ଘର ସଫା କରିବାରେ ସାହାଯ୍ୟ କରିବ ଏହି ଟିପ୍ସ


ଘରକୁ ସଫା ସୁତୁରା ରଖିବା ପାଇଁ ଅଧିକାଂଶ ମହିଳା ସଚେତନ ରହିଥାନ୍ତି। ତାଙ୍କ ଘର ସବୁବେଳେ ଚମକୁ ଓ ସଫା ଦେଖାଯାଉ ବୋଲି ପ୍ରତ୍ୟେକ ମହିଳା ଚେଷ୍ଟା କରିଥାନ୍ତି। ଘର ସଫା କରିବା ଲାଗି ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଯଦି ଆପଣ ଛୋଟ ଛୋଟ କଥାକୁ ଧ୍ୟାନ ରଖିବେ, ତେବେ ଆପଣଙ୍କ କାମ ସହଜ ହୋଇପାରିବ। ଅନେକ ସମୟରେ ଘରେ ବ୍ୟବହାର ହେଉ ନ ଥିବା ଜିନିଷକୁ ବ୍ୟର୍ଥ ଭାବି ଫିଙ୍ଗି ଦିଆଯାଏ। କିନ୍ତୁ ଆପଣ ଚାହିଲେ ଏହାର ବ୍ୟବହାର ମଧ୍ୟ କରିପାରିବେ। ଚାଲନ୍ତୁ ଜାଣିବା ଘର ସଫା ସୁତୁରା କରିବାର ଛୋଟ ଛୋଟ ଉପାୟ ସମ୍ପର୍କରେ।

କିଚେନ୍‌

କିଚେନ୍‌ରେ ସାଧାରଣତଃ ଅସରପା ଯିବା ଆସିବା କରିବା ଫଳରେ ରୋଷେଇ ଘର ଅପରିଷ୍କାର ହୋଇଯାଏ। ଯଦି ଆପଣ ମଧ୍ୟ କିଚେନ୍‌ରେ ଅସରପା ପାଇଁ ଚିନ୍ତାରେ ଅଛନ୍ତି, ତେବେ ୨ ଟେବଲସ୍ପୁନ୍‌ ଖାଇବା ସୋଡ଼ା, ୨ ଟେବଲ୍‌ସ୍ପୁନ୍‌ ଅଟା ଓ କ୍ଷୀରରେ ମିଶାଇ ଏହାକୁ ଦଳି ଦିଅନ୍ତୁ। ଏବେ ଏହି ଅଟାକୁ ଛୋଟ ଛୋଟ ଗୁଳା କରି ଯେଉଁ ସ୍ଥାନରୁ ଅସରପା ଆସୁଛନ୍ତି, ସେଥିରେ ବନ୍ଦ କରନ୍ତୁ। ସେହିପରି ଚିନି ଡବାରେ ପିମ୍ପୁଡ଼ି ନ ହେବା ଲାଗି ଡବାରେ ୪ରୁ ୫ଟି ଲବଙ୍ଗ ପକାନ୍ତୁ। ଏପରି କରିବା ଦ୍ବାରା ଡବାରେ ପିମ୍ପୁଡ଼ି ଲାଗିବ ନାହିଁ। କିଚେନ୍‌ର ସେଲ୍‌ଫ ଯେତେ ସଫା ସୁତୁରା ରହିବ, କିଚେନ୍‌ ସେତେ ସଫା ନଜର ଆସିବ। ତେଣୁ ରୋଷେଇ କରିବାବେଳେ ସଙ୍ଗେ ସଙ୍ଗେ ସେଲ୍‌ଫ ମଧ୍ୟ ସଫା କରନ୍ତୁ। ସେଲ୍‌ଫରେ ଅଟା ଓ ଡାଲି ତରକାରୀ ପଡ଼ିବା ଫଳରେ କିଚେନ୍‌ରେ କୀଟାଣୁ ସୃଷ୍ଟି ହୋଇଥାଏ।

କୋଠରୀ
ଯଦି ଆପଣଙ୍କର ବହି ପଢ଼ିବା ସଉକ ରହିଛି ଓ ଆପଣଙ୍କ ପାଖରେ ଅନେକଗୁଡ଼ିଏ ପୁରୁଣା ବହି ରହିଛି, ତେବେ ଏହା ପାଖରେ ୨ରୁ ୩ଟି ନିମ୍ବ ପତ୍ର ରଖନ୍ତୁ। ଏପରି କରିବା ଦ୍ବାରା ଷ୍ଟଡି ରୁମ୍‌ ଅପରିଷ୍କାର ହେବ ନାହିଁ। କୋଠରୀକୁ ସଫା ସୁତୁରା ଓ ବଡ଼ ଦେଖାଯବା ଲାଗି ସମସ୍ତ ଜିନିଷ କ୍ୟାବିନେଟ୍‌ରେ ରଖନ୍ତୁ କିମ୍ବା ଅଲଗା ଅଲଗା ବାସ୍କେଟ୍‌ରେ ସଜାଇ ରଖନ୍ତୁ। ଯଦି ଆପଣଙ୍କ ଷ୍ଟୋର୍‌ ବେଡରୁମ୍‌ ପାଖରେ ରହିଛି, ଏହା ଆଗରେ ପରଦା ପକାନ୍ତୁ। ଯାହାଫଳରେ ଷ୍ଟୋର୍‌ ରୁମ୍‌ରେ ଥିବା ଜିନିଷ ନଜର ଆସିବ ନାହିଁ।

କେତେକ ସହଜ ଟିପ୍ସ
ଡାଇନିଂ ଟେବଲ୍‌କୁ ସଫା ସୁତୁରା ଓ ଚମକାଇବା ଲାଗି ଟେବଲ୍‌ ଉପରେ ଲୁଣ ପାଣି ଢାଳି କପଡ଼ାରେ ସଫା କରନ୍ତୁ। ଯଦି ଆପଣଙ୍କ ଘରେ ତାଜା ଫୁଲ ରଖିବା ପସନ୍ଦ, ପାଣି ଥିବା ପାତ୍ରରେ ରଖନ୍ତୁ। ପାଣିରେ ଅଳ୍ପ ଖାଇବା ସୋଡ଼ା କିମ୍ବା ଲୁଣ ମିଶାନ୍ତୁ। ଏପରି କରିବା ଦ୍ବାରା ଫୁଲ ଦୀର୍ଘ ସମୟ ଯାଏ ତାଜା ରହିଥାଏ। ଯଦି ଶୁ ପଲିସ୍‌ ଶୁଖିଯାଏ, ଏଥିରେ କିରାସିନି ମିଶାନ୍ତୁ। ଏହାଦ୍ବାରା ଶୁ ପଲିସ୍‌ ପୁଣିଥରେ ତାଜା ହୋଇଯିବ। ମହମବତୀକୁ ଅଧିକ ସମୟ ଜଳାଇବା ଲାଗି ଏହାକୁ ପାଣି ଥିବା ଗ୍ଲାସ୍‌ରେ ରଖି ଜଳାନ୍ତୁ। ଏପରି କରିବା ଦ୍ବାରା ମହମବତୀ ଦୀର୍ଘ ସମୟ ଯାଏ ଜଳିବ। କଇଁଚି ଓ ଛୁଞ୍ଚି ଯେଉଁ ଡବାରେ ରଖୁଛନ୍ତି, ଏଥିରେ କିଛି ମାତ୍ରାରେ ଟାଲକମ୍‌ ପାଉଡର ସିଞ୍ଚନ୍ତୁ। ଏପରି କରିବା ଦ୍ବାରା ଏଥିରେ କଳଙ୍କ ଲାଗିବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।