ମାଇଣ୍ଡଟ୍ରି ସିଏଫ୍‌ଓ ପଦରୁ ପ୍ରଦୀପ ମେନନ୍‌ଙ୍କ ଇସ୍ତଫା


ବେଙ୍ଗାଳୁରୁ: ଭାରତର ଅନ୍ୟତମ ପ୍ରମୁଖ ବହୁରାଷ୍ଟ୍ରୀୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କମ୍ପାନୀ ମାଇଣ୍ଡଟ୍ରିର ଉପାଧ୍ୟକ୍ଷ ତଥା ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ପ୍ରଦୀପ ମେନନ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କମ୍ପାନୀ ସହ ମେନନ୍‌ଙ୍କର ୧୩ ମାସର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ଆକ୍‌ଜୋନୋବଲ୍‌ ଇଣ୍ଡିଆରେ କାର୍ଯ୍ୟ କରୁଥିବା ମେନନ୍‌ ଗତ ୨୦୧୮ ସେପ୍ଟେମ୍ବର ତୃତୀୟ ସପ୍ତାହରେ ମାଇଣ୍ଡଟ୍ରି ସହ ଯୋଡ଼ି ହୋଇଥିଲେ। ତେବେ ଆକ୍‌ଜୋନୋବଲ୍‌ ଇଣ୍ଡିଆ ପୂର୍ବରୁ ମେନନ୍‌ ୟୁନିଲିଭର୍‌ କମ୍ପାନୀରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ଏହି କମ୍ପାନୀ ପାଇଁ ଭାରତ ବ୍ୟତୀତ ସିଙ୍ଗାପୁର, ଦୁବାଇ ଓ ସ୍ବିଜରଲାଣ୍ଡ୍‌ରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ।

ଜଗନ୍ନାଥନ୍‌ ଚକ୍ରବର୍ତ୍ତୀ ନିଜ ପଦ ଛାଡ଼ିବା ପରେ ତାଙ୍କ ସ୍ଥାନ ପୂରଣ କରିବା ସକାଶେ ମେନନ୍‌ ମାଇଣ୍ଡଟ୍ରିରେ ଯୋଗଦେଇଥିଲେ। ଏହି କମ୍ପାନୀରେ ନିର୍ମାଣ କ୍ଷେତ୍ରର ପ୍ରମୁଖ କମ୍ପାନୀ ଲାର୍ସନ୍‌ ଏଣ୍ଡ୍‌ ଟ୍ୟୁବ୍ରୋ (ଏଲ୍‌ଏଣ୍ଡ୍‌ଟି) ପାଖାପାଖି ୬୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ମେନନ୍‌ ମାଇଣ୍ଡଟ୍ରିର କୋର୍‌ ଗ୍ରୁପ୍‌ରେ ପ୍ରମୁଖ ସଦସ୍ୟ ଭାବେ ସାମିଲ୍‌ ଥିଲେ। ଏ ସଂକ୍ରାନ୍ତରେ ମାଇଣ୍ଡଟ୍ରି ପକ୍ଷରୁ ବିଶେଷ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ପାଖାପାଖି ଦେଢ଼ ମାସ ତଳୁ ସେ ଏହି ପଦବୀ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଆସୁଥିଲା। ତାଙ୍କ ସ୍ଥାନରେ ଏଲ୍‌ଏଣ୍ଡ୍‌ଟି ଗ୍ରୁପ୍‌ର କୌଣସି ବରିଷ୍ଠ ଅଧିକାରୀ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ