେବାକୁ ଥିଲା। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଉପରେ ରୋକ ଲଗାଯାଇଛି। ଏବେ ଏହା ୧୫ ନଭେମ୍ବରରେ ରିଲିଜ୍‌ ହେବ ନାହିଁ ବୋଲି ଜଣାପଡ଼ିଛି।

ମିଡିଆ ରିପୋର୍ଟ ମୁତାବକ ବିହାର ସିଭିଲ୍‌ କୋର୍ଟ ନିର୍ଦେଶରେ ‘ମୋତିଚୂର, ଚକନାଚୂର’ର ରିଲିଜ୍‌ ଉପରେ ରୋକ ଲଗାଯାଇଛି। ଜଣେ ଲୋକାଲ ଡିଷ୍ଟ୍ରିବ୍ୟୁଟର ଏହି ଫିଲ୍ମର ରାଇଟ୍‌ ଉପରେ ନିଜ ଦାବି ଜାହିର କରିଛନ୍ତି। ଏନେଇ ତାଙ୍କ ପାଖରେ ଦସ୍ତାବିଜ୍‌ ରହିଥିବା ମଧ୍ୟ ସେ ଦାବି କରିଛନ୍ତି। ମିଳିଥିବା ଖବର ଅନୁସାରେ ଏହି ଫିଲ୍ମର ପ୍ରଯୋଜକ ରାଜେଶ ଭାଟିଆଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଡ୍ୟୁଜ୍‌ କ୍ଲିଅର କରୁ ନାହାନ୍ତି। ଏହି କାରଣରୁ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଯାଇଛି।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ରାଜେଶ ପୂର୍ବରୁ ନିର୍ଦେଶକ ଦେବମିତ୍ରଙ୍କୁ ବାହାର କରି ଦେଇଥିଲେ। ଦେବମିତ୍ର ବମ୍ବେ ହାଇକୋର୍ଟରେ ଟ୍ରେଲର ଉପରେ ରୋକ ଲଗାଇବାକୁ ଯାଚିକା ଦାଏର କରିଥିଲେ। ଏହାପରେ ବମ୍ବେ ହାଇକୋର୍ଟ ଫିଲ୍ମ ‘ମୋତିଚୂର, ଚକନାଚୂର’ର ଟ୍ରେଲର ଉପରେ ରୋକ ଲଗାଇଥିଲେ। ସୂଚନାଯୋଗ୍ୟ ଯେ ଦେବମିତ୍ର ନିଜ ଡ୍ୟୁଜ୍‌ କ୍ଲିଅର କରାଯାଇ ନ ଥିବା କାରଣ ଦର୍ଶାଇ ଅଦାଲତରେ ଯାଚିକା ଦାଏର କରିଥିଲେ। ଯଦିଓ ପରେ ଅଦାଲତ ଏହି ରୋକ ହଟାଇ ଦେଇଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଆଥିଆଙ୍କୁ ମଧ୍ୟ ପୂରା ପାଉଣା ମିଳି ନାହିଁ। ଫିଲ୍ମ ‘ମୋତିଚୂର, ଚକନାଚୂର’ ଜଣେ ୩୬ ବର୍ଷୀୟ ଯୁବକଙ୍କ କାହାଣୀ, ଯିଏ ନିଜ ପାଇଁ ପତ୍ନୀ ଖୋଜିବାର ଚେଷ୍ଟା ଚଳାଇଛନ୍ତି। ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ