ବାଃ ଚମତ୍କାର: କ୍ୟାମେରାରେ କଏଦ ମାଆ ବଜ୍ରକାପ୍ତା କୋଳରେ ଦିନକର ଶାବକର ବିରଳ ଦୃଶ୍ୟ


ମାଆ ବଜ୍ରକାପ୍ତା କୋଳରେ ଦିନକର ଶାବକର ବିରଳ ଦୃଶ୍ୟ, (ଇନସେଟ୍‌) ଓଡ଼ିଆ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ
ଫଟୋ କିମ୍ବା ଭିଡିଓ ଯଦି ପ୍ରାସଙ୍ଗିକ ତଥା ଉତ୍କୃଷ୍ଟ ମାନର ହୋଇଥାଏ, ତେବେ ଏହା ବିରଳ ହୋଇଥାଏ। ଦୀର୍ଘ ସମୟ ପରେ ଏବେ ସୋସାଲ ମିଡିଆରେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ନେଇ ବ୍ୟବହାରକାରୀଙ୍କ ରୁଚି ତଥା ଆଗ୍ରହ ବଢ଼ିବାରେ ଲାଗିଛି। ଫଳରେ ଏହା ବିଜୁଳି ବେଗରେ ଭାଇରାଲ ହୋଇଛି। ଏହି ଚର୍ଚ୍ଚିତ ଭିଡିଓଟି ହେଉଛି ବିରଳ ପ୍ରଜାତିର ବଜ୍ରକାପ୍ତାର ମାଆ କୋଳରେ ଦିନକର ଶାବକର ଚମତ୍କାର ଦୃଶ୍ୟ। ଏହାର ଶ୍ରେୟ ଓଡ଼ିଆ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ଯାଉଛି। ତାଙ୍କର ଟ୍ବିଟର ହ୍ୟାଣ୍ଡଲ https://twitter.com/susantananda3?lang=en ରେ ସୁଶାନ୍ତ ପୋଷ୍ଟ କରିଥିବା ଏହି ଚମତ୍କାର ତଥା ବିରଳ ଭିଡିଓଟିକୁ ବହୁସଂଖ୍ୟାରେ ଲୋକେ ଦେଖିବାରେ ଲାଗିଛନ୍ତି।

ଏହି ଭିଡିଓରେ ବଜ୍ରକାପ୍ତା ଛୁଆଟି ମାଆ କୋଳରୁ ବାହାରି ସତେ ଯେମିତି ନୂଆ ଦୁନିଆ ଦେଖିବାକୁ ଉତ୍କଣ୍ଠିତ ହୋଇପଡ଼ୁଛି। ସୁଶାନ୍ତ ଏହାର କ୍ୟାପସନ ଦେଇଛନ୍ତି ‘ଏକ ଦିନର ବଜ୍ରକାପ୍ତା ଶାବକ ମାଆ ସହ’। ଦେଶରେ ବଜ୍ରକାପ୍ତା ଭଳି ବିଲୁପ୍ତିର ଦ୍ବାର ଦେଶରେ ଥିବା ସ୍ତନ୍ୟପାୟୀର ସର୍ବାଧିକ ଶିକାର କରାଯାଉଥିବା ବେଳେ ଏହା ଏକ ଉତ୍ସାହଜନକ ଦୃଶ୍ୟ ହୋଇପାରିଛି।

ଭିଡିଓରେ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି ଯେ ମାଆ ବଜ୍ରକାପ୍ତାର ବାହ୍ୟ ଆବରଣ ମୋଟା କାତିଯୁକ୍ତ ହୋଇଥିବା ବେଳେ ବଜ୍ରକାପ୍ତା ଶାବକର ବାହାର ଅଂଶ ପୂରାପୂରି ଧଳା ଓ ନରମ। ସୁଶାନ୍ତ ଏହାର ବର୍ଣ୍ଣନା କରି କହିଛନ୍ତି ଯେ ସମୟକ୍ରମେ ବଜ୍ରକାପ୍ତା ଶାବକର ଏହି ବାହ୍ୟ ଆବରଣ ମାଆ ଭଳି ଶକ୍ତ ଓ ମୋଟା ହେବା ସହ ଏହାର ରଙ୍ଗ ମଧ୍ୟ ବଦଳିଯାଇଥାଏ।

ଗତ ମାସରେ ମଧ୍ୟ ପ୍ରଦେଶରେ ଏହି ପ୍ରଜାତିର ଏକ ସ୍ତନ୍ୟପାୟୀକୁ ଲୋକେ ଭୁଲ୍‌ବଶତଃ କୁମ୍ଭୀର ବୋଲି ଧରିନେଇଥିଲେ। ତେବେ ବନ ବିଭାଗର କର୍ମଚାରୀମାନେ ଏହାକୁ ଉଦ୍ଧାର କରି ନିର୍ଦ୍ଦିଷ୍ଟ ସ୍ଥାନରେ ଛାଡ଼ିଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ