ହାତୀ ପେଟ ତଳେ ଚଳନ୍ତା କାର୍‌: ଭିଡ଼ିଓ ଭାଇରାଲ


ବ୍ୟାଙ୍କକ: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଯାଉଥିବା ଏକ ଚଳାନ୍ତା କାର୍‌ ଆଗକୁ ଅଚାନକ ଏକ ହାତୀ ଆସିଯିବାରୁ କାର୍‌ଟି ହାତୀ ପେଟ ତଳେ ରହିଯାଇଥିଲା। ଏହି ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହାତୀଟି କାର୍‌ଟିକୁ କିଛି ସମୟ ପାଇଁ ତା’ ପେଟ ତଳେ ରଖି ଅଟକାଇ ଥିବା ବେଳେ ଏହି ସମୟରେ କାର୍‌ ଚାଳକ କୌଶଳକ୍ରମେ କାର୍‌କୁ ହାତୀ ପେଟ ମଝିରୁ କାର୍‌କୁ ବାହାର କରି ଖସି ଆସିବା ସହିତ ଏକ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚାଇ ପାରିଥିଲେ। ଏହି ଘଟଣା ପରେ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ହାତୀ ଠାରୁ ୩୦ ମିଟର ଦୂରରେ ନିଜ ଯାନବାହନକୁ ରଖିବାକୁ ପରାମର୍ଶ ଦିଆଯାଇଛି। ଫଟୋ ଉଠାଇବା ଲାଗି ବାହାରକୁ ନ ବାହାରିବାକୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ