ରୋମାଣ୍ଟିକ୍‌ ଆକ୍ସନ୍‌ ଷ୍ଟାର୍‌, ଭିଡ଼ିଓ ଭାଇରାଲ


ବଲିଉଡ୍‌ର ଖିଲାଡ଼ି ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ବେଳା ଭଲ ଚାଲିଛି। ଯାହା ଛୁଉଁଛନ୍ତି, ସୁନା ହୋଇଯାଉଛି। ଫଳରେ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିପାରୁଛି। ଆକ୍ସନ୍‌ରୁ କମେଡ଼ି ଏବଂ ଭିନ୍ନ ଭିନ୍ନ ଚରିତ୍ରରେ ଉତ୍ତୀର୍ଣ୍ଣ ହୋଇ ଅକ୍ଷୟ ଆଜି କାଲି ବେଶ୍‌ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏହି କ୍ରମରେ ଆକ୍ସନ ଷ୍ଟାର୍‌ ଅକ୍ଷୟ କୁମାର ଏବେ ପ୍ରଥମ ଥର ମ୍ୟୁଜିକ୍‌ ଭିଡ଼ିଓ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ତାଙ୍କ ଡେବ୍ୟୁ ଗୀତ ‘ଫିଲ୍‌ହାଲ୍‌’ର ଟିଜର ଲୋକଙ୍କୁ ଖୁବ୍‌ ପସନ୍ଦ ଆସିବାରେ ଲାଗିଛି। ଏହି ଗୀତ ସହିତ ଅକ୍ଷୟ ତୃତୀୟ ଥର ପାଇଁ କଣ୍ଠଶିଳ୍ପୀ ବି ପ୍ରାକ୍‌ଙ୍କ ସହିତ କାମ କରୁଛନ୍ତି।

ଏହି ଗୀତରେ ପୁଣିଥରେ ଅକ୍ଷୟ ଆକ୍ସନ୍‌ ଓ କମେଡି ଛାଡ଼ି ରୋମାଣ୍ଟିକ୍‌ ଜୋନ୍‌ରେ ଠିଆ ହୋଇଥିବା ନଜର ଆସୁଛନ୍ତି। ତେଣୁ ଏହି ଟିଜର ଲୋକଙ୍କୁ ଅଧିକ ପସନ୍ଦ ଆସୁଛି। ଏହି ଗୀତଟି ୯ ନଭେମ୍ବରରେ ରିଲିଜ୍‌ ହେବ ବୋଲି ଟିଜରରେ ସୂଚନା ଦିଆଯାଇଛି। କୃତି ସେନନଙ୍କ ଭଉଣୀ ନୁପୁରଙ୍କ ସହ ଅକ୍ଷୟ ଏହି ଟିଜରରେ ନଜର ଆସୁଛନ୍ତି। ଏହି ଟିଜରରେ କଣ୍ଠଶିଳ୍ପୀ ବି ପ୍ରାକ୍‌ ମଧ୍ୟ ଦେଖିବାକୁ ମିଳୁଛନ୍ତି, ଯିଏକି ‘ତେରୀ ମିଟ୍ଟୀ’ ଓ ‘ଆଲ୍ଲାହ ମାଲିକ୍‌ ତୁ’ ପରେ ତୃତୀୟ ଥର ପାଇଁ ଅକ୍ଷୟଙ୍କ ଲାଗି କଣ୍ଠଦାନ କରିଛନ୍ତି। ଏହି ଟିଜରକୁ ୟୁଟ୍ୟୁବ୍‌ରେ ମାତ୍ର ୨୨ ଘଣ୍ଟାରେ ୨୧ ଲକ୍ଷରୁ ଊର୍ଦ୍ଧ୍ବ ଥର ଦେଖା ଗଲାଣି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଖବର ଶୁଣିବାକୁ ମିଳିଥିଲା, ଅକ୍ଷୟ କୁମାର ତାଙ୍କ ଆଗାମୀ ଆକ୍ସନ୍‌ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଫି’ ନେବାକୁ ଯାଉଛନ୍ତି। ପ୍ରଯୋଜକ ବାସୁ ଭଗନାନିଙ୍କ ଏକ ଆକ୍ସନ୍‌ ଫିଲ୍ମରେ କାମ କରିବା ପାଇଁ ଅକ୍ଷୟ ୧୦୦ କୋଟି ଟଙ୍କା ଫି’ ନେଇ ପାରନ୍ତି। ଖବର ଅନୁସାରେ ଅକ୍ଷୟ କୁମାର ଦୀର୍ଘ ଦିନ ଧରି ବ୍ୟାକ୍‌ ଟୁ ବ୍ୟାକ୍‌ ସୁପରହିଟ୍‌ ସିନେମା ଦେଇ ଆସୁଥିବାରୁ ସେ ଏହି ଫିଲ୍ମ ପାଇଁ ଏତେ ଅଧିକ ଫି’ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ