ବଡ଼ ପରଦା ଆଡ଼କୁ ମୁହାଁଇଲେ ଉପାସନା


ଅନେକ ଗୁଡ଼ିଏ ଟେଲି ଧାରାବାହିକରେ କାମ କରିଥିବା ଉପାସନା ମହାନ୍ତି ଏବେ ପୁଣି ଥରେ ବଡ଼ ପରଦା ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି।  ଉପାସନା ତାଙ୍କ ଦ୍ବିତୀୟ ପ୍ରୟାସରେ ଓଡ଼ିଆ ଫିଲ୍ମ ‘ଚୁମକି ସେ ତ ପାଣିରେ ବୁଡ଼ିବ ନାହିଁଟି’ରେ କାମ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ‘ସ୍ପନ୍ଦନ’ ନାମକ ଏକ ସିନେମାରେ କାମ କରିଥିଲେ ମଧ୍ୟ ସେହି ସିନେମା ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇପାରି ନାହିଁ।

ଏବେ ଚୁମକି ସାଜି ଉପାସନା ରୁପେଲି ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏହି ସିନେମାର ନିର୍ଦେଶନା ଦେଉଛନ୍ତି ଗିରିଶ ମହାନ୍ତି। ଗିରିଶଙ୍କ ପତ୍ନୀ ହେଉଛନ୍ତି ଉପାସନା। ପୂର୍ବରୁ ୧୯୮୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ସିନେମା ‘ମା ଓ ମମତା’ରେ ଚୁମକି ଚରିତ୍ରରେ ମହେଶ୍ବତା ରାୟ ଅଭିନୟ କରିଥିଲେ। ‘ଚୁମକି ସେ ତ ପାଣିରେ ବୁଡ଼ିବ ନାହିଁଟି’ ସିନେମାରେ ଉପାସନାଙ୍କ ସହିତ ‘ସେଲ୍‌ଫିସ୍‌ ଦିଲ୍‌’ ଫେମ୍‌ ଶ୍ରେୟାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି ଉପହାର ଓ ଅନୀଶ ଭଦ୍ରା। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ବାଜ ପଣ୍ଡା ଲେଖିଛନ୍ତି। ରବୀନ୍ଦ୍ର ଏହାର ସିନେମାଟୋଗ୍ରାଫର ଥିବାବେଳେ ଏହି ସିନେମାର ସଙ୍ଗୀତ ନିର୍ଦେଶନା ଦାୟିତ୍ବ ନେଇଛନ୍ତି ବିଭୂତିଭୂଷଣ। ‘ଚୁମକି ସେ ତ ପାଣିରେ ବୁଡ଼ିବ ନାହିଁଟି’ ସିନେମାର ଶୁଟିଂ ବାରିପଦା ସମେତ ବିଭିନ୍ନ ସ୍ଥାନରେ କରାଯିବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ