ଜାଣନ୍ତୁ ପ୍ରଭାବଶାଳୀ ନେତା ପୁଟିନଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌


ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭ ଅକ୍ଟୋବର ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ପୁଟିନ ଏବେ ୬୭ ବର୍ଷରେ ପହଞ୍ଚି ସାରିଛନ୍ତି। ପୁଟିନ କେବଳ ଜଣେ ଶକ୍ତିଶାଳୀ ରାଜନେତା ରୂପରେ ଜଣାଶୁଣା ନୁହନ୍ତି, ବରଂ ତାଙ୍କ ଜବରଦସ୍ତ ଫିଟ୍‌ନେସ୍‌ ସମ୍ପର୍କରେ ପୂରା ଦୁନିଆରେ ଚର୍ଚ୍ଚା ହେଉଛି। ଚାଲନ୍ତୁ ଜାଣିବା ଏତେ ବର୍ଷ ବୟସରେ ବି ପୁଟିନ କିପରି ନିଜ ଫିଟ୍‌ନେସ୍‌ର ଧ୍ୟାନ ରଖୁଛନ୍ତି।

ପୁଟିନ ନିଜକୁ ଫିଟ୍‌ ରଖିବା ଲାଗି ଜିମ୍‌ ଯାଇ ନିୟମିତ ବ୍ୟାୟାମ କରନ୍ତି। ଏଥିସହିତ ସେ ସ୍ବିମିଙ୍ଗ ମଧ୍ୟ କରିଥାନ୍ତି। ପୁଟିନ ନିୟମିତ ଦୁଇ ଘଣ୍ଟା ସ୍ବିମିଙ୍ଗ ଓ ଏକ ଘଣ୍ଟା ଜିମ୍‌ରେ ବ୍ୟାୟାମ କରିବା ପାଇଁ ସମୟ ବାହାର କରିଥାନ୍ତି। ଏହାବ୍ୟତୀତ ପୁଟିନଙ୍କର ଘୋଡ଼ା ସବାରର ବହୁତ ସଉକ ରହିଛି। ସକାଳୁଆ ତାଜା ପବନରେ ବୁଲିବା ପୁଟିନଙ୍କୁ ବହୁତ ପସନ୍ଦ। ପୁଟିନ ନିଜ ସକାଳ ଜଳଖିଆକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ସକାଳୁ ଉଠିବା ପରେ ସେ ପ୍ରଥମେ ବ୍ରେକ୍‌ଫାଷ୍ଟ କରିଥାନ୍ତି। ବ୍ରେକ୍‌ଫାଷ୍ଟରେ ପୁଟିନ ଅଣ୍ଡା, ଦଲିଆ ଓ ଜୁସ୍‌ ସେବନ କରିଥାନ୍ତି। ସକାଳ ଜଳଖିଆ ପରେ ପୁଟିନ କଫି ମଧ୍ୟ ପିଇଥାନ୍ତି।

ପୁଟିନ ନିଦ ମାମଲାରେ କୌଣସି ବୁଝାମଣା କରି ନ ଥାନ୍ତି। କିନ୍ତୁ ପୁଟିନ ଦିନ ତୁଳନାରେ ରାତିରେ ଅଧିକ ଆକ୍ଟିଭ୍‌ ରହିଥାନ୍ତି। ସେ ବିଳମ୍ବିତ ରାତି ଯାଏ ଚେଇଁ ନିଜ କାମ ଶେଷ କରନ୍ତି। ତାଙ୍କ କହିବାନୁସାରେ ରାତି ସମୟରେ ସେ ଭଲ ଭାବେ କାମ କରିପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ