ଷ୍ଟଫ୍‌ଡ ଚଣା କୁଲ୍‌ଚାର ମଜା ନିଅନ୍ତୁ


ଚଣା କୁଲ୍‌ଚା ଦିଲ୍ଲୀର ଏକ ଲୋକପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌। ଏହି ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହି ସ୍ପାଇସି ଏବଂ ଲେମନି ଚଣାକୁ ବଟରରେ ରୋଷ୍ଟ କରାଯାଇଥିବା କୁଲ୍‌ଚା ସନ୍ଧ୍ୟା ସ୍ନାକ୍‌ସ ପାଇଁ ଏକ ଉପଯୁକ୍ତ ରେସିପି ଅଟେ। ଏହି ଷ୍ଟଫ୍‌ଡ ଚଣା କୁଲ୍‌ଚା ଆପଣ ଘରେ ମଧ୍ୟ ସହଜରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୩୦୦ ଗ୍ରାମ୍‌ କାବୁଲି ଚଣା, ଅଧ କପ୍‌ ଗରମ ପାଣି, ୧ଟେବଲସ୍ପୁନ୍‌ ୟିଷ୍ଟ, ୧ ଚମଚ ଚିନି, ୪୦୦ ଗ୍ରାମ୍‌ ମଇଦା, ୭୦ ଗ୍ରାମ୍‌ ଦହି, ସ୍ବାଦାନୁସାରେ ଲୁଣ, ୧୦୦ ଗ୍ରାମ୍‌ ଆଳୁ, ୫୦୦ ଗ୍ରାମ୍‌ ଲହୁଣୀ, ୧୦୦ ଗ୍ରାମ୍‌ ପିଆଜ, ୧୦୦ ଗ୍ରାମ୍‌ ଟମାଟୋ, ୧ ଚାମଚ କଟା କଞ୍ଚା ଲଙ୍କା, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା ଗୁଣ୍ଡ, ୧ ଚାମଚ ଆମଚୁର ପାଉଡର, ୧ ଚାମଚ ଚାଟ୍‌ ମସଲା, ୨ ଟେବଲସ୍ପୁନ ଲେମ୍ବୁ ରସ, ୨ ଟେବଲସ୍ପୁନ୍‌ ତେନ୍ତୁଳି ପାଣି, ସଜାଇବା ଲାଗି ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ
ଷ୍ଟଫଡ୍‌ ଚଣା କୁଲ୍‌ଚା ପ୍ରସ୍ତୁତ କରିବା ଲାଗି ପ୍ରଥମେ ଚଣାକୁ ୭ରୁ ୮ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ଏହାପରେ ପ୍ରେସର କୁକରରେ ଏହାକୁ ୪ଟି ହ୍ବିସିଲ୍‌ ଦେଇ ସିଝାନ୍ତୁ। କୁଲ୍‌ଚା ତିଆରି କରିବା ଲାଗି ଏକ ପାତ୍ରରେ ଅଧା କପ୍‌ ଗରମ ପାଣିରେ ୟିଷ୍ଟ ପକାଇ ୧୦ ମିନିଟ୍‌ ଯାଏ ରଖନ୍ତୁ। ଏବେ ଏଥିରେ ମଇଦା, ଦହି, ଲୁଣ, ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟିବା ପରେ ଏହାକୁ ସେଟ୍‌ ହେବା ଲାଗି ୨ ଘଣ୍ଟା ଯାଏ ଘୋଡ଼ାଇ ରଖନ୍ତୁ। ଏହି ସମୟରେ ଅନ୍ୟ ଏକ ପାତ୍ରରେ ସିଝା ଚଣା, ଛୋଟ ଛୋଟ କଟା ଯାଇଥିବା ଆଳୁ, ପିଆଜ, ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ଏବେ ଚକଟା ଯାଇଥିବା ମଇଦାକୁ ବଡ଼ ବଡ଼ କରି ଗୁଳା କରି ମୋଟାରେ ବେଲନ୍ତୁ। ଏହାକୁ ବେକ୍‌ ହେବା ଲାଗି ମାଇକ୍ରୋୱେଭ୍‌ରେ ୩ରୁ ୪ ମିନିଟ୍‌ ଯାଏ ରଖନ୍ତୁ। ଏହାକୁ ବାହାର କରି ମଝିରୁ କାଟି ଏଥିରେ ଚଣା ଭରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଷ୍ଟଫ୍‌ଡ ଚଣା କୁଲ୍‌ଚା। ଏହାକୁ ଗରମ ଗରମ ଚା’ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ