ଅକ୍ଷୟଙ୍କ ନକଲ କରି ଛାଇଗଲେ ଶିଖର


ବଲିଉଡ୍‌ର ଖିଲାଡ଼ି ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସ୍‌ଫୁଲ୍‌ ୪’ ଅକ୍ଟୋବର ୨୫ରେ ସିନେମାଘରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବାର ପ୍ରଥମ ଦିନରୁ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଛାଇ ହୋଇରହିଛି। ବକ୍ସ ଅଫିସ୍‌ରେ ଏହି ଫିଲ୍ମର କଲେକ୍ସନ୍‌ ବଢ଼ିବାରେ ଲାଗିଛି। ଏହି ଫିଲ୍ମ ଏ ପର୍ଯ୍ୟନ୍ତ ପାଖାପାଖି ୧୮୫ କୋଟି ଟଙ୍କା କଲେକ୍ସନ୍‌ କରିସାରିଲାଣି। ସେହିପରି ଟିମ୍‌ ଇଣ୍ଡିଆର ବିସ୍ଫୋରକ ଓପନର ଶିଖର ଧୱନ ମଧ୍ୟ ଏହି ଫିଲ୍ମ ଦ୍ବାରା ବେଶ୍‌ ପ୍ରଭାବିତ ହୋଇଥିବା ନଜର ଆସୁଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଭୁଲା ରୋଗ ରହିଛି। ଶିଖର ତାଙ୍କୁ ନକଲ କରି ଏବେ ସୋସାଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଶିଖର ଶନିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଓ ଖଲିଲ ଅହମଦ ମଧ୍ୟ ନଜର ଆସୁଛନ୍ତି। ଏହି ଭିଡ଼ିଓରେ ଶିଖର ଅବିକଳ ଅକ୍ଷୟଙ୍କ କପି କରୁଥିବା ଦେଖିବାକୁ ମିଳୁଛି। ଶିଖରଙ୍କ ଏହି ଭିଡ଼ିଓଟି ବେଶ୍‌ ମଜାଳିଆ ହୋଇଛି। ଏବେ ଏହି ଭିଡ଼ିଓ ସୋସାଲ ମିଡିଆରେ ଜୋର୍‌ଦାର ଭାଇରାଲ ହେବାରେ ଲାଗିଛି। ୨୪ ଘଣ୍ଟା ଭିତରେ ଏହି ଭିଡ଼ିଓ ୭ ଲକ୍ଷରୁ ଊର୍ଦ୍ଧ୍ବ ଥର ଦେଖାଯାଇ ସାରିଛି।

ସୂଚନାଯୋଗ୍ୟ ଯେ ଫରହାଦ ସାମଜୀ ଦ୍ବାରା ନିର୍ଦେଶିତ ଫିଲ୍ମ ‘ହାଉସ୍‌ଫୁଲ୍‌ ୪’ ଏକ ମଲ୍ଟିଷ୍ଟାରର ସିନେମା ଅଟେ। ଯେଉଁଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ କୃତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଦା, ବବି ଦେଓଲ, ପୂଜା ହେଗଡେ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ସାଜିଦ ନାଦିଆଦୱାଲାଙ୍କ ନାଦିଆଦୱାଲା ଗ୍ରାଣ୍ଡସନ୍‌ ଏଣ୍ଡରଟେନ୍‌ମେଣ୍ଟ ଦ୍ବାରା ନିର୍ମିତ ହୋଇଥିବାବେଳେ ଫକ୍ସ ଷ୍ଟାର୍‌ ଷ୍ଟୁଡିଓ ଏହାର ସହପ୍ରଯୋଜନା ଦାୟିତ୍ବ ନେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।