ଅଲିମ୍ପକ୍‌ ପୁରୁଷ ହକି ଯୋଗ୍ୟତା ପର୍ଯ୍ୟାୟ: ଭାରତ ୪-୨ରେ ରୁଷିଆକୁ ହରାଇଲା


ଅଲିମ୍ପିକ୍‌ ପୁରୁଷ ହକି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ୪-୨ ଗୋଲ୍‌ରେ ରୁଷିଆକୁ ପରାସ୍ତ କରିଛି। ଶନିବାର ଭାରତୀୟ ପୁରୁଷ ଓ ମହିଳା ହକି ଦଳ କଳିଙ୍ଗ ଷ୍ଟୋଡିୟମରେ ସେମାନଙ୍କର ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଏଠାରେ ଉଭୟ ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ସମର୍ଥ ହେବେ ବୋଲି ଆଶା କରାଯାଉଛି।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ମ୍ୟାଚ୍‌ ୫ମ ମିନିଟ୍‌ରେ ଗୋଲ ସ୍କୋର କରି ୧-୦ରେ ଆଗୁଆ ହୋଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ପ୍ରଥମ ଗୋଲ୍‌ ସ୍କୋର କରି ଦଳକୁ ଆଗୁଆ କରିଥିଲେ। ୭ମ ମିନିଟ୍‌ରେ ଭାରତ ପାଇଁ ଆଉ ଏଗ ଗୋଲ କରିବା ସୁଯୋଗ ଥିଲେ ବି ତାହାକୁ ମନଦୀପ ସିଂହ ସଫଳ କରିପାରି ନଥିଲେ। ଫଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଆଗୁଆ ହୋଇଥିଲା। ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ରୁଷିଆ ଆନ୍ଦ୍ରେ କୁରଭ ଗୋଲ୍‌ କରି ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ନେଇ ଆସିଥିଲେ।

ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ମନ୍‌ଦୀପ ସିଂହ ଆଉ ଗୋଟିଏ ଫିଲ୍ଡ ଗୋଲ କରିବା ଫଳରେ ଭାରତ ପୁଣି ଥରେ ୨-୧ରେ ଆଗୁଆ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୨-୧ରେ ଅଗ୍ରଣୀ ବଜାୟ ରଖିବରେ ସଫଳ ହୋଇଥିଲା। ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ଅଭିଜ୍ଞ ଏସ୍‌ଭି ସୁନୀଲ ଗୋଲ କରିବା ଭାରତର ଅଗ୍ରଣୀକୁ ୩-୧କୁ ବୃଦ୍ଧି କରିଥିଲା। ୫୩ତମ ମିନିଟ୍‌ରେ ମନଦୀପ ସିଂହ ଆଉ ଏକ ଗୋଲ କରିବାରୁ ଭାରତ ୪-୧ରେ ଆଗୁଆ ହୋଇ ବିଜୟକୁ ନିଶ୍ଚିତ କରିଥିଲା। ଖେଳ ଶେଷ ହେବାକୁ ମାତ୍ର ଗୋଟିଏ ମିନିଟ୍‌ ବାକିଥିଲା ବେଳେ ରୁଷିଆ ଗୋଟିଏ ଗୋଲ ପରିଶୋଧ କରିବାରୁ ଭାରତ ମ୍ୟାଚ୍‌କୁ ୪-୨ରେ ଜିତି ନେଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ