ଅଯୋଧ୍ୟା ରାୟକୁ ନେଇ ସେଲିବ୍ରିଟିଙ୍କ ଟ୍ବିଟ୍‌ର ସୁଅ


ଅଯୋଧ୍ୟା ବିବାଦ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବାର କିଛି ମିନିଟ୍‌ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଟ୍‌ କରି ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାଏ ରଖିବାକୁ ନିବେଦନ କରିଥିଲେ। ସ୍ବରା ଭାସ୍କର ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ଭଜନର ଦୁଇ ଲାଇନ୍‌ ଲେଖିଛନ୍ତି। ସ୍ବରା ଲେଖିଛନ୍ତି ଯେ ରଘୁପତି ରାଘବ ରାଜା ରାମ, ସବ୍‌ କୋ ସନ୍‌ମତି ଦେ ଭଗବାନ। ଏହାର ଅର୍ଥ ହେଉଛି ଈଶ୍ବର ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏହି ଭଜନ ବିଶ୍ବକୁ ଅହିଂସାର ପାଠ ପଢ଼ାଇଥିବା ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପସନ୍ଦର ଭଜନ ଥିଲା।

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅନୁପମ ଖେର ମଧ୍ୟ ଟ୍ବିଟ୍‌ କରି ଅଯୋଧ୍ୟା ରାୟ ଆସିବା ପରେ ଶାନ୍ତି ବଜାଏ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଅନୁପମ ଲେଖିଛନ୍ତି ଯେ ଆଲ୍ଲାହ ତେରୋ ନାମ, ଈଶ୍ବର ତେରୋ ନାମ। ସବ୍‌କୋ ସନମତି ଦେ ଭଗବାନ। ଅନୁପମଙ୍କ ଟ୍ବିଟ୍‌କୁ ମଧ୍ୟ ଲୋକେ ବହୁତ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ ଲଗାଇଛନ୍ତି ଯେ ସେ ସରକାରଙ୍କ ବିରୋଧରେ କେବେ ବି କିଛି କହୁ ନାହାନ୍ତି। ସୂଚନାଯୋଗ୍ୟ ଯେ ସୁପ୍ରିମ୍‌କୋର୍ଟରେ ବର୍ଷ ବର୍ଷ ଧରି ଅଯୋଧ୍ୟା ମାମଲା ଝୁଲି ରହିଥିବାବେଳେ ଶନିବାର ସର୍ବୋଚ୍ଚ କୋର୍ଟ ଏହା ଉପରେ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସଭିଏଁ ଟ୍ବିଟ୍‌ କରି ଶାନ୍ତି ବଜାଏ ରଖିବା ଲାଗି ନିବେଦନ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି ଯେ ଅଯୋଧ୍ୟା ଉପରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି କାହାରି ହାର୍‌ କିମ୍ବା କାହାରି ଜିତ୍‌ ନୁହେଁ। ଦେଶବାସୀଙ୍କୁ ତାଙ୍କ ଅନୁରୋଧ ଯେ ଏହି ନିଷ୍ପତ୍ତି ଭାରତର ଶାନ୍ତି, ଏକତା ଓ ସଦ୍‌ଭାବନାର ମହାନ ପରମ୍ପରାକୁ ଆହୁରି ଦୃଢ଼ କରିଛି। ବିଭିନ୍ନତା ମଧ୍ୟରେ ଏକତା ଆମ ସମସ୍ତଙ୍କ ପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି। ଫରହାନ ଅଖତର ଲେଖିଛନ୍ତି ଯେ ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ। ଆପଣଙ୍କ ଚିନ୍ତାଧାରା ବିରୋଧରେ ଏହି ନିଷ୍ପତ୍ତି ଯାଉଥିଲେ ବି ଏହାକୁ ସମ୍ମାନର ସହିତ ଗ୍ରହଣ କରନ୍ତୁ। ଏବେ ଆମ ଦେଶ ଜଣେ ବ୍ୟକ୍ତି ଭଳି ଭଳି କାମ କରିବା ଉଚିତ ବୋଲି ଫରହାନ ଲେଖିଛନ୍ତି। ସେହିପରି ଅନୁଭବ ସିହ୍ନା ଲେଖିଛନ୍ତି ଯେ ଆଜି ହିନ୍ଦୁ କିମ୍ବା ମୁସଲମାନ ହୋଇ ଭାବନ୍ତନୁ, ବରଂ ଜଣେ ହିନ୍ଦୁସ୍ତାନୀ ହୋଇ ଭାବନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ