ପଶ୍ଚିମବଙ୍ଗରେ ‘ବୁଲ୍‌ବୁଲ୍‌’ର ତାଣ୍ଡବ: ୧୦ ମୃତ, ମମତାଙ୍କ ସହ କଥାହେଲେ ମୋଦି ଓ ଶାହ


ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ କୋଲ୍‌କାତାର ଦକ୍ଷିଣ ଦିଗରେ ୧୦୦ କିମି ଦୂରବର୍ତ୍ତୀ ସାଗର ଦ୍ବୀପରେ ଲ୍ୟାଣ୍ଡ୍‌ଫଲ୍‌ କରିବା ପରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୀମାନ୍ତବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗରେ ‘ବୁଲ୍‌ବୁଲ୍‌’ ରଚିଥିବା ତାଣ୍ଡବରେ ସମୁଦାୟ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ତେବେ ସରକାରୀ ଭାବେ ୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ବାତ୍ୟା 'ବୁଲ୍‌ବୁଲ୍‌' ଲ୍ୟାଣ୍ଡଫଲ୍‌ କରିବା ପରେ ଗଭୀର ଅବପାତର ରୂପ ନେବା ପୂର୍ବରୁ ବର୍ଷା ସହ ଘଣ୍ଟା ପ୍ରତି ୧୨୫ କିମିରୁ ଊର୍ଦ୍ଧ୍ବ ବେଗରେ ପବନ ବହିବା ଫଳରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଫଳରେ କର୍ତ୍ତୃପକ୍ଷ ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ୨୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ଶହଶହ ଘର ଏହି ବାତ୍ୟାରେ ଭାଙ୍ଗିଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ସକାଶେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ମମତା ଉତ୍ତର ବେଙ୍ଗଲ ଗସ୍ତରେ ଯିବାକୁ ଥିଲେ ହେଁ ‘ବୁଲ୍‌ବୁଲ୍‌’ର ତାଣ୍ଡବ କାରଣରୁ ସେ ଏହାକୁ ବାତିଲ୍‌ କରିଛନ୍ତି। ତେବେ ସେ ସୋମବାର ପ୍ରଭାବିତ ନାମଖାନା ଓ ବଖାଲି ଅଞ୍ଚଳର ସ୍ଥିତି ଆକାଶମାର୍ଗରୁ ବୁଲି ଦେଖିବେ ବୋଲି ଟ୍ବିଟ୍‌ କରି ଜଣାଇଛନ୍ତି।

ଏଥିସହ ବୁଲ୍‌ବୁଲ୍‌ ଅଧିକତର ରାଜ୍ୟ ବାହାରକୁ ଚାଲିଗଲାଣି ଓ ଏଥିରେ ରାଜ୍ୟବାସୀ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି ମମତା ଅନୁରୋଧ କରିଛନ୍ତି। ଏଥିସହ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବାକୁ ମଧ୍ୟ ମମତା ପରାମର୍ଶ ଦେଇଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଗଛ ଉପୁଡ଼ିପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେହିପରି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାଠାରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଦ୍ରୁତ ଗତିରେ ପବନ ବହୁଥିବାରୁ ଗଛ ଉପୁଡ଼ିପଡ଼ିବା ସହ କଚ୍ଚାଘରସବୁ ଭାଙ୍ଗିରୁଜି ଯାଇଛି। ଅନେକ ସ୍ଥାନରେ ଘରର ଛପର ଉଡ଼ିଯାଇ ଥିବାରୁ ଲୋକମାନେ ବାସହରା ହୋଇଯାଇଛନ୍ତି।  ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରେ ୧୦ଟି ଟିମ୍‌ ମୁତୟନ ହୋଇଥିବା ସୂଚନା ମିଳିଛି।ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ସକାଶେ କାକଦ୍ବୀପଠାରେ ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟିବେ। ମୋଦିଙ୍କ ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ମମତାଙ୍କ ସହ ଆଲୋଚନା କରିବା କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ସେ ଏହି ପ୍ରାକୃତିକ ଦୁର୍ବିପାକ ସମୟରେ ସମସ୍ତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।