ବୋହୂ ହେବାକୁ ଯାଉଥିଲେ ଆପଣାନ୍ତୁ ଏହି ଡାଏଟ୍‌ ପ୍ଲାନ୍‌


ନିଜର ବାହାଘର ଦିନ ପ୍ରତ୍ୟେକ ଝିଅ ସୁନ୍ଦର ଓ ସବୁଠାରୁ ଅଲଗା ଦେଖାଯିବା ଲାଗି ଚାହିଥାନ୍ତି। କିନ୍ତୁ ସୁନ୍ଦର ଦେଖାଯିବା ଲାଗି କେବଳ ମେକ୍‌ଅପ୍‌ ପ୍ରତି ଧ୍ୟାନ ଦେଲେ ଚଳିବ ନାହିଁ, ଚେହେରା ସହିତ ଆପଣଙ୍କ ନିଜ ଫିଗର ପ୍ରତି ମଧ୍ୟ ଖାସ୍‌ ଧ୍ୟାନ ଦେବା ଉଚିତ। ଏପରିସ୍ଥଳେ ଆପଣ ବାହାଘର ଦିନ କିପରି ସୁନ୍ଦର ଓ ଫିଟ୍‌ ଦେଖାଯିବେ, ତାହାର କେତେକ ଟିପ୍ସ ଏଠାରେ ଦିଆଯାଇଛି।

ସାଲାଡ଼
କେତେକ ଲୋକେ ମିଲ୍‌ ସହିତ ସାଲାଡ଼ ଖାଇଥାନ୍ତି। କିନ୍ତୁ ଯଦି ଆପଣ ଶୀଘ୍ର ନିଜ ଓଜନ ହ୍ରାସ କରିବାକୁ ଚାହୁଛନ୍ତି, ତେବେ ଖାଇବାର ୧୫ରୁ ୨୦ ମିନିଟ୍‌ ପୂର୍ବରୁ ସାଲାଡ଼ ଖାଆନ୍ତି। ଏପରି କରିବା ଦ୍ବାରା ଆପଣ ସୀମିତ ଭୋଜନ ଖାଇବେ, ଯାହାଦ୍ବାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ। ବିଟ୍‌, ଗାଜର, ବନ୍ଧାକୋବି, ମୂଳା ଆଦି ସାଲାଡ଼ରେ ସାମିଲ୍‌ କରିପାରିବେ।

ଗ୍ରୀନ୍‌ ଟି’
ନିଜ ବାହାଘର ହେବା ପୂର୍ବରୁ କ୍ଷୀର ଚା’ ପିଇବା ବଦଳରେ ଗ୍ରୀନ୍‌ ଟି’ କିମ୍ବା ଲେମନ ଟି’ ସେବନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଆପଣଙ୍କ ଚର୍ମ ପାଇଁ ଠିକ୍‌ ରହିବ। ଲଗାତର ଏହି ଟି’ ସେବନ କରିବା ଦ୍ବାରା ଆପଣଙ୍କ ଚେହେରା ଉପରେ ପ୍ରାକୃତିକ ଗ୍ଲୋ ଦେଖାଯିବ।

ଧିରେ ଧିରେ ଖାଆନ୍ତୁ
ଖାଦ୍ୟର ସମସ୍ତ ପୋଷକତତ୍ତ୍ବ ପାଇବା ପାଇଁ ଯଥାସମ୍ଭବ ଆରାମରେ ବସି ଧିରେ ଧିରେ ଖାଆନ୍ତୁ। ଏହାଦ୍ବାରା ଆପଣଙ୍କ ପାଚନତନ୍ତ୍ର ମଜ୍‌ବୁତ ରହିବ। ଆପଣ ଭିତରୁ ନିଜକୁ ଫିଟ୍‌ ଓ ଆତ୍ମବିଶ୍ବାସୀ ଅନୁଭବ କରିବେ।

ଅଲିଭ୍‌ ଅଏଲ୍‌
ଯାହା କିଛି ବି ଖାଦ୍ୟ ଖାଉଛନ୍ତି, ଅଲିଭ୍‌ ଅଏଲ୍‌ ସାହାଯ୍ୟରେ ରାନ୍ଧନ୍ତୁ। ଅଲିଭ୍‌ ଅଏଲ୍‌ରେ ଥିବା ପୋଷକତତ୍ତ୍ବ ଆପଣଙ୍କ ସ୍ବାସ୍ଥ୍ୟ ଓ ତ୍ବଚା ଉଭୟ ପାଇଁ ଲାଭଦାୟକ। ଏଥିସହିତ ଏହାର ସେବନ କରିବା ଦ୍ବାରା ଆପଣଙ୍କ ଚେହେରାରେ ବ୍ରଣ ହେବ ନାହିଁ।

ବ୍ୟାୟାମ
ୱାକ୍‌ କରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ୱାକ୍‌ କରିବା ଦ୍ବାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହିତ ଆପଣ ସାରା ଦିନ ଆକ୍ଟିଭ୍‌ ରହିଥାନ୍ତି। ତେଣୁ ବାହାଘର ପୂର୍ବରୁ ଶପିଂ ସହିତ ଡେଲି ୱାକ୍‌ କରିବାକୁ ଭୁଲନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ