ଇସ୍ପାତ ପାଇଁ ପୂର୍ବ ଭାରତକୁ ଦିଆଯାଉଛି ଅଧିକ ପ୍ରାଧାନ୍ୟ: ଧର୍ମେନ୍ଦ୍ର


ଭୁବନେଶ୍ୱର: ପୂର୍ବ ଭାରତର ମାଟି ତଳେ ଅଧିକ ଇସ୍ପାତ‌ ଗଚ୍ଛିତ ରହିଛି। ତେଣୁ ଏଠାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଆନ୍ଧ୍ରପ୍ରଦେଶର ରାଷ୍ଟ୍ରୀୟ ଇସ୍ପାତ‌୍‍ ନିଗମ (ଆରଆଇଏନଏଲ)ର ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ ବେଳେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାଇଜାଗ ଇସ୍ପାତ‌୍‍ କାରଖାନାର ପରିଚାଳନା କାର୍ଯ୍ୟକୁ ଦେଖିବା ସହ ଇସ୍ପାତ‌୍‍ ତିଆରି କାମ ସମ୍ପର୍କରେ ପଚାରି ବୁଝିଛନ୍ତି ଧର୍ମେନ୍ଦ୍ର କହିଛନ୍ତି।

ଇସ୍ପାତ‌୍‍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ଏହା ହେଉଛି ପ୍ରଥମ ଭାଇଜାଗ ଗସ୍ତ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଆର୍ଥିକ କ୍ଷେତ୍ର ବନାଇବା ଦିଗରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ଼ ରାଜ୍ୟ ପାଇଁ ବହୁ କାମ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପୂର୍ବ ଭାରତର ଅଧିକ ଯୋଗଦାନ ରହିବ।

ସେ ଆହୁରି କହିଛନ୍ତି, ନୂଆ ଭାରତ ନିର୍ମାଣରେ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରାଳୟ ଆନ୍ଧ୍ରରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତିଆରି କରିବାର ଯୋଜନା ରଖିଛନ୍ତି। ଯେଉଁ ସବୁ ପ୍ରକଳ୍ପ ଆଞ୍ଚଳିକ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ତ୍ୱରାନ୍ୱିତ କରାଇବ। ପରେ ଧର୍ମେନ୍ଦ୍ର ଆର୍‌ଆଇଏନ୍‌ଲର୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ ସମ୍ୱୋଧିତ କରିଥିଲେ। ନୂଆ ଭାରତ ନିର୍ମାଣରେ ଆରଆଇଏନଏଲର ଭୂମିକା ଉପରେ ଆଲୋକପାତ କରିଥିଲେ। ଆରଆଇଏନଏଲ ସଂସ୍ଥା ଆଂଚଳିକ ଅର୍ଥନୀତିକୁ ମଜବୁତ‌୍‍ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ