ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନରେ ନିଆଁ


ଭୁବନେଶ୍ବର: ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏୟାର ଇଣ୍ଡିଆ ବିମାନ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନଟି ସୁରକ୍ଷିତ ଭାବେ  ରାୟପୁରରେ ଜରୁରୀ ଅବତରଣ କରିଛି। ଆଉ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ପାଇଲଟ୍‌ଙ୍କ ସତର୍କତାର ସହ ନିଆଁ ଲାଗିଥିବା ବିମାନକୁ ଅବତରଣ କରାଇଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶୁକ୍ରବାର ଅପରାହ୍ନ ୫ଟା ୭ ମିନିଟ୍‌ରେ ଏଆଇସି ଏୟାର ଇଣ୍ଡିଆ ବିମାନ ଏ-୩୨୧ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ଅପରାହ୍ନ ୫ ଟା ୨୦ରେ ବିଶ୍ୱଜିତ୍‌ ବେହେରା ନାମକ ଯାତ୍ରୀ ଓ୍ବାଶ୍‌ରୁମ୍‌ ଯିବାବେଳେ ବିମାନର ବାମପଟେ ନାଲି ରଙ୍ଗ ବ୍ଲିଙ୍କ୍‌ କରୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ସେ କର୍ମଚାରୀଙ୍କୁ ଦେବା ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କ୍ରୁ ମେମ୍ବର ଓ ବିମାନ ପାଇଲଟ୍ ନିଆଁ ଲାଗିଥିବା ଜାଣିବା ପରେ ଯାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ। ହେଲେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ରାୟପୁର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ପାଇଲଟ୍। ପ୍ରାୟ ୨୫ ମିନିଟ୍‌ ଆକାଶମାର୍ଗରେ ଓଡ଼ାଣ ପରେ ରାୟପୁରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା ବିମାନ। ଭୟଭୀତ ଯାତ୍ରୀମାନେ ଜରୁରୀକାଳିନ ଗେଟ୍ ଦେଇ ଜଣକ ପରେ ଜଣେ ତତ୍‌କ୍ଷଣାତ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ବିମାନରେ ଅଧିକାଂଶ ଯାତ୍ରୀ ଓଡ଼ିଆ ଥିଲେ ବୋଲି ଜଣାପଡ଼ିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପକ୍ଷୀ ଆଘାତ କିମ୍ବା ଇନ୍ଧନ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ବିମାନ ବାମପଟ ଇଞ୍ଜିନରେ ନିଆଁ ଲାଗିଯିବାରୁ ସନ୍ଧ୍ୟା ୫ ଟା ୫୭ ମିନିଟ୍‌ରେ ରାୟପୁର ବିମାନ ବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ସେଥିରେ ଯାତ୍ରା କରୁଥିବା ସମସ୍ତ ୮୯ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ