ଇନ୍ଦୋରର କାଚ ମନ୍ଦିର ଦେଖିଛନ୍ତି କି? ଥରେ ନିଶ୍ଚୟ ଯାଆନ୍ତୁ


ଇନ୍ଦୋରରେ ଅନେକ ଗୁଡ଼ିଏ ମନ୍ଦିର ରହିଛି, କିନ୍ତୁ ଏଠାରେ ଥିବା କାଚ ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମନ୍ଦିର ବ୍ୟତୀତ ଏଠାରେ ଆହୁରି ମଧ୍ୟ ଅନେକ ସ୍ଥାନ ରହିଛି, ଯାହା ଦେଖିବା ଲାଗି ଲୋକେ ଦୂର ଦୂରାନ୍ତରୁ ଆସିଥାଏ। ଚାଲନ୍ତୁ ଜାଣିବା ଇନ୍ଦୋରରେ ଥିବା କେତେକ ସୁନ୍ଦର ସ୍ଥାନ ସମ୍ପର୍କରେ, ଯାହା ଜାଣିବା ପରେ ଆପଣ ଇନ୍ଦୋର ଭ୍ରମଣ କରିବାକୁ ମନ ବଳାଇବେ।

ଇନ୍ଦୋରର ଲୋକପ୍ରିୟ କାଚ ମନ୍ଦିର
ଇନ୍ଦୋରର ଏକ ଭବ୍ୟ ମନ୍ଦିର ଭାବେ ଜଣାଶୁଣା କାଚ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି, ଏହାର ଭିତର ପାର୍ଶ୍ବ ସମ୍ପୂର୍ଣ୍ଣ ଭାବେ କାଚରେ ତିଆରି। ଲହି ମନ୍ଦିରର ନିର୍ମାଣ ବିଂଶ ଶତାବ୍ଦୀର ଲୋକପ୍ରିୟ କପାସ ବେପାରୀ ହୁକୁମଚାନ୍ଦ ନିର୍ମାଣ କରିଥିଲେ। ମନ୍ଦିର ଭିତରର କାନ୍ଥ, ଛାତ, ଖମ୍ବ, ଚଟାଣ, କବାଟ ଆଦି ସବୁ କିଛି ରଙ୍ଗ ବେରଙ୍ଗ କାଚରେ ତିଆରି କରାଯାଇଛି। ହୁକୁମଚନ୍ଦ ଭଗବାନ ମହାବୀରଙ୍କ ବହୁତ ବଡ଼ ଭକ୍ତ ଥିଲେ। ତେଣୁ ସେ ଏହି ମନ୍ଦିର ନିର୍ମାଣ କରାଇଥିଲେ। ଏହି ମନ୍ଦିରରେ ଭଗବାନ ମହାବୀରଙ୍କ ବହୁତ ବଡ଼ ମୂର୍ତ୍ତି ରହିଛି।

ରାଜୱାଡା ପ୍ୟାଲେସ୍‌
ରାଜୱାଡା ପ୍ୟାଲେସ୍‌ ଇନ୍ଦୋରର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ। ଏହି ମହଲ ରାଜବଂଶ ଶାସକଙ୍କ ଐତିହାସିକ ମହଲ ଅଟେ। ଏହି ମହଲର ନିର୍ମାଣ ପାଖାପାଖି ୨୦୦ ବର୍ଷ ପୂର୍ବରୁ ହୋଇଥିଲା। ଏହି ମହଲ ନିଜର ବାସ୍ତୁକଳା ପାଇଁ ବହୁତ ଲୋକପ୍ରିୟ। ସାତ ମହଲା ବିଶିଷ୍ଟ ଏହି ସୁନ୍ଦର ମହଲ ସହର ମଝିରେ ଠିଆ ହୋଇଛି। ଏହି ପୂରା ମହଲ କାଠ ଓ ପଥରରେ ନିର୍ମାଣ ହୋଇଛି। ବଡ଼ ବଡ଼ ଝରକା, ବାଲ୍‌କୋନୀ ଓ କରିଡର ପୁରୁଣା ସମୟର ଇଣ୍ଟିରିଅରକୁ ମନେପକାଇ ଦେଉଛି।

ମେଘଦୂତ ଗାର୍ଡେନ
ମେଘଦୂତ ଉପବନ ଇନ୍ଦୋରର ସମସ୍ତ ପାର୍କଠାରୁ ସବୁଠାରୁ ବଡ଼ ପାର୍କ ଅଟେ। ବହୁତ ଲୋକପ୍ରିୟ ଏହି ପାର୍କ, ସ୍ଥାନୀୟ ଲୋକଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ଅଟେ। ଛୁଟି ସମୟରେ ଏଠାରେ ଲୋକଙ୍କ ଯିବା ଆସିବା ବହୁତ ବଢ଼ିଯାଏ। ଏହି ପାର୍କରେ ସୁନ୍ଦର ଲନ୍‌, ସୁନ୍ଦର ବଗିଚା, ୱାଟର ସ୍ପ୍ରିଙ୍ଗସ୍‌ ଓ ଅନ୍ୟାନ୍ୟ ଆକର୍ଷଣ ରହିଛି। ଏହି ପାର୍କ ସହରର ଭିଡ଼ରୁ ଦୂରରେ ଥିବା ଶାନ୍ତ ଓ ଆରାମଦାୟକ ସ୍ଥାନ ଅଟେ। ଯେଉଁଠି ଆପଣ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଆରାମରେ କିଛି ସମୟ ବିତାଇପାରିବେ। 

ଗୀତା ଭବନ
ଗୀତା ଭବନ ଇନ୍ଦୋରର ସବୁଠାରୁ ସୁନ୍ଦର ସ୍ଥାନ ଅଟେ। ଏହି ମନ୍ଦିରର ବିଶେଷତ୍ବ ହେଉଛି ଏହା କୌଣସି ବିଶେଷ ଧର୍ମ, ସମ୍ପ୍ରଦାୟ କିମ୍ବା ଜାତିର ଲୋକଙ୍କ ପାଇଁ  ମନ୍ଦିର ନୁହେଁ। ଏହା ଲୋକଙ୍କ ବିଶ୍ବାସକୁ ସମର୍ପିତ ମନ୍ଦିର ଅଟେ। ବିଭିନ୍ନ ଧର୍ମକୁ ମାନୁଥିବା ଲୋକେ ଏହି ମନ୍ଦିରରେ ଏକାଠି ହୋଇଥାନ୍ତି ଓ ସାରା ବିଶ୍ବରେ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି। ଏହି ମନ୍ଦିରରେ ଆପଣଙ୍କୁ ବିଭିନ୍ନ ଧର୍ମର ମୁର୍ତ୍ତି ଦେଖିବାକୁ ମିଳିଥାଏ। ଏଠାରେ ଏକ ସୁନ୍ଦର ସେଣ୍ଟ୍ରାଲ ହଲ୍‌ ରହିଛି, ଯେଉଁଠି ରାମାୟଣ ଓ ମହାଭାରତ ଭଳି ମହାକାବ୍ୟକୁ ପେଣ୍ଟିଙ୍ଗସ୍‌ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି। ଏଠାରେ ପ୍ରତ୍ୟେକ ବର୍ଷ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ, ଯେଉଁଠି ପ୍ରତ୍ୟେକ ବର୍ଗର ଲୋକ ଆସି ନିଜର ବିଚାର ଉପସ୍ଥାପନ କରିଥାନ୍ତି।

କମଳା ନେହରୁ ପାର୍କ
କମଳା ନେହରୁ ପାର୍କ ୪୦୦୦ ବର୍ଗ ଫୁଟ୍‌ କ୍ଷେତ୍ରରେ ପରିବ୍ୟାପ୍ତ। ଏହି ପାର୍କରେ ଆପଣଙ୍କୁ ବିଭିନ୍ନ ପ୍ରକାରର ପକ୍ଷୀ ଓ ପଶୁଙ୍କ ପ୍ରଜାତି ଦେଖିବାକୁ ମିଳିବ। ଏହି ପାର୍କରେ ଧଳା ବାଘ ଓ ଏହାର ଛୋଟ ଛୋଟ ଛୁଆ ମଧ୍ୟ ଦେଖିବାକୁ ମିଳିଥାନ୍ତି। ଏହି ପାର୍କରେ ଆପଣ ପୋନି ରାଇଡ୍‌, ହାତୀ ସବାରୀ ଓ ଓଟ ସବାରୀ କରିବାର ଆନନ୍ଦ ଉଠାଇପାରିବେ। ପାର୍କରେ ପିଲାଙ୍କ ଖେଳିବା ଲାଗି ଅଲଗା ମନୋରଞ୍ଜକ ସ୍ଥାନ ମଧ୍ୟ ତିଆରି କରାଯାଇଛି। ଏଠାରେ ବୁଲିବା ସହିତ ଆପଣ ପିଲା ବହୁତ କିଛି ଶିଖିବାକୁ ମଧ୍ୟ ପାଇବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ