ଟପ୍‌ ଟ୍ରେଣ୍ଡରେ ‘ଲାଲ୍‌ ସିଂ ଚଢ଼ା’ର ଝଲକ


ବଲିଉଡ୍‌ର ମିଷ୍ଟର ପରଫକ୍ସେନିଷ୍ଟ ନାମରେ ଜଣାଶୁଣା ଆମୀର ଖାନଙ୍କ ପ୍ରଶଂସକଙ୍କୁ ବୁଧବାର ସକାଳୁ ଏକ ଭଲ ଖବର ଶୁଣିବାକୁ ମିଳିଛି। କାରଣ ବୁଧବାର ସକାଳୁ ଆମୀର ତାଙ୍କର ବହୁପ୍ରତୀକ୍ଷିତ ସିନେମା ‘ଲାଲ୍‌ ସିଂ ଚଢ଼ା’ର ମୋସନ୍‌ ପୋଷ୍ଟର ରିଲିଜ୍‌ କରିଛନ୍ତି। ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ହାଶଟ୍ୟାଗ୍‌ ଲାଲ୍‌ ସିଂ ଚଢ଼ା ଓ ହାଶ୍‌ଟ୍ୟାଗ୍‌ ଆମୀର ଖାନ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି।

ଆମୀର ଏହି ମୋସନ୍‌ ପୋଷ୍ଟର ସୋସାଲ ମିଡିଆରେ ପୋଷ୍ଟ କରିବା ସହିତ ଏକ ସୁନ୍ଦର କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି। ଏହି କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ କ୍ୟା ପତା ହମ୍‌ ହୈ କହାନୀ ୟା କହାନୀ ମେଁ ହମ୍‌। ଏହି ମୋସନ୍‌ ପୋଷ୍ଟରରେ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ସହ କ୍ୟାପସନ୍‌ର ଏହି ଲାଇନ୍‌କୁ ସୁନ୍ଦର ଭାବେ ସେଟ୍‌ କରାଯାଇଛି। ଏହି ସୁନ୍ଦର ମୋସନ୍‌ ପୋଷ୍ଟର ସହିତ ଆମୀର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଖ୍ରୀଷ୍ଟମାସ ଅବସରରେ ରିଲିଜ୍‌ ହେବ।

ସୂଚନାଯୋଗ୍ୟ ଯେ ‘ଲାଲ୍‌ ସିଂ ଚଢ଼ା’ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ ରିମେକ୍‌ ଅଟେ। ଏହି ଫିଲ୍ମରେ କରୀନା କପୁର ଖାନ ମୁଖ୍ୟ ଚରିତ୍ରରେ ଆମୀର ଖାନଙ୍କ ବିପକ୍ଷରେ ନଜର ଆସିବେ। ଆମୀର ନିଜ ଜନ୍ମଦିନ ଅବସରରେ ଏହି ଫିଲ୍ମର ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ