ନେପାଳକୁ ଭାରତର କଡ଼ା ଜବାବ: ସାର୍ବଭୌମତ୍ବକୁ ନେଇ ପ୍ରସ୍ତୁତ ହୋଇଛି ମ୍ୟାପ୍‌


ଭାରତ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନୂଆ ମ୍ୟାପ୍‌କୁ ନେଇ ନେପାଳ ସରକାର ପ୍ରଶ୍ନ ଉଠାଇବା ପରେ ଭାରତୀୟ ବୈଦେଶିକ ସଚିବ ରବୀଶ କୁମାର ଏହାର ଜବାବ ରଖିଛନ୍ତି। ଆମେ ଆମର ସାର୍ବଭୌମତ୍ବକୁ ନେଇ ମ୍ୟାପ୍‌ ପ୍ରସ୍ତୁତ କରିଛୁ। ଏହାକୁ କୌଣସି ରାଷ୍ଟ୍ରର ଚାପରେ ବଦଳାଯିବାର ପ୍ରଶ୍ନ ଉଠୁ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଭାରତ ସରକାର ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖକୁ ନେଇ ନୂଆ ମ୍ୟାପ ଜାରି କରିଛନ୍ତି। ଏହି ନୂଆ ମ୍ୟାପରେ କଳାପାଣି ଅଞ୍ଚଳକୁ ଭାରତ ସରକାର ନିଜ ସୀମା ଭିତରେ ଦର୍ଶାଇଛନ୍ତି ବୋଲି ନେପାଳ ସରକାର ଅଭିଯୋଗ କରିବା ପରେ ବୈଦେଶିକ ବିଭାଗ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯାଇଛି।

ଭାରତ ସରକାରଙ୍କ ସ୍ପଷ୍ଟୀକରଣ ପରେ ନେପାଳ ସରକାର ହୃଦୟଙ୍ଗମ କରିଛନ୍ତି ଯେକଳାପାଣି ଅଞ୍ଚଳ ନେପାଳର ପଶ୍ଚିମ ପାଖ ସୀମାକୁ ଲାଗି ରହିଛି। ଭାରତ ସରକାର ଓ ନେପାଳ ସରକାରଙ୍କ ମଧ୍ୟରେ ପୂର୍ବରୁ କୌଣସି ସୀମା ବିବାଦ ନାହିଁ। ତେଣୁ କୌଣସି ଏକ ଅଞ୍ଚଳକୁ ନେଇ ଭାରତ ସରକାର ବିବାଦ କରିବାକୁ ଚାହାନ୍ତି ନାହିଁ ବୋଲି କୁହାଯାଇଛି।

ଭାରତ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମ୍ୟାପ୍‌ରେ ପିଓକେକୁ ଜମ୍ମୁ-କଶ୍ମୀର ଭିତରେ ଓ ଗିଲଗିଟ୍‌-ବାଲଟିସ୍ତାନକୁ ଲଦାଖ ସୀମା ଭିତରେ ଦର୍ଶାଯାଇଛି। ମାତ୍ର ଏହି ଦୁଇ ଅଞ୍ଚଳ ବର୍ତ୍ତମାନ ଭାରତ ନିୟନ୍ତ୍ରଣରେ ନ ଥିବାରୁ ଏହାକୁ ଭାରତରେ ମିଶାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁବାର କହିବାର ନଜିର ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ