ଫ୍ୟାଶନ
କରନଙ୍କ ୫ ଇଞ୍ଚିଆ ହିଲ୍ ବୁଟ୍ର ଦାମ୍ ଶୁଣି ଉଡିଯିବ ହୋଶ୍

ଯେତେବେଳେ ହିଲ୍ ସମ୍ପର୍କରେ ଆଲୋଚନା କରାଯାଏ, ସାଧାରଣତଃ ଉଚ୍ଚ ଗୋଇଠିଯୁକ୍ତ ସ୍ୟାଣ୍ଡଲ ପିନ୍ଧିଥିବା ଝିଅ କିମ୍ବା ମହିଳାଙ୍କ ଚିତ୍ର ସାମ୍ନାକୁ ଆସିଥାଏ। ଯଦି କେହି ହାଇ ହିଲ୍ଯୁକ୍ତ ସ୍ୟାଣ୍ଡଲ ପିନ୍ଧିବାରେ ସହଜ ଅନୁଭବ କରୁନାହାନ୍ତି, ସେମାନଙ୍କ ପାଇଁ ବଜାରରେ ହାଇ ହିଲ୍ ବୁଟ୍ କିମ୍ବା ପ୍ଲାଟଫର୍ମ ହିଲ୍ଯୁକ୍ତ ସ୍ୟାଣ୍ଡଲ ମଧ୍ୟ ଉପଲବ୍ଧ ହେଉଛି। କିନ୍ତୁ ଯଦି କୌଣସି ପୁରୁଷ ୫ ଇଞ୍ଚିଆ ହିଲ୍ଯୁକ୍ତ ବୁଟ୍ ପିନ୍ଧିଥିବା ଦେଖିବାକୁ ମିଳନ୍ତି, ନିଶ୍ଚିତ ଭାବେ ମଜା ଲାଗିବ।
ବଲିଉଡ୍ର ସବୁଠାରୁ ବଡ଼ ଫ୍ୟାସିନିଷ୍ଟା ଭାବେ ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦେଶକ କରନ ଜୋହର କିଛି ଦିନ ପୂର୍ବରୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ୫ ଇଞ୍ଚ ଉଚ୍ଚ ବିଶିଷ୍ଟ ବ୍ଲାକ୍ ରଙ୍ଗର ବୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଗୋଲ୍ଡେନ୍ କଲରର ଷ୍ଟ୍ରାଇପ୍ ଯୁକ୍ତ କଳା ରଙ୍ଗର ଲୁଜ୍ ପ୍ୟାଣ୍ଟ, କଳା ରଙ୍ଗର ମ୍ୟାଚିଂ ବ୍ଲେଜର ଓ କଳା ରଙ୍ଗର ରାଉଣ୍ଡ ନେକ୍ ଟି-ଶାର୍ଟ ସହିତ କରନ ଏହି ବୁଟ୍କୁ ମ୍ୟାଚ୍ କରି ପିନ୍ଧିଥିଲେ।
ଏହି ଆଉଟ୍ଫିଟ୍ ସହିତ କରନ ନିଜର ଟ୍ରେଡମାର୍କ ଗ୍ଲାସ୍ ମଧ୍ୟ ଟିମ୍ଅପ୍ କରି ପିନ୍ଧିଥିଲେ। କିନ୍ତୁ କରନଙ୍କ ଏହି ଲୁକ୍ରେ ସବୁଠାରୁ ଅଧିକ ଆକର୍ଷକ ଥିଲା ତାଙ୍କ ଫୁଟ୍ ୱିଅର। ଲୋକପ୍ରିୟ ଆମେରିକୀୟ ଡିଜାଇନର ରିକ୍ ଓୱେନ୍ସଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଏହି ଲ୍ୟାରି ରିକ୍ ଓୱେନ୍ସ ମେନ୍ସ ବୁଟ୍ର ଦାମ୍ ୧୪୧୩ ଡଲାର ଅର୍ଥାତ୍ ପାଖାପାଖି ୧ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ