ସାବଧାନ! ପ୍ରତି ୨୦ ସେକେଣ୍ଡରେ ଜଣେ ଭାରତୀୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌, ଏଥରୁ ବଞ୍ଚନ୍ତୁ


୨୯ ଅକ୍ଟୋବରକୁ ସାରା ବିଶ୍ବରେ ୱାର୍ଲ୍ଡ ଷ୍ଟ୍ରୋକ୍‌ ଡେ’ ଭାବେ ପାଳନ କରାଯାଏ। ଷ୍ଟ୍ରୋକ୍‌ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଏଥିରୁ ମୁକ୍ତ ରହିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ଯାହାଫଳରେ ଲୋକେ ଏହି ରୋଗ ସମ୍ପର୍କରେ ଜାଣିବା ସହିତ ଏଥିରୁ ରକ୍ଷା ପାଇବାର ଉପାୟ ଖୋଜିପାରିବେ। ଷ୍ଟ୍ରୋକ୍‌କୁ ସାଧାରଣ ଶବ୍ଦରେ ମସ୍ତିଷ୍କ ଆଘାତ କୁହାଯାଏ। ବିଶେଷକରି ଏହା ପ୍ରଭାବରେ ପାରାଲିସିସ୍‌ ବା ପକ୍ଷାଘାତ ହୋଇଥାଏ। ଏହା ଏପରି ଏକ ରୋଗ, ଯେଉଁଥିରେ ରୋଗୀଙ୍କ ମୁହଁ ବଙ୍କା ହୋଇଯାଏ, ହାତ ଗୋଡ଼ ଚଳି ନ ଥାଏ, କଥା କହିବାରେ ସମସ୍ୟା ହୋଇଥାଏ କିମ୍ବା ଆଦୌ କଥା କହି ହୋଇ ନ ଥାଏ। ଏପରିସ୍ଥଳେ ଠିକ୍‌ ସମୟରେ ଚିକିତ୍ସା ନ କରିଲେ ଏହାର ପରିଣାମ ଭୟଙ୍କର ହୋଇପାରେ।

ତୁରନ୍ତ ଚିକିତ୍ସା କରାଗଲେ ଜୀବନ ବଞ୍ଚିଯିବ

ଷ୍ଟ୍ରୋକ୍‌ ଏକ ଜରୁରୀକାଳୀନ ସ୍ଥିତି ଅଟେ। ପ୍ରାରମ୍ଭିକ ସ୍ଥିତିରେ ଏହା ଜଣାପଡ଼ିଗଲେ, ପ୍ରଭାବିତ ଲୋକ ବଞ୍ଚି ଯାଇପାରିବେ। କାରଣ ଏହାର ପ୍ରଭାବୀ ଚିକିତ୍ସା ରହିଛି। ଷ୍ଟ୍ରୋକ୍‌ର ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ପ୍ରଭାବିତଙ୍କୁ ହସ୍ପିଟାଲ ନେବା ବହୁତ ଜରୁରୀ। ଲକ୍ଷଣ ଦେଖାଯିବାର ପ୍ରାଥମିକ ସାଢ଼େ ୪ ଘଣ୍ଟା ଭିତରେ ଯଦି ଚିକିତ୍ସା ଆରମ୍ଭ ହୋଇଯାଏ, ତେବେ ବଡ଼ ଧରଣର କ୍ଷତିରୁ ରକ୍ଷା ମିଳିପାରିବ। ଯେତେଶୀଘ୍ର ରକ୍ତ ଜମାଟ ବାନ୍ଧିବାକୁ ରୋକିବା ପାଇଁ ଔଷଧ ଦିଆଯାଏ, ସେତେ ଶୀଘ୍ର ଜୀବନ ରକ୍ଷା କରାଯାଇପାରିବ।

ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଷ୍ଟ୍ରୋକ୍‌କୁ ମସ୍ତିଷ୍କ ଆଘାତ ବୋଲି ମଧ୍ୟ କୁହାଯାଏ। ମସ୍ତିଷ୍କରେ ରକ୍ତ ପହଞ୍ଚିବାରେ ବାଧା ଉପୁଜିଲେ ଏହି ପରିସ୍ଥିତି ସୃଷ୍ଟି ହୋଇ ହୋଇଥାଏ। ଏପରି ହେବା ଦ୍ବାରା ମସ୍ତିଷ୍କର କୋଷିକା ମୃତ ହେବାରେ ଲାଗେ। କାରଣ ଏହାକୁ କାମ କରିବା ଲାଗି ଯେଉଁ ଅମ୍ଳଜାନ ଓ ପୋଷକତତ୍ତ୍ବ ମିଳିବା ଉଚିତ, ତାହା ମିଳି ନ ଥାଏ। ଡାକ୍ତରଙ୍କ କହିବାନୁସାରେ ହାର୍ଟ ଆଟାକ୍‌ର ଲକ୍ଷଣ ଭଳି ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ ଦେଖିବାକୁ ମିଳି ନ ଥାଏ। କିନ୍ତୁ ଏହା ଆପଣଙ୍କ ମସ୍ତିଷ୍କର କେଉଁ ଅଂଶକୁ ପ୍ରଭାବିତ କରିଛି ତାହା ଲକ୍ଷଣ ଉପରେ ନିର୍ଭର କରିଥାଏ। ଶରୀରର ଯେ କୌଣସି ଅଙ୍ଗର କାମକୁ ଷ୍ଟ୍ରୋକ୍‌ ଅଚାନକ ବନ୍ଦ କରିଦିଏ। ତେଣୁ ଯଦି ଶରୀରର ନିୟନ୍ତ୍ରଣ, ଆଖି, ଚେହେରା, ହାତ ଥରୁଛି, କଥା କହିବାରେ କିଛି ବି ସମସ୍ୟା ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ପ୍ରତ୍ୟେକ ମିନିଟ୍‌ରେ ୩ ଭାରତୀୟ ଷ୍ଟ୍ରୋକ୍‌ର ଶିକାର
ମିଳିଥିବା ତାଜା ତଥ୍ୟ ଅନୁସାରେ ପ୍ରତ୍ୟେକ ୧ ମିନିଟ୍‌ରେ ୩ ଜଣ ଭାରତୀୟ ଅର୍ଥାତ୍‌ ପ୍ରତି ୨୦ ସେକେଣ୍ଡରେ ଜଣେ ଭାରତୀୟ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ଏହି ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଚାଲିଛି। ଏହି କ୍ରମେ ପ୍ରତ୍ୟେକ ବର୍ଷ ୧୫ ଲକ୍ଷ ଭାରତୀୟ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ଏଥିମଧ୍ୟରୁ ୯୦ ପ୍ରତିଶତ ରୋଗୀ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିପାରୁ ନାହାନ୍ତି। ୫୫ ବର୍ଷ ବୟସ ପରେ ପ୍ରତ୍ୟେକ ୬ ଜଣରେ ଜଣେ ପୁରୁଷ ଓ ୫ ଜଣରେ ଜଣେ ମହିଳା ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଥିବାବେଳେ ସମୟକ୍ରମେ ଏହା ଅନେକ ଗୁଣା ବଢ଼ିଛି। ବ୍ରେନ୍‌ ଷ୍ଟ୍ରୋକ୍‌ ହେଲେ ରୋଗୀକୁ ୩ ପ୍ରକାର ଅବସ୍ଥା ଭୋଗିବାକୁ ପଡ଼ିପାରେ। ଏଥିରେ ରୋଗୀର ମୃତ୍ୟୁ ହୋଇପାରେ କିମ୍ବା ରୋଗୀ ଉପଶମ ଲାଭ କରି ସାମାନ୍ୟ ଜୀବନ ବଞ୍ଚିପାରେ କିମ୍ବା ସାରା ଜୀବନ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିପାରେ।

ଅଧିକ ଚିନି, ଲୁଣ ମଧ୍ୟ ଷ୍ଟ୍ରୋକ୍‌ର କାରଣ

ଯଦି ଆପଣଙ୍କ ମଧୁମେହ, କୋଲେଷ୍ଟ୍ରଲ, ଉଚ୍ଚରକ୍ତଚାପ ରୋଗୀ କିମ୍ବା ମୋଟାପଣର ଶିକାର, ତେବେ ଏହି ସବୁ ସମସ୍ୟା କେବଳ ହୃଦ୍‌ରୋଗ ଆଡ଼କୁ ଈଶାରା କରୁ ନାହିଁ। ଏହା ଷ୍ଟ୍ରୋକ୍‌ର ମଧ୍ୟ ଏକ ବଡ଼ କାରଣ ହୋଇପାରେ। ରିଫାଇନ୍‌ଡ ଅଏଲ, ଚିନି, ଲୁଣ ଓ ଅଧିକ ଫ୍ରାଏଡ୍‌ ଫୁଡ୍‌ ସେବନ କରୁଥିବା ଲୋକଙ୍କୁ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ରହିଥାଏ। ଷ୍ଟ୍ରୋକ୍‌ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ, କିନ୍ତୁ ପୁରୁଷଙ୍କଠାରେ ଏହା ଅଧିକ ଦେଖାଯାଏ। ତେବେ ଏଥିରେ ୫୦ ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଥାଏ ବୋଲି ଡାକ୍ତରମାନେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।