କରତାରପୁର କରିଡର ଉଦ୍‌ଘାଟନୀରେ ସିଦ୍ଧୁଙ୍କୁ ଖୋଜିଲେ ଇମ୍ରାନ


କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁର କରିଡର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିଲେ। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବସ୍‌ରେ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ପଚାରୁଛନ୍ତି, 'କୁଆଡେ ଗଲେ ଆମ ସିଦ୍ଧୁ'। ଆଉ ଏତିକି ବେଳେ ତାଙ୍କ ନିକଟରେ ଥିବା ଲୋକଙ୍କ ମଧ୍ୟରୁ କେହି କହୁଛନ୍ତି, ହେଇ ଆସିଗଲେ।

ଏତିକି ବେଳେ ଇମ୍ରାନ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ କହିଥିଲେ, ଯଦି ଭାରତ ସିଦ୍ଧୁଙ୍କୁ କରତାରପୁର କରିଡର ଆସିବାକୁ ଅଟକାଇଥାଆନ୍ତା, ତେବେ ଏହା ଗଣମାଧ୍ୟମର ମୁଖ୍ୟ ଖବର ହୋଇଥାଆନ୍ତା। ହେଲେ ଏବେ ଏହା କେବଳ ଏକ ଖବର ହୋଇଯାଇଛି। ଏତିକି ବେଳେ ଇମ୍ରାନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ତେବେ ଇମ୍ରାସ ଓ ସିଦ୍ଧୁଙ୍କ ମଧ୍ୟରେ ଥିବା ଏହି ସମ୍ପର୍କକୁ ନେଇ ବହୁ ସମାଲୋଚନା ମଧ୍ୟ ହେଉଛି। କାରଣ ସିଦ୍ଧୁ କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଇମ୍ରାନଙ୍କୁ ଯେଭଳି ପ୍ରଶଂସା କଲେ ଏହାପରେ କେତେଜଣ ସିଦ୍ଧୁଙ୍କୁ ପାକିସ୍ତାନ ଚାଲିଯିବାକୁ ମଧ୍ୟ ଉପଦେଶ ଦେଇଥିବା ଦେଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।