ନିଶା ବେପାରକୁ ବିରୋଧ କରିବାରୁ ଗୁଳିମାଡ଼: ପୁଅ ମୃତ, ବାପା ଗୁରୁତର


ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ୍‌ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କ ଉପରକୁ ହୋଇଛି ଗୁଳିମାଡ଼। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ହୋଇଛନ୍ତି। ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦୂରପୁର ହନୁମାନ ମନ୍ଦିର ସମ୍ମୁଖରେ ଏଭଳି ଏଭଳି ଘଟଣା। ମୃତକ ଜଣକ ହେଲେ ବାହାଦୂରପୁରର ଅନିଲ ଜେନା। ଗୁରୁତର ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ସରକନ୍ତରା ଅଞ୍ଚଳର ବାପି ଓରଫ ଭରତ ସାହୁ, ସହଯୋଗୀ ହାପି ଓ ଆଲୋକ ଦୀର୍ଘଦିନ ଧରି ବ୍ରାଉନ୍‌ ସୁଗାର ବେପାର ଚଳାଇ ଆସୁଥିଲେ। ବାହାଦୁରପୁର ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଥିଲେ। ଗତ ଦୀପାବଳିରେ ଅନିଲଙ୍କ ବଡ଼ଭାଇକୁ ବାପି ବ୍ରାଉନ୍‌ ସୁଗାର ଖାଇବାକୁ ଦେଇଥିଲେ। ଏହା ଜାଣିବା ପରେ ଅନିଲ ଫୋନ କରି ବାପିଙ୍କୁ ଗ୍ରାମରେ ବ୍ରାଉନ୍‌ ସୁଗାର ବେପାର ନ କରିବାକୁ ତାଗିଦ କରିଥିଲେ। ଏହାକୁ ନେଇ ବାପି ଓ ସହଯୋଗୀମାନେ ଅନିଲଙ୍କୁ ଟାର୍ଗେଟ୍‌ କରିବା ସହ ୨୪ ଘଣ୍ଟା ଭିତରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଗୁରୁବାର ସନ୍ଧ୍ୟାରେ ଅନିଲ ଓ ତାଙ୍କ ବାପା ଅଭିମନ୍ୟୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ଉଦ୍ଧାର କରି ଏମ୍‌ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅନିଲଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ସରକନ୍ତରା ଅଞ୍ଚଳର ବାପି ଓରଫ ଭରତ ସାହୁ, ସହଯୋଗୀ ହାପି ଓ ଆଲୋକଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ