ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଶ୍ରୀରାମଙ୍କୁ ମିଳିଲା ଅଯୋଧ୍ୟା, ବିକଳ୍ପ ସ୍ଥାନରେ ମସଜିଦ୍‌


ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ତାଙ୍କର ଐତିହାସିକ ରାୟ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ୫-୦ ମତରେ ରାୟ ପ୍ରକାଶ କରି ବୁହୁ ପୁରୁଣା ବିବାଦର ସମାଧାନ ପାଇଁ ଭରପୁର ଉଦ୍ୟମ କରିଛନ୍ତି। ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କୁ ରାୟକୁ ସୁପ୍ରିମକୋର୍ଟ ଖରଜ କରିଛନ୍ତି। ବିବାଦୀୟ ଜମିକୁ ୩ ପକ୍ଷଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଆହ୍ଲାବାଦ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଥିସହ ବିବାଦୀୟ ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟି ହାତରେ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଙ୍କର ଐତିହାସିକା ରାୟରେ ନିର୍ଦେଶ ଦେଇଛନ୍ତି। ମସଜିଦ ପାଇଁ ବିକଳ୍ପ ସ୍ଥାନ ଚୟନ କରି ୫ ଏକର ଜମି ପ୍ରଦାନ ପାଇଁ ସୁପ୍ରିମକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଅଯୋଧ୍ୟରେ ହିଁ ୫ ଏକର ଜମି ସୁନି ୱାକଫ ବୋର୍ଡକୁ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି।

ଏଥିସହ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ୩ ମଧ୍ୟସ୍ଥିଙ୍କ ଭୂମିକାକୁ ତାଙ୍କ ରାୟରେ ପ୍ରଶଂସା କରିଛନ୍ତି। ଜଷ୍ଟିସ୍‌ କଲିଫୁଲିଆ, ଶ୍ରୀରାମ ପଞ୍ଚୁ ଓ ଶ୍ରୀରବିଶଙ୍କର ବିବାଦର ସମାଧାନ ପାଇଁ ଯେଉଁ ଭୂମିକା ଗ୍ରହଣ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ଏଥିସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ୩ ମାସ ମଧ୍ୟରେ ଏକ ଟ୍ରଷ୍ଟି ଗଠନ କରି ବିବାଦୀୟ ସ୍ଥଳରେ ମନ୍ଦିର ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରିବା ନିର୍ଦେଶ ଦେଇଛନ୍ତି। ବିଶେଷକରି ପତ୍ନତତ୍ତ୍ବବିଦ୍‌ଙ୍କ ସର୍ଭେ ରିପୋର୍ଟ ଓ ଉଭୟ ହିନ୍ଦୁ, ମୁସଲମାନଙ୍କ ସମ୍ପଦ୍ରାୟର ଭାବନାକୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ଏପରି ରାୟ ପ୍ରକାଶ କକରିଛନ୍ତି। ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ ହୋଇଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି ଦର୍ଶାଇଛନ୍ତି । ମାତ୍ର ଭଙ୍ଗାଯାଇଥିବା ବାବ୍ରି ମସଜିଦ ତଳେ ଏକ ହିନ୍ଦୁ ନିର୍ମାଣ ରହିଥିବା କୋର୍ଟ ପ୍ରମାଣ ପାଇଛନ୍ତି ବୋଲି ରାୟରେ ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ