ଦେଶର ୩୩ ପ୍ରତିଶତ ଯୁବପିଢ଼ି ହରାଉଛନ୍ତି ଭର୍ଜିନିଟି, ଗୌହାଟୀ ଆଗରେ


ସେକ୍ସ ଏଭଳି ଏକ ପ୍ରସଙ୍ଗ, ଯାହା ସମ୍ପର୍କରେ ଏବେ ବି ଭାରତୀୟ ଲୋକେ ଖୋଲାଖୋଲି କଥା ହୋଇ ନ ଥାନ୍ତି। ଯଦି କେହି ଏ ସମ୍ପର୍କରେ କଥା ହୋଇଥାନ୍ତି, ତେବେ ବହୁତ ସଙ୍କୋଚର ସହ ହିଁ କଥା ହୋଇଥାନ୍ତି। କିନ୍ତୁ ଏବେ ସମୟ ବଦଳି ଯାଇଛି। ସେକ୍ସ ସମ୍ପର୍କରେ ଏବେ ଭାରତୀୟ ଲୋକେ ଖୋଲାଖୋଲି ନିଜ ରାୟ ରଖିବାରେ ଲାଗିଛନ୍ତି।

ଇଣ୍ଡିଆ ଟୁଡେ’ ସେକ୍ସ ସର୍ଭେ ୨୦୧୯ରେ ଅନେକ ଭାରତୀୟ ସେକ୍ସ ଏବଂ ଭର୍ଜିନିଟିକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ଅନେକ ସହର ସେକ୍ସ ମାମଲାରେ ଦ୍ରୁତ ବେଗରେ ଆଗେଇ ଚାଲିଛି। କାରଣ ଅନେକ ଗୁଡ଼ିଏ ସହରରେ ପ୍ରଥମ ଥର ସେକ୍ସ ଅନୁଭବ ନେଉଥିବା ଲୋକଙ୍କ ହାରାହାରି ବୟସ ହ୍ରାସ ପାଇଛି।

ଭର୍ଜିନିଟି ହରାଉଥିବା ଲୋକଙ୍କ ମଧ୍ୟରେ ସବା ଆଗରେ ରହିଛି ଗୌହାଟୀ। ଏଠାରେ ଥିବା ୬୧ ପ୍ରତିଶତ ଲୋକଙ୍କ କହିବା କଥା ହେଲା, ସେମାନଙ୍କୁ ସେକ୍ସର ପ୍ରଥମ ଅନୁଭବ କିଶୋରାବସ୍ଥାରେ ହୋଇଯାଇଥିଲା। ସେହିପରି ସାରା ଦେଶରେ ୩୩ ପ୍ରତିଶତ ଲୋକେ ସ୍ବୀକାର କରିଥିଲେ ଯେ ସେମାନଙ୍କୁ ପ୍ରଥମ ଯୌନ ଅନୁଭବ ସେମାନଙ୍କର କିଶୋରାବସ୍ଥାରେ ହୋଇଥିଲା। ୨୦୦୩ରେ ହୋଇଥିବା ଇଣ୍ଡିଆ ଟୁଡେ’ ସର୍ଭେରେ କେବଳ ୮ ପ୍ରତିଶତ ଲୋକେ ସ୍ବୀକାର କରିଥିଲେ ଯେ ସେମାନଙ୍କ ପ୍ରଥମ ସେକ୍ସ ଅନୁଭବ ସେମାନଙ୍କୁ ୧୮ ବର୍ଷ ହେବା ପୂର୍ବରୁ ହୋଇଥିଲା। ଏହି ସଂଖ୍ୟା ବଢ଼ିବା ପଛର କାରଣ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ମଧ୍ୟ ରହିଛି ବୋଲି ସର୍ଭେରେ କୁହାଯାଇଛି। ଏବେ ସେକ୍ସକୁ ନେଇ ସାଧାରଣ ମଣିଷର ଏପରି କୌଣସି ଫାଣ୍ଟାସି ନାହିଁ, ଯାହା ଇଣ୍ଟରନେଟ୍‌ରେ ଉପଲବ୍ଧ ନାହିଁ। ମାଗଣା ଇଣ୍ଟରନେଟ୍‌ ସେବା ବଳକା ଥିବା ସମସ୍ତ ସଙ୍କୋଚକୁ ଭାଙ୍ଗି ଦେଇଛି। ସହର ହେଉ ବା ଗାଁ ସେକ୍ସ ମାମଲାରେ ସମସ୍ତଙ୍କ ରୋମାଞ୍ଚ ରହୁଥିବାରୁ ଏଥିପାଇଁ ଏବେ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍‌ ସୁବିଧାଜନକ ମାଧ୍ୟମ ହୋଇଛି। ସର୍ଭେରୁ ଜଣାପଡ଼ିଛି ଯେ ଲୋକେ ନିଜ ସେକ୍ସ ଭାବନାକୁ ନେଇ ପୂର୍ବାପେକ୍ଷା ଅଧିକ ଖୋଲାଖୋଲି କଥା ହେଉଛନ୍ତି।

ଚଳିତ ବର୍ଷ ସର୍ଭେରେ ବଦଳୁଥିବା ଯୌନ ଜନିତ ବ୍ୟବହାର ଓ ସେକ୍ସ ପ୍ରତି ରହୁଥିବାବିଚାରଧାରା ସହିତ ଆହୁରି ଅନେକ ଗୁଡ଼ିଏ ନୂଆ ପ୍ରଶ୍ନ ପଚରା ଯାଇଥିଲା। ସେକ୍ସକୁ ନେଇ ଲୋକଙ୍କ ଫାଣ୍ଟାସି, ବିଶ୍ବସନୀୟତା, ପର୍ଣ୍ଣୋଗ୍ରାଫି ଓ ସେକ୍ସ କ୍ଷମତା ବଢ଼ାଉଥିବା ଭାଏଗ୍ରା ଭଳି ଉତ୍ତେଜକର ବ୍ୟବହାର ସମ୍ପର୍କରେ ପଚରା ଯାଇଥିଲା। ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଭାରତୀୟମାନେ ଭର୍ଜିନିଟି ମାମଲାରେ ଏବେ ବି ବହୁତ ପ୍ରତିକ୍ରିୟାଶୀଳ ଅଛନ୍ତି। ଇଣ୍ଡିଆ ଟୁଡେ’ ସେକ୍ସ ସର୍ଭେ ୨୦୧୯ ମୁତାବକ ଭାରତରେ ୫୩ ପ୍ରତିଶତ ଲୋକେ ନିଜ ପାର୍ଟନରଙ୍କ ଭର୍ଜିନିଟିକୁ ବହୁତ ଗୁରୁତର ସହ ଗ୍ରହଣ କରନ୍ତି।

ସୂଚନାଯୋଗ୍ୟ ଯେ ଇଣ୍ଡିଆ ଟୁଡେ’ ସେକ୍ସ ସର୍ଭେ ୨୩ ଜାନୁଆରୀ ୨୦୧୯ରୁ ୨୦ ଫେବ୍ରୁଆରୀ ୨୦୧୯ ମଧ୍ୟରେ ୪,୦୨୮ ଜଣ ଲୋକଙ୍କ ସହିତ ଆଲୋଚନା କରି କରାଯାଇଥିଲା। ଏଥିରେ ୧୪ରୁ ୨୯, ୩୦ରୁ ୪୯ ଓ ୫୦ରୁ ୬୯ ତିନୋଟି ଆୟୁବର୍ଗର ଲୋକଙ୍କୁ ସାମିଲ୍‌ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ