ସଙ୍ଗୀତପ୍ରେମୀଙ୍କୁ ଝୁମାଇବେ କେଟୀ ପେରୀ, କରନ ଦେବେ ୱେଲ୍‌କମ୍‌ ପାର୍ଟି


ଭାରତର ସଙ୍ଗୀତପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ମୁମ୍ବାଇରେ ଆସି ପହଞ୍ଚି ଯାଇଛନ୍ତି ହଲିଉଡ୍‌ ପପ୍‌ଷ୍ଟାର କେଟୀ ପେରୀ। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ମଙ୍ଗଳବାର ଭୋର୍‌ରୁ ତାଙ୍କୁ ଦେଖିବାକୁ ମିଳିଥିଲା। ଆସନ୍ତା ୧୬ ନଭେମ୍ବରରେ ମୁମ୍ବାଇରେ ହେବାକୁ ଥିବା ୱାନ୍‌ ପ୍ଲସ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପରଫର୍ମ କରିବା ଲାଗି କେଟୀ ପେରୀ ଭାରତରେ ପହଞ୍ଚିଛନ୍ତି। ଏଣୁ ସଙ୍ଗୀତପ୍ରେମୀମାନେ ବେଶ୍‌ ଉତ୍ସାହିତ ହୋଇଛନ୍ତି। କୁହାଯାଉଛି ଯେ ପପ୍‌ଷ୍ଟାର ପ୍ରଥମ ଥର ମୁମ୍ବାଇ ଆସିଥିବାବେଳେ ଫିଲ୍ମ ନିର୍ମାତା କରନ ଜୋହର ତାଙ୍କୁ ୱେଲ୍‌କମ୍‌ ପାର୍ଟି ଦେବାକୁ ଯାଉଛନ୍ତି। ଏହି ପାର୍ଟିରେ ବି-ଟାଉନ୍‌ର ନାମୀଦାମୀ କଳାକାର ସାମିଲ୍‌ ହେବେ ବୋଲି ଜଣାପଡ଼ିଛି।

ରିପୋର୍ଟ ମୁତାବକ କରନ ଜୋହର ପପ୍‌ଷ୍ଟାର କେଟୀଙ୍କ ପାଇଁ ଡିନର ଓ କକ୍‌ଟେଲ୍‌ ପାର୍ଟି ରଖିବେ। ଏଥିପାଇଁ ସେ ନାମୀଦାମୀ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଇବେ। ତେବେ ଏହି ପାର୍ଟି କରନ କେବେ ଦେବେ, ସେସମ୍ପର୍କରେ କିଛି ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ କରନ ୱିଲ୍‌ ସ୍ମିଥ୍‌ଙ୍କ ଭଳି ଷ୍ଟାର୍‌ଙ୍କ ପାଇଁ ମଧ୍ୟ ପାର୍ଟି ରଖି ସାରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ୱାନ୍‌ପ୍ଲସ୍‌ ମ୍ୟୁଜିକ୍‌ ଫେଷ୍ଟିଭାଲରେ କେଟୀଙ୍କ ସହିତ ଡୁଆ ଲିପ ମଧ୍ୟ ସାମିଲ୍‌ ହେବାକୁ ଯାଉଛନ୍ତି। ଏହି ଅନ୍ତର୍ଜାତୀୟ ଷ୍ଟାର୍‌ଙ୍କ ସହିତ ଭାରତୀୟ ମ୍ୟୁଜିସିଆନ୍‌ ଅମିତ ତ୍ରିବେଦୀ, ଋତ୍ବିକ, ଦ ଲୋକାଲ ଟ୍ରେନ୍‌ ବ୍ୟାଣ୍ଡ ମଧ୍ୟ ଏହି ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପରଫର୍ମ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ