ଏସ୍‌-୪୦୦ ମିସାଇଲ୍‌ ଡେଲିଭରି ତ୍ବରାନ୍ବିତ କରିବାକୁ ରୁଷିଆକୁ ଭାରତର ପ୍ରସ୍ତାବ


ମସ୍କୋ: ରୁଷିଆ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିପକ୍ଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଜେଇ ଶୋଇଗୁଙ୍କ ମଧ୍ୟରେ ବୁଧବାର ପ୍ରତିରକ୍ଷା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ସ୍ଥିର ହୋଇଛି। ବିଶେଷକରି ଏସ୍‌-୪୦୦ ମିସାଇଲ୍‌ କିପରି ଭାବେ ଭାରତରେ ଶୀଘ୍ର ପହଞ୍ଚିବ, ସେନେଇ ରାଜନାଥ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇ ପାରୁଥିବା ଏହି ଏସ୍‌-୪୦୦ ମିସାଇଲ ଶତ୍ରୁପକ୍ଷର ବମ୍ବର୍ସ, ଜେଟ୍‌, ସ୍ପାଇ ପ୍ଲେନ୍‌, ମିସାଇଲ ଓ ଡ୍ରୋନ୍‌କୁ ନଷ୍ଟ କରିବାର କ୍ଷମତା ରଖିଛି। ଏହା ପ୍ରାୟ ୩୮୦ କିମି ଦୂରତା ପର୍ଯ୍ୟନ୍ତ ଶତ୍ରୁପକ୍ଷର ମୁକାବିଲା କରିବାକୁ ସମର୍ଥ ବୋଲି କୁହାଯାଉଛି।

ଭାରତ ଏହି ଏସ୍‌-୪୦୦ ମିସାଇଲ୍‌କୁ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛି। ଯେପରି ଶତ୍ରୁପକ୍ଷର କୌଣସି ବି ଆକ୍ରମଣକୁ ଏହି ଏସ୍‌-୪୦୦ ମିସାଇଲ୍‌ ଧ୍ବଂସ କରିପାରିବ, ତାହାହିଁ ଭାରତର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯଇଛି। ତେଣୁ ରୁଷିଆଠାରୁ ଯେଉଁ ଧାର୍ଯ୍ୟ ସମୟରେ ଏସ୍‌-୪୦୦ ମିସାଇଲ ପାଇବା ପାଇଁ ଚୁକ୍ତି ହୋଇଥିଲା, ତାହାକୁ ଆଗୁଆ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଗୁରୁତ୍ବାରୋପ କରିବେ ବୋଲି କୁହାଯାଉଛି।

ଭାରତ ଏସ୍‌-୪୦୦ ମିସାଇଲକୁ ଆଗୁଆ ପାଇବା ପାଇଁ ପ୍ରଥମ ଇନଷ୍ଟଲମେଣ୍ଟରେ ୬ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ୫ଟି ସ୍କ୍ବାଡର୍ନ ଏସ୍‌-୪୦୦ ପାଇଁ ଭାରତକୁ ମୋଟ୍‌ ୪୦ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ୨୦୧୮ ଅକ୍ଟୋବରରେ ଏନେଇ ଭାରତ ଓ ରୁଷିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏପରି ଚୁକ୍ତିକୁ ଅମେରିକା ବିରୋଧ କରିଥିଲେ ବି ଭାରତ ପଛଘୁଞ୍ଚା ନ ଦେଇ ସେତେବେଳେ ଚୁକ୍ତି ସ୍ବାକ୍ଷରିତ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ