ମନୋରଞ୍ଜନ
ଚର୍ଚ୍ଚାରେ କ୍ବୀନ୍ଙ୍କ ପାହାଡ଼ୀ ଡ୍ୟାନ୍ସ

ବଲିଉଡ୍ କ୍ବୀନ୍ କଙ୍ଗନା ରାନାୱତଙ୍କ ଭାଇ ଅକ୍ଷତଙ୍କ କିଛି ଦିନ ତଳେ ନିର୍ବନ୍ଧ ହୋଇଥିଲା। ଏହି ନିର୍ବନ୍ଧ ସମାରୋହରେ କଙ୍ଗନା ସାମିଲ୍ ହୋଇ ଏହାକୁ ଭରପୂର ଉପଭୋଗ କରିଥିଲେ। ଏହି ସମୟରେ ଗୋଲ୍ଡେନ୍ ରଙ୍ଗର ଶାଢ଼ି, ଗଳାରେ ଚକୋର ନେକ୍ଲେସ୍ ଓ ଡାର୍କ ରେଡ୍ ଲିପ୍ଷ୍ଟିକ୍ ଲଗାଇ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଥିଲେ।
ସୋସାଲ ମିଡିଆରେ ବହୁତ ଆକ୍ଟିଭ୍ ରହୁଥିବା କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଏହି ଭିଡ଼ିଓରେ କଙ୍ଗନା ଓ ରଙ୍ଗୋଲିଙ୍କ ସମେତ ଅନ୍ୟ କେତେକ ଲୋକ ପାହାଡ଼ୀ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏହି ଭିଡ଼ିଓ ସହିତ ରଙ୍ଗୋଲି କ୍ୟାପ୍ସନ ଦେଇଛନ୍ତି ଯେ ଯେଉଁ ବନ୍ଧୁମାନେ ପାହାଡ଼ୀ ଗ୍ରୁପ୍ ଡ୍ୟାନ୍ସ ‘ନାଟି’ ସମ୍ପର୍କରେ କିଛି ଜାଣି ନାହାନ୍ତି, ଏଠାରେ ତାହାର ଏକ ଝଲକ ଦିଆଯାଇଛି। ଯେଉଁ ବୟସ୍କ ବ୍ୟକ୍ତି ଜଣକ ପାହାଡ଼ୀ ଟୋପି ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି, ସେ ତାଙ୍କ ଜେଜେ ବାପା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ବ୍ରହ୍ମଚନ୍ଦ ରାନାୱତ ଅଟନ୍ତି।
ସୂଚନାଯୋଗ୍ୟ ଯେ ଅକ୍ଷତ ହରିଆଣାର ରହୁଥିବା ରିତୁ ସାଙ୍ଗୱାନଙ୍କ ସହ ନିର୍ବନ୍ଧ କରିଛନ୍ତି। ଜାଟ୍ ପରିବାରରୁ ଆସିଥିବା ରିତୁ ପେସାରେ ଜଣେ ଡାକ୍ତର। କିଛି ଦିନ ତଳେ ରଙ୍ଗୋଲି ସୋସାଲ ମିଡିଆରେ ତାଙ୍କ ଭାଇଙ୍କ ନିର୍ବନ୍ଧ କାର୍ଡ ଶେୟାର କରି ଏହି ଖବର ଦେଇଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ