ସବୁ ଓଲଟପାଲଟ: ୨୪ ଘଣ୍ଟାରେ ସରକାର ଗଢ଼ିବାକୁ ଏନ୍‌ସିପିକୁ ଡକରା

-ରାଜ୍ୟପାଳଙ୍କୁ ଭେଟିଛନ୍ତି ଏନସିପିର ଛଗନ ଭୁଜବଲ, ଜୟନ୍ତ ପାଟିଲ ଓ ଅନ୍ୟ ବରିଷ୍ଠ ନେତା

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଫଳାଫଳ ବାହାରିବାର ୧୮ ଦିନ ପରେ ବି ସେଠାରେ ସରକାର ଗଠନ ହୋଇପାରୁନି। ଏକକ ବୃହତ୍ତମ ଦଳ ବିଜେପି ସରକାର ଗଢ଼ିବା ଦାବିରୁ ଓହରିବା ପରେ ରାଜ୍ୟପାଳ ଶିବସେନାକୁ ଓ ଏବେ ଏନ୍‌ସିପିକୁ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିଛନ୍ତି।

ଶିବସେନା ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିବାରେ ବିଫଳ ହେବା ପରେ ରାଜ୍ୟପାଳ ତୃତୀୟ ସବୁଠୁ ବଡ଼ ଦଳ ଏନ୍‌ସିପିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି। ରାଜ୍ୟପାଳ ଏନସିପିକୁ ସରକାର ଗଢ଼ିବାକୁ ଦାବି ଉପସ୍ଥାପନ ଲାଗି ୨୪ ଘଣ୍ଟାର ମହଲତ ଦେଇଛନ୍ତି। ଏହା ଅନୁଯାୟୀ ଏନସିପିକୁ ଆସନ୍ତାକାଲି ରାତି ୮ଟା ୩୦ ସୁଦ୍ଧା ଦାବି ଉପସ୍ଥାପନ କରିବାକୁ ପଡ଼ିବ। ରାଜ୍ୟପାଳଙ୍କୁ ଭେଟିବା ପରେ ଏନସିପି ନେତା ଏହି ସୂଚନା ଦେଇଛନ୍ତି। ରାଜ୍ୟପାଳ ଏନସିପି ନେତାଙ୍କ ସହିତ ପ୍ରାୟ ୧୫ ମିନିଟ୍ ଆଲୋଚନା କରିଛନ୍ତି। ଏହି ସମୟରେ ଛଗନ ଭୁଜବଲ, ଜୟନ୍ତ ପାଟିଲ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଜୟନ୍ତ ପାଟିଲ କହିଛନ୍ତି ଯେ ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ ଆମ ଦଳ ତୃତୀୟ ସବୁଠୁ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ଆମକୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଛନ୍ତି। ଆମେ ନିଜର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ଶୀଘ୍ର ସରକାର ଗଢ଼ିବା ବିଷୟରେ ଅବଗତ କରାଇବୁ ବୋଲି ରାଜ୍ୟପାଳଙ୍କୁ ସେ କହିଛନ୍ତି। ଦାବି ଉପସ୍ଥାପନ କରିବାକୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ରାଜ୍ୟପାଳ। ରାଜ୍ୟପାଳଙ୍କଠୁ ସରକାର ଗଢ଼ିବାକୁ ଆମନ୍ତ୍ରଣ ମିଳିବା ପରେ ଏନସିପି ମଙ୍ଗଳବାର ଅପରାହ୍ନ ୧ଟାରେ କୋର ଗ୍ରୁପ ବୈଠକ ଡକାଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜର ବରିଷ୍ଠ ନେତାଙ୍କ ବୈଠକ କାଲି ପୂର୍ବାହ୍ନ ୧୦ଟାରେ ଡକାଇଛି। ଏହା ପୂର୍ବରୁ ଶିବସେନା ନେତା ଆଦିତ୍ୟ ଠାକ୍‌ରେଙ୍କ ନେତୃତ୍ଵରେ ଦଳ ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିପାରି ନ ଥିଲେ। ମାତ୍ର ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ଦୁଇ ଦିନର ସମୟ ମାଗିଥିଲେ। ମାତ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶିବସେନାକୁ ସମୟ ଦେବାକୁ ମନା କରି ଦେଇଥିଲେ। ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପିର ଘନଘନ ବୈଠକ ପରେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇ ପାରି ନାହିଁ।

ରାଜ୍ୟପାଳଙ୍କୁ ଭେଟିବା ପରେ ଆଦିତ୍ୟ ଠାକରେ କହିଛନ୍ତି ଯେ ସରକାର ଗଠନ ଲାଗି ଆମନ୍ତ୍ରଣ ମିଳିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ୨୪ ଘଣ୍ଟା ଭିତରେ ସରକାର ଗଠନ ନେଇ ପଚରା ଯାଇଥିଲା। ଆମେ ଦୁଇ ଦିନର ସମୟ ମାଗିଥିଲୁ। ମାତ୍ର ରାଜ୍ୟପାଳ ସମୟ ଦେବାକୁ ମନା କରି ଦେଇଥିଲେ। କିନ୍ତୁ ଆନୁଷ୍ଠାନିକ ଭାବେ ସରକାର ପରିପ୍ରେକ୍ଷୀରେ ଆମର ଦାବି ଉପସ୍ଥାପନ ଖାରଜ କରି ନାହାନ୍ତି ରାଜ୍ୟପାଳ ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।