ଅର୍ଚ୍ଚନାଙ୍କୁ ଭାରୀ ପଡ଼ିଥିଲା କାର୍‌ରେ ରୋମାନ୍ସ!


ଏବେ ‘ଦ କପିଲ ଶର୍ମା ଶୋ’ ଛୋଟ ପରଦାରେ ତହଲକା ମଚାଉଛି। ଶୋ’ରେ ଏହି ସପ୍ତାହରେ ଖୁବ୍‌ ମସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ରବିବାର କପିଲଙ୍କ ଶୋ’କୁ ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଫିଲ୍ମ ‘ମୋତିଚୂର ଚକନାଚୂର’ର ପ୍ରମୋସନ କରିବାକୁ ଆସିଥିଲେ। ନୱାଜୁଦ୍ଦିନଙ୍କ ସହ ତାଙ୍କ ଫିଲ୍ମର ହିରୋଇନ୍‌ ଆଥିଆ ଶେଟ୍ଟୀ ମଧ୍ୟ କପିଲଙ୍କ ଶୋ’ରେ ପହଞ୍ଚିଥିଲେ।

ଏହି ସମୟରେ ସମସ୍ତେ ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ମଜାଦାର କାହାଣୀମାନ ଶୁଣାଉଥିଲେ। ସବୁଠାରୁ ଅଧିକ ମଜାଦାର କାହାଣୀ କହିଥିଲେ ଅର୍ଚ୍ଚନା ପୂରନ ସିଂ। ସର୍ବପ୍ରଥମେ କପିଲ ଶର୍ମା ନୱାଜୁଦ୍ଦିନଙ୍କୁ ମଜାଳିଆ ଢଙ୍ଗରେ ପଚାରିଥିଲେ ଯେ ଆପଣ କେବେ ନିଜ ପାର୍ଟନରଙ୍କୁ ମିଛ କହିଛନ୍ତି। ଏହାର ଉତ୍ତରରେ ନୱାଜୁଦ୍ଦିନ କହିଥିଲେ ଯେ ସେ କେବେ ବି ନିଜ ଗାର୍ଲଫ୍ରେଣ୍ଡଙ୍କୁ ସତ କହନ୍ତି ନାହିଁ। ସବୁବେଳେ ମିଛ କହିଥାନ୍ତି। ଏହାପରେ କପିଲ ନିଜ କାହାଣୀ ଶୁଣାଇଥିଲେ। କପିଲ କହିଥିଲେ ଯେ ଅମୃତସରରେ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଥିଲେ। ତାଙ୍କ ପିତା ହେଡ୍‌ କନେଷ୍ଟବଲ ଥିଲେ। କପିଲ ତାଙ୍କୁ ନିଜ ପିତା ସୁପରିଣ୍ଟେଣ୍ଡଣ୍ଟ ଅଫ୍‌ ପୋଲିସ୍ ବୋଲି ସବୁବେଳେ କହୁଥିଲେ।

ଏହି ସବୁ କାହାଣୀ ଶୁଣିବା ପରେ ଅର୍ଚ୍ଚନା ପୂରନ ସିଂ ପଛକୁ ହଟି ନ ଥିଲେ। ଅର୍ଚ୍ଚନାଙ୍କ କାହାଣୀ ପୂରା ହଟ୍‌କେ ଥିଲା। ଅର୍ଚ୍ଚନା କହିଥିଲେ ଯେ ଥରେ ବର୍ଷା ହେଉଥିଲା। ସେ ତାଙ୍କ ପତି ପରମୀତଙ୍କ ସହିତ କାର ଭିତରେ ବସି ରୋମାନ୍ସ କରୁଥିଲେ। ସେହି ସମୟରେ ସେଠାକୁ ଜଣେ କନଷ୍ଟେବଲ ଆସି କାର୍‌ର ଡୋର୍‌କୁ ଖଟ୍‌ଖଟ୍‌ କରିଥିଲେ। ଏହା ଦେଖି ସେମାନେ ବହୁତ ଡରି ଯାଇଥିଲେ। ବହୁତ କଷ୍ଟରେ ଉକ୍ତ କନଷ୍ଟେବଲ ଜଣକ ସେମାନଙ୍କୁ ଛାଡ଼ିଥିଲେ। ସେମାନେ ବିବାହିତ ବୋଲି କନଷ୍ଟେବଲଙ୍କୁ ବୁଝାଇବା ପରେ ସେ ଯାଇ ସେମାନଙ୍କୁ ଛାଡ଼ିଥିଲେ ବୋଲି ଅର୍ଚ୍ଚନା କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ