ଏବେ ରଣବୀରଙ୍କ ବ୍ୟାଟ୍‌ରୁ କପିଲଙ୍କ ନଟରାଜ ଶଟ୍‌


ବଲିଉଡ୍‌ ଅଭିନେତା ରଣବୀର ସିଂ ଏବେ ନିଜର ବହୁପ୍ରତୀକ୍ଷିତ ସିନେମା ‘୮୩’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ବର୍ଷ ୧୯୮୩ରେ ଭାରତୀୟ କ୍ରିକେଟ୍‌ ଦଳ ବିଶ୍ବକପ୍‌ ଜିତିଥିଲା। ଟିମ୍‌ ଇଣ୍ଡିଆର ଏହି ବିଜୟ ପଛରେ ପୁରୋଧା ଥିବା ସେତେବେଳର ଅଧିନାୟକ କପିଲ ଦେବଙ୍କ ଉପରେ ଏହି ‘୮୩’ ସିନେମା ନିର୍ମାଣ କରାଯାଉଛି। ଫିଲ୍ମରେ କପିଲ ଦେବଙ୍କ ଚରିତ୍ରରେ ରଣବୀର ସିଂ ଅଭିନୟ କରୁଛନ୍ତି। କପିଲ ଦେବଙ୍କ ବାୟୋପିକ୍‌ର ନିର୍ଦେଶନା କବୀର ଖାନ ଦେଉଛନ୍ତି। ଏହି ଫିଲ୍ମ ମାଧ୍ୟମରେ ପୁଣିଥରେ ଭାରତର ସେହି ଐତିହାସିକ ବିଜୟ ପ୍ରଶଂସକମାନେ ଦେଖିବାର ସୁଯୋଗ ପାଇବେ।

ଏହି ଫିଲ୍ମ ପାଇଁ ରଣବୀର ପଡ଼ିଆରେ ଜୋର୍‌ଦାର ଝାଳ ବୁହାଉଥିବା ଅନେକ ଥର ଦେଖିବାକୁ ମିଳିସାରିଛି। ଯେବେଠାରୁ ରଣବୀର ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି, ସେବେଠାରୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ନିଜ କ୍ରିକେଟ୍‌ ଟ୍ରେନିଂ ସମୟର ଅନେକଗୁଡ଼ିଏ ଫଟୋ ଶେୟାର କରିବାରେ ଲାଗିଛନ୍ତି। ଯାହା ସୋସାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏବେ ଏହି ଫିଲ୍ମର ଆଉ ଏକ ଫଟୋ ଇଣ୍ଟରନେଟ୍‌ରେ ଛାଇ ହୋଇରହିଛି। ଯାହାକୁ ନିଜେ ରଣବୀର ଇନ୍‌ଷ୍ଟାଗ୍ରାମ୍‌ରେ ସୋମବାର ଶେୟାର କରିଛନ୍ତି। ଏହି ଫଟୋରେ ରଣବୀର ପୁଣିଥରେ କପିଲ ଦେବଙ୍କ ନଟରାଜ ଶଟ୍‌ ଲଗାଉଥିବା ନଜର ଆସୁଛନ୍ତି।

ରଣବୀରଙ୍କ ପ୍ରଶଂସକଙ୍କୁ ତାଙ୍କର ଏହି ଫଟୋ ଖୁବ୍‌ ପସନ୍ଦ ଆସିଛି। ଏହି ଫଟୋକୁ ଦେଖି ଲୋକଙ୍କ ଭିତରେ ଏହି ଫିଲ୍ମ ଦେଖିବାର ଇଚ୍ଛା ପୁଣିଥରେ ଜାଗ୍ରତ ହୋଇଛି। ଏହି ଫିଲ୍ମରେ କପିଲ ଦେବଙ୍କ ପତ୍ନୀ ଭୂମିକାରେ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ୧୦ ଏପ୍ରିଲ୍‌ରେ ଏହି ଫିଲ୍ମ ସିନେମା ଘରେ ରିଲିଜ୍‌ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ