ବୟସ ୮୦, ନିଶା ପେଣ୍ଟିଂ: ମିଲାନ୍‌ ଓ ପ୍ୟାରିସ୍‌ରେ ବି ଚାହିଦା


ମଧ୍ୟ ପ୍ରଦେଶର ଝୁଡ଼ିଆ ବେଗ୍‌। ବୟସ ୮୦। ଆଦିବାସୀ ପରିବାରରେ ଅତି ଦୟନୀୟ ସ୍ଥିତିରେ ତାଙ୍କ ଜୀବନ ବତିଛି। ସ୍ବାମୀ ମଧ୍ୟ ପ୍ରାୟ ୪୦ ବର୍ଷ ତଙ୍କ ହାତ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ପରିବାର ସଦସ୍ୟଙ୍କ ପାଖରେ ବଣ ଜଙ୍ଗଲ ଘେରା ଘେରା ରହୁଥିବା ବୃଦ୍ଧା ଝୁଡ଼ିଆ କିନ୍ତୁ ପରିଣତ ବୟସରେ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ଦିନେ ଯେଉଁ ଗାଁକୁ ସରକାରୀ ବାବୁମାନଙ୍କର ପାଦ ପଡ଼ୁ ନ ଥିଲା, ସେଠାରେ ଏବେ ପହଞ୍ଚିଛନ୍ତି ବିଦେଶରୁ ଆସିଥବା ନାମକରା ସଂସ୍ଥା। ଝୁଡ଼ିଆ ୮୦ ବର୍ଷ ବୟସରେ ବି ଯେଉଁ ପ୍ରକାର ପେଣ୍ଟିଂ କରୁଛନ୍ତି, ତାହା ଦେଖି ସମସ୍ତଙ୍କ ଆଖି ଖୋସି ହୋଇ ଯାଉଛି। ତାଙ୍କର ସୁନ୍ଦର ପେଣ୍ଟିଂକୁ ଇଟାଲୀର ମିଲାନ୍‌ ଓ ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ପେଣ୍ଟିଂ ପ୍ରତିଯୋଗିତାରେ ପ୍ରଶଂସାପତ୍ର ମିଳିଛି। ତାଙ୍କ ହାତ ତିଆରି ପେଣ୍ଟିଂ ପାଖରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଅଟକି ଯାଉଛନ୍ତି। ଏହା କ’ଣ ଝୁଡ଼ିଆଙ୍କ ଈଶ୍ବରଦତ୍ତ ପ୍ରତିଭା ନା ଆଉ କିଛି ତାହା ଜାଣିବା ପାଇଁ ମଧ୍ୟ ଅନେକ ବେସରକାରୀ ସଂସ୍ଥା ଉଦ୍ୟମ ଆରମ୍ଭ କରିଛନ୍ତି। ଝୁଡ଼ିଆଙ୍କର ଏହି ବିଚକ୍ଷଣ ପ୍ରତିଭା ବାବଦରେ ଭାରତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।

ବଣଜଙ୍ଗଲ ଘେରା ଆଦିବାସୀଙ୍କ କୁଡ଼ିଆ ଘରେ ଝୁଡ଼ିଆଙ୍କୁ ଭେଟିବା ପାଇଁ ବିଦେଶୀ ଗଣମାଧ୍ୟମର ଅନେକ ସଂସ୍ଥା ମଧ୍ୟ ପହଞ୍ଚିଛନ୍ତି। ହେଲେ ଝୁଡ଼ିଆ ସାକ୍ଷାତକାର ଦେବା ପାଇଁ
ରୁଚି ଦେଖାଇ ନାହାନ୍ତି। ବରଂ ସମୟ ନଷ୍ଟ ନ କରି କିପରି ଭାବେ ତାଙ୍କ ପେଣ୍ଟିଂକୁ ଆହରି ସୁନ୍ଦର କରିପାରିବେ, ସେଥିପାଇଁ ଲାଗି ପଡ଼ିଛନ୍ତି। ତାଙ୍କ କହିବା କଥା ହେଲା ଯେ ତାଙ୍କର ପେଣ୍ଟିଂକୁ ଲୋକେ ପସନ୍ଦ କରୁଛନ୍ତି ବୋଲି ଜାଣିବା ତାଙ୍କୁ ଖୁସି ଦେଇଛି। ଏହବାଦ୍‌ ପେଣ୍ଟିଂକୁ ନେଇ ସେ ରୋଜଗାର କରିବା ସକାଶେ ଲକ୍ଷ୍ୟ ରଖି ନାହାନ୍ତି। ମାତ୍ର ସେ ପେଣ୍ଟିଂ କରିବା ପରେ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅନ୍ୟମାନେ ପେଣ୍ଟିଂକୁ ପେସା କରି ବଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ କରିବା ତାଙ୍କୁ ଖୁସି କରିଥିବା ଝୁଡ଼ିଆ କହିଛନ୍ତି।

ଝୁଡ଼ିଆଙ୍କ ପେଣ୍ଟିଂରୁ ସ୍ପଷ୍ଟ ହୋଇଛି ଯେ କିପରି ଭାବେ ଆଦିବାଦୀ ସମ୍ପ୍ରଦାୟର ନାଚ, ଗୀତ, ଚିତ୍ରକଳା, ପାରମ୍ପରିକ ପୋଷାକ, ଅସ୍ତ୍ରଶସ୍ତ୍ରକୁ ବଞ୍ଚାଇ ରଖାଯାଇପାରିବ ତାହାକୁ ନେଇ ସେ ଅନେକ ପେଣ୍ଟିଂ କରିଛନ୍ତି। ଆଦିବାସୀ ରହୁଥିବା ଅଞ୍ଚଳକୁ ସ୍ବାସ୍ଥ୍ୟ, ଆଲୋକ, ଶିକ୍ଷା ପହଞ୍ଚି ପାରୁ ନାହିଁ। ଏଥିପାଇଁ ସେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେୋନେ ଯେତେ ପାଟି କଲେ ବି କେହି ଶୁଣୁ ନାହାନ୍ତି। ତେଣୁ ଏସବୁ ଯଦି ଚିତ୍ର ମାଧ୍ୟମରେ ସାଇତି ରଖାଯାଇପାରିବ, ତାହେଲେ ଭଲ ହେବ ବୋଲି ଝୁଡ଼ିଆ ଆଶାବ୍ୟକ୍ତ କରିଛନ୍ତି।

ଯେଉଁ ବୟସରେ ଜଣେ ବୃଦ୍ଧା ଅବଶିଷ୍ଟ ଜୀବନ ପାଇଁ ପରର ସହାୟତା ଲୋଡ଼ିବା କଥା,ସେତେବେଳେ ରାତି ପାହିଲେ ରଙ୍ଗ ତୂଳୀ ଧରି ବସିବା ଅନେକଙ୍କୁ ମଧ୍ୟ ବିସ୍ମିତ କରିଛି। ଏହା ପଛରେ କୌଣସି ଈଶ୍ବରୀୟ ପ୍ରତିଭା ଲୁଚି ରହିଛି କି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ