ଆଗାମୀ ୧୫ ବର୍ଷରେ ଭାରତୀୟ ଅର୍ଥନୀତି ୧୦ ଟ୍ରିଲିଅନ୍‌ ଡଲାରରେ ପହଞ୍ଚିବ: ରାଜନାଥ


ଭାରତର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଶକ୍ତିଶାଳୀ ପଦକ୍ଷେପ ନେଉଥିବା ବେଳେ ଏହା ଆସନ୍ତା ୨୦୨୪ ସୁଦ୍ଧା ୫ ଟ୍ରିଲିଅନ୍‌ ଡଲାର୍‌ରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଆଶା ପ୍ରକାଶ କରିଥିଲେ। ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ ସମୟରେ ଦେଶର ଅର୍ଥନୈତିକ ବିକାଶର ଗତି ଯାହା ରହିଛି, ତାହା ଜାରି ରହିଲେ ଆଗାମୀ ୧୫ ବର୍ଷ ସୁଦ୍ଧା ଭାରତୀୟ ଅର୍ଥନୀତି ୧୦ ଟ୍ରିଲିଅନ୍‌ ଡଲାର୍‌ରେ ପହଞ୍ଚିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଠାରେ ପ୍ରତିରକ୍ଷା ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜନାଥ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର କ୍ଷମତା ଯାହା, ସେଥିରେ ଏହା ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ ୧୦ ଟ୍ରିଲିଅନ୍‌ ଡଲାର୍‌କୁ ଛୁଇଁପାରିବ।

ଭାରତର ପ୍ରତିରକ୍ଷା ଶିଳ୍ପକୁ ଆସନ୍ତା ୨୦୨୫ ସୁଦ୍ଧା ୨୬ ବିଲିଅନ୍‌ ଡଲାର୍‌ରେ ପହଞ୍ଚାଇବାକୁ ହେଲେ ଦେଶର ଘରୋଇ କ୍ଷେତ୍ରରେ ସକ୍ରିୟ ଥିବା କମ୍ପାନୀମାନେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାର ଆବଶ୍ୟକତା ରହିଛି ବୋଲି ଗତ ମାସରେ ରାଜନାଥ କହିଥିଲେ। ସୋମବାର ରାଜନାଥ କହିଛନ୍ତି ଯେ ଭାରତର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ପ୍ରତିରକ୍ଷା କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଗାମୀ ଦିନରେ ଦେଶରେ ଏକ ବିଶ୍ବସ୍ତରୀୟ ଘରୋଇ ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଶିଳ୍ପ ଆତ୍ମନିର୍ଭରଶୀଳ ହେବା ସହ ଆମଦାନି ଉପରେ କମ୍‌ ନିର୍ଭରଶୀଳ ହୋଇପାରିଲେ, ଦେଶର ଅର୍ଥନୀତି ବେଶ୍‌ ସୁଦୃଢ଼ ହୋଇପାରିବ ବୋଲି ଏଠାରେ ଚାଲିଥିବା ୨୨ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସିକ୍ୟୁରିଟି ଏକ୍ସପୋ-୨୦୧୯ (ପ୍ରତିରକ୍ଷା ଓ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି)ରେ ଯୋଗଦେଇ ରାଜନାଥ ମତ ପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ