ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ସରକାର ସମ୍ଭାବନା


ମହାରାଷ୍ଟ୍ର ମହାନାଟକର ଅନ୍ତିମ ଦୃଶ୍ୟକୁ ଅପେକ୍ଷା ରହିଛି। କଂଗ୍ରେସ କାର୍ଯ୍ୟକାରିଣୀ ନିଷ୍ପତ୍ତି ଉପରେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନିର୍ଭର କରୁଛି। ଦୀର୍ଘ ୧୭ ଦିନ ହେଲା ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ, ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୋମବାର ଶିବସେନା ରାଜ୍ୟାପାଳଙ୍କୁ ଭେଟି ସରକାର ଗଠନ ପାଇଁ ଆଗ୍ରହୀ ବୋଲି କହିବା ଓ ଏଥିପାଇଁ ସମୟ ମାଗିବା ଓ ରାଜ୍ୟାପାଳ ସମୟ ଦେବାକୁ ମନା କରି ଏନ୍‌ସିପିକୁ ୨୪ ଘଣ୍ଟା ମଧ୍ୟରେ ସରକାର ଗଠନ କରିବା ନେଇ ଜଣାଇବାକୁ କହିବା ମହାରାଷ୍ଟ୍ର ରାଜନୀତିକୁ ଅଧିକ ଜଟିଳ କରିଛି। ଏହିପରି ସ୍ଥିତିରେ ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କାର୍ଯ୍ୟକାରିଣୀ କ’ଣ ନିଷ୍ପତ୍ତି ନେଉଛି, ତାହାକୁ ଏନ୍‌ସିପି ଓ ଶିବସେନା ଅପେକ୍ଷା କରିଛନ୍ତି।

କଂଗ୍ରେସ ମହଲରୁ ମିଳି୍‌ଥିବା ସୂଚନାନୁସାରେ ଶିବସେନାକୁ ସରକାର ଗଠନ ନେଇ ଦଳ ମଧ୍ୟରେ ସହମତିର ଅଭାବ ରହିଛି। କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାରୁ ଅନ୍ୟନ୍ୟ ବିଷୟକୁ ବିଚାର କରୁଛି। ଏସବୁ ସତ୍ତ୍ବେ କେବଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କିଛିଟା ସାଲିସ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ସେହିପରି ଯେଉଁ ମୁଖ୍ୟମନ୍ତ୍ରୀ ପଦ ଦାବି ପାଇଁ ଶିବସେନା ବିଜେପି ହାତ ଛାଡ଼ିଛି, ତାହାକୁ ମଧ୍ୟ କଂଗ୍ରେସ ବିଚାର କରୁଥିବା କୁହାଯାଉଛି। ବୁଝାମଣା ଅନୁସାରେ ରାଜ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବେ ସରକାର ଗଠନ କରି ଶିବସେନା ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ପାରନ୍ତି ବୋଲି ବିଚାରବିମର୍ଶ ଆରମ୍ଭ ହୋଇଛି। ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ଏହି ଦଳ ଯେ କଂଗ୍ରେସ ଓ ଏନ୍‌ସିପିକୁ ସମର୍ଥନ କରିବ, ଏହା କୁହାଯାଇ ନ ପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ