ରଜନୀକାନ୍ତଙ୍କ ଦରବାରରେ ୪ ସୁପରଷ୍ଟାର୍‌


ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଦରବାରରେ ହାଜର ହୋଇଛନ୍ତି ଦେଶର ୪ ପ୍ରମୁଖ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର। ତାହା ପୁଣି ରଜନୀକାନ୍ତଙ୍କ ଉତ୍ସାହ ବଢ଼ାଇବା ଲାଗି। ହିନ୍ଦୀ ସୁପରଷ୍ଟାର୍‌ ସଲମାନ ଖାନ, ମଲୟାଲମ ସୁପରଷ୍ଟାର ମୋହନଲାଲ, ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ତାମିଲ ସୁପରଷ୍ଟାର କମଲ ହାସନ ଏକାଠି ହୋଇ ରଜନୀକାନ୍ତଙ୍କ ଆଗାମୀ ସିନେମା ‘ଦରବାର’ର ଫାଷ୍ଟ ମୋସନ ପୋଷ୍ଟର ରିଲିଜ୍‌ କରିଛନ୍ତି।

ଗଜ୍‌ନୀ ଫେମ୍‌ ନିର୍ଦେଶକ ଏଆର୍‌ ମୁର୍ଗାଡୋସଙ୍କ ନିର୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ ସେ ଟ୍ବିଟ୍‌ କରି ଭାରତୀୟ ସିନେମାର ଟପ୍‌ ସେଲିବ୍ରିଟିଙ୍କ ଉପସ୍ଥିତିରେ ଦରବାରର ଗ୍ରାଣ୍ଡ ଲଞ୍ଚ କଥା ସୁଚାଇଥିଲେ। ୪୦ ସେକେଣ୍ଡ ଅବଧିର ଏହି ମୋସନ ପୋଷ୍ଟରରେ ୬୮ ବର୍ଷୀୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ପୋଲିସ ଚରିତ୍ରରେ ବିଭିନ୍ନ ଡ୍ରାମାଟିକ୍‌ ପୋଜ୍‌ରେ ଦେଖିବାକୁ ମିଳିଛି। ଫିଲ୍ମରେ ତାଙ୍କ ଚରିତ୍ରର ନାଁ ଆଦିତ୍ୟଅରୁଣାସଲମ ରହିଛି। ଦୀର୍ଘ ୨୫ ବର୍ଷ ପରେ ରଜନୀକାନ୍ତ ପୁଣିଥରେ ପୋଲିସ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ତାଙ୍କ ସହ ନୟନତାରା, ନିଭେତା ଥୋମାସ, ସୁନୀଲ ଶେଟ୍ଟୀ, ପ୍ରତୀକ ବବ୍‌ର ଓ ଯୋଗୀ ବାବୁ ପ୍ରମୁଖ ଅଭିନୟ କରୁଛନ୍ତି। ଆସନ୍ତା ୨୦୨୦ ଦୀପାବଳି ଅବସରରେ ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଛି।

ଲାଇକା ପ୍ରଡକ୍ସନ୍‌ ବ୍ୟାନରରେ ପ୍ରସ୍ତୁତ ତଥା ଅନୀରୁଦ୍ଧ ମ୍ୟୁଜିକାଲ ଦ୍ବାରା ନିବେଦିତ ‘ଦରବାର’ ଫିଲ୍ମଟି ତାମିଲ ଭାଷାରେ ନିର୍ମିତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ହିନ୍ଦୀ, ତେଲୁଗୁ ଓ ମଲୟାଲମ ଭାଷାରେ ଡବ୍‌ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ସନ୍ତୋଷ ଶିବନଙ୍କ ଚିତ୍ରତ୍ତୋଳନ ଓ ଅନୀରୁଦ୍ଧ ରବିଚନ୍ଦ୍ରନଙ୍କ ସଙ୍ଗୀତ ରହିଛି। ଏହି ଫିଲ୍ମ ଜରିଆରେ ରଜନୀକାନ୍ତ ଓ ମୃଗାଡୋସ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି। ସେହିପରି ରଜନୀକାନ୍ତ ଆଉ ଏକ ନୂଆ ତାମିଲ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଥିବାବେଳେ ଏହାର ନିର୍ଦେଶନା ଶିବା ଦେଉଛନ୍ତି। ଶିବା ମଧ୍ୟ ପ୍ରଥମ ଥର ପାଇଁ ରଜନୀକାନ୍ତଙ୍କ ସହ କାମ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ