ତ୍ବଚାରେ ନୀଳ ଓ ଲାଲ ଚିହ୍ନ ହୋଇପାରେ ସେନାଇଲ୍‌ ପରପ୍ୟୁରାର ଲକ୍ଷଣ


ବେଳେବେଳେ କୌଣସି ବ୍ୟକ୍ତିଙ୍କ ତ୍ବଚା ଉପରେ ନୀଳ ଓ ଲାଲ ରଙ୍ଗର ଚିହ୍ନ ଦେଖିବାକୁ ମିଳିଥାଏ। ଏହି ନୀଲ ଓ ଲାଲ୍‌ ରଙ୍ଗର ଚିହ୍ନର ଆକୃତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। କେତେକ ଚିହ୍ନ ମଟର ଦାନା ଭଳି ଛୋଟ ହୋଇଥିବାବେଳେ ଆଉ କେତେକ କିଛି ସେଣ୍ଟିମିଟର ଆକାରର ବଡ଼ ମଧ୍ୟ ହୋଇଥାଏ। କେତେକ ଚିହ୍ନ ପୂରାପୂରି ଗୋଲ ହୋଇଥିବାବେଳେ ଆଉ କେତେ ବଙ୍କା, ତେରଛା ଆକୃତିର ହୋଇଥାଏ। ତେବେ ଏହି ଚିହ୍ନକୁ ଛୁଇଁଲେ ତ୍ବଚା ଉପରେ କୌଣସି ଅନୁଭବ ହୋଇ ନ ଥାଏ। ତେବେ ଯଦି ଆପଣଙ୍କ ତ୍ବଚାରେ ଏଭଳି ନୀଳ ଓ ଲାଲ୍‌ ରଙ୍ଗର ଦାଗ ଦେଖୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ସେନାଇଲ୍‌ ପରପ୍ୟୁରାର ଲକ୍ଷଣ ମଧ୍ୟ ହୋଇପାରେ।

ସେନାଇଲ୍‌ ପରପ୍ୟୁରା କ’ଣ

ସେନାଇଲ୍‌ ପରପ୍ୟୁରା ବିଶେଷ କରି ବୟସ୍କ ଲୋକଙ୍କଠାରେ ଦେଖାଯାଏ। ଏହାକୁ ଆକ୍ଟିନିକ୍‌ ପରପ୍ୟୁରା ମଧ୍ୟ କୁହାଯାଏ। ବୟସ ବଢ଼ିବା ସହିତ ବୃଦ୍ଧ ଲୋକଙ୍କ ତ୍ବଚା ଅଧିକ ମୁଲାୟମ ଓ ସମ୍ବେଦନଶୀଳ ହୋଇଯାଏ। ଏହି କାରଣରୁ ଟିକେ ବି ଭିଡ଼ି ହେଲେ, ଏହା ଫାଟି ଯାଇଥାଏ ଓ ଏଥିରୁ ବାହାରୁଥିବା ରକ୍ତ ତ୍ବଚାର ନିମ୍ନଭାଗରେ ଜମା ହୋଇଯାଏ। ଏହି ରକ୍ତ ଲାଲ୍‌ ଓ ନୀଳ ରଙ୍ଗର ଚିହ୍ନ ଭାବେ ନଜର ଆସିଥାଏ। ସେନାଇଲ୍‌ ଶବ୍ଦ ବୃଦ୍ଧବସ୍ଥା ଆଡ଼କୁ ଇସାରା କରୁଛି ଓ ପରପୂରାର ଅର୍ଥ ହେଉଛି ମାତ୍ରାଧିକ ରକ୍ତ ତ୍ବଚାର ନିମ୍ନ ଭାଗରେ ଜମା ହେବା କାରଣରୁ ହେଉଥିବା ଦାଗ।

ସେନାଇଲ ପରପ୍ୟୁରା ପାଇଁ କ’ଣ କରିବେ
ଯଦିଓ ସେନାଇଲ୍‌ ପରପ୍ୟୁରା ଏକ ଭୟଙ୍କର ରୋଗ ନୁହେଁ, କିନ୍ତୁ ଡାକ୍ତରମାନେ ଏହାର ଚିହ୍ନଟ କରିବାବେଳେ ଧ୍ୟାନ ରଖିବା ଉଚିତ ଯେ ତ୍ବଚାର ନିମ୍ନ ଭାଗରେ ଜମି ରହିଥିବା ରକ୍ତ ଅନ୍ୟ କୌଣସି ଗୁରୁତର ରୋଗର କାରଣ ତ ନୁହେଁ। ଏଥିପାଇଁ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ସନ୍ତୁଳିତ ଆହାର ସେବନ କରିବା ଉଚିତ। ଡାଏଟ୍‌ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌, ଦୁଗ୍ଧ ଜାତୀୟ ପଦାର୍ଥ, ସାଲାଡ଼, ସବୁଜ ପନିପରିବା ଓ ଫଳ ଆଦି ସାମିଲ୍‌ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ