ଚର୍ଚ୍ଚାରେ ତାରା ଓ କୃତିଙ୍କ ଗୋଲ୍ଡେନ୍‌ ଶିମରି ଶାଢ଼ି ଲୁକ୍‌


ଦୀପାବଳି ପାର୍ଟି ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ ଉପସ୍ଥିତି ଜାହିର କରିଥିଲେ। କେହି ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ତ ଆଉ କିଏ ଅନୀଲ କପୁର ତ ଆଉ କିଏ ସୈଫ୍‌ ଅଲୀ ଖାନଙ୍କ ଦୀପାବଳି ପାର୍ଟିରେ ସାମିଲ୍‌ ହୋଇଥିଲେ। ଏହି ସମୟରେ ବଲିଉଡ୍‌ର ନ୍ୟୁକମର ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ୍‌ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ଥିଲା ତାଙ୍କ ସେକ୍ସି ଷ୍ଟାଇଲ୍‌ ଏବଂ ସୁନ୍ଦର ଆଉଟ୍‌ଫିଟ୍‌।

ଦୀପାବଳି ପାର୍ଟି ସମୟରେ ତାରା ସୁତାରିଆ ଗୋଲ୍ଡେନ୍‌ ଓ ଗ୍ରେ ମିକ୍ସଡ ରଙ୍ଗର ଶିମରି ବାଡାଲା ଶାଢ଼ି ପିନ୍ଧିଥିଲେ। ଏହି ଶାଢ଼ି ସହିତ ସେ ଗ୍ରେ ରଙ୍ଗର ମ୍ୟାଚିଙ୍ଗ ସ୍ପାଗେଟ୍ଟି ଷ୍ଟ୍ରାପ୍‌ ପ୍ଲଜିଙ୍ଗ ନେକ୍‌ଲାଇନ୍‌ଯୁକ୍ତ ସେକ୍ସି ବ୍ଲାଉଜ୍‌ ସହିତ ଟିମ୍‌ ଅପ୍‌ କରି ପିନ୍ଧିଥିଲେ। ଏହି ଆଉଟ୍‌ଫିଟ୍‌ ସହିତ ତାରା ମଲ୍ଟି ଲେୟାର ନେକ୍‌ଲେସ୍‌, ଗୋଲ୍ଡେନ୍‌ କ୍ଲଚ୍‌, ଗୋଲ୍ଡେନ୍‌ ରଙ୍ଗର ହାଇ ହିଲ୍‌ ପିନ୍ଧିବା ସହିତ କେଶ ଖୋଲା ରଖିଥିଲେ। ତାରାଙ୍କ ଏହି ଲୁକ୍‌ ପ୍ରତ୍ୟେକ ଦୃଷ୍ଟିରୁ ଏକଦମ୍‌ ପରଫେକ୍ଟ ଥିଲା।

ତାରାଙ୍କ ଏହି ଶାଢ଼ି ଦେଖି କୃତି ସେନନ ମନେ ପଡ଼ିଯାଇଥିଲେ। କୃତି ମଧ୍ୟ ୟଗଣେଶ ଉତ୍ସବ ଅବସରରେ ଅବିକଳ ଏହିପରି ଗୋଲ୍ଡେନ୍‌ ରଙ୍ଗର ଶିମରି ଶାଢ଼ି ପିନ୍ଧିଥିଲେ। ଯାହାକୁ ଫ୍ୟାଶନ୍‌ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ୍‌ କରିଥିଲେ। ଏହି ଶାଢ଼ି ସହିତ କୃତି କାନରେ ବଡ଼ ବଡ଼ ଚାନ୍ଦବାଲୀ ପିନ୍ଧିଥିଲେ। ମଝିରୁ ସିନ୍ଥି କାଟି କୃତି ଜୁଡ଼ା ତିଆରି କରିଥିଲେ। ଏଥିରେ ସେ ଗଜରା ଲଗାଇଥିବା ଦେଖିବାକୁ ମଧ୍ୟ ମିଳିଥିଲା। ଏହି ଶାଢ଼ି ସହିତ କୃତି ହାତରେ ବଡ଼ କଙ୍କଣ ମଧ୍ୟ ପିନ୍ଧିଥିଲେ। ମୋଟାମୋଟି ଦେଖିବାକୁ ଗଲେ ତାରା ଓ କୃତିଙ୍କ ଲୁକ୍‌ ଏକା ଭଳି ଥିଲା। ଏବେ ଦେଖନ୍ତୁ ହଟ୍‌ନେସ୍‌ ଓ କିଲର ଲୁକ୍ସରେ କାହା ଲୁକ୍‌ ଭଲ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ