ଦୀପାବଳି ପାର୍ଟି ପାଇଁ ସେଲିବ୍ରିଟିଙ୍କଠାରୁ ନିଅନ୍ତୁ ଷ୍ଟାଇଲିଂ ଟିପ୍ସ


ସବୁଠାରୁ ବଡ଼ ପର୍ବ ମଧ୍ୟରେ ଅନ୍ୟତମ ଦୀପାବଳି ୨୭ ଅକ୍ଟୋବରରେ ପଡ଼ୁଛି। ଏପରିସ୍ଥଳେ ଦୀପାବଳିରେ କ’ଣ ଧମାଲ କରିବେ, ଅତିଥିଙ୍କ ପାଇଁ କ’ଣ ତିଆରି କରିବେ, ଏହାର ତାଲିକା ପ୍ରସ୍ତୁତ କରି ସାରିବେଣି। ଦୀପାବଳି ଅବସରରେ ଆପଣଙ୍କ ସମସ୍ତ ଧ୍ୟାନ ଡ୍ରେସ୍‌ ଉପରେ ରହିଥାଏ। ଯଦି ଆପଣ ଦୀପାବଳିରେ କେମିତି ଆଉଟ୍‌ଫିଟ୍‌ ପିନ୍ଧିବେ, ତାହା ଚୟନ କରିନାହାନ୍ତି, ତେବେ ଏଠାରୁ ଟିପ୍ସ ନେଇପାରିବେ।

ମୋନିଙ୍କ ଗୋଲ୍ଡେନ୍‌ ଶାଢ଼ି

ନିଜର ଆଗାମୀ ସିନେମା ‘ମେଡ୍‌ ଇନ୍‌ ଚାଇନା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ମୋନି ରୟ। ଏହି ଅବସରରେ ମୋନି ୟେଲୋ ରଙ୍ଗର ହେଭି ୱାର୍କଯୁକ୍ତ ଶାଢ଼ିରେ ନଜର ଆସିଥିଲେ। ଦୀପାବଳି ଅବସରରେ ପିନ୍ଧିବା ଲାଗି ଏହା ପୂରାପୂରି ପରଫେକ୍ଟ ଅଟେ। ନିଜର ଏହି ଶାଢ଼ି ସହିତ ମୋନି ଫୁଲ୍‌ ସ୍ଲିଭ୍‌ସ ବ୍ଲାଉଜ୍‌କୁ ଟିମ୍‌ ଅପ୍‌ କରି ପିନ୍ଧିଥିଲେ।ଏହି ଶାଢ଼ି ସହିତ ମୋନି ହେଭି ଚୋକର ନେକ୍‌ଲେସ୍‌ ଓ ଖୋଲା କେଶ ରଖିଥିଲେ। ଏହି ଲୁକ୍‌ ଦୀପାବଳି ପାଇଁ ପୂରା ମାନିବ।

ଦିଶାଙ୍କ ପାରମ୍ପରିକ ଲୁକ୍‌

ସାଧାରଣତଃ ୱେଷ୍ଟର୍ଣ୍ଣ ଡ୍ରେସ୍‌ର ସବୁବେଳେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ଯେତେବେଳେ ବି ଭାରତୀୟ ପୋଷାକ ପିନ୍ଧନ୍ତି, ତେବେ ତାଙ୍କ ସୌନ୍ଦର୍ଯ୍ୟ ଦୁଇଗୁଣା ବଢ଼ିଯାଏ। ଦିଶାଙ୍କୁ ବ୍ଲୁ ରଙ୍ଗର ଲେହେଙ୍ଗା ଓ ଲାଇଟ୍‌ ପିଙ୍କ୍‌ ରଙ୍ଗର ହେବି ୱାର୍କଯୁକ୍ତ ଶାଢ଼ିରେ ଦେଖିବାକୁ ମିଳିଥିଲା। ଦିଶାଙ୍କ ଦୁଇଟି ଯାକ ଲୁକ୍‌ ଦୀପାବଳି ପାଇଁ ଏକ ଉତ୍ତମ ବିକଳ୍ପ ଅଟେ।

ମାଧୁରୀଙ୍କ ପିଙ୍କ୍‌ ଶାଢ଼ି

ପର୍ବ ପର୍ବାଣୀ ସମୟରେ କିଛି ପାରମ୍ପରିକ ଓ ହଟ୍‌କେ ଆଉଟ୍‌ଫିଟ୍‌ ପିନ୍ଧିବା ଲାଗି ସୁଯୋଗ ମିଳିଥାଏ। ଏପରିସ୍ଥଳେ ଆପଣ ଚାହିଲେ ଏଥର ଦୀପାବଳିରେ ସୁନ୍ଦର ଶାଢ଼ି ପିନ୍ଧିପାରିବେ। ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କୁ ପିଙ୍କ୍‌ କଲରର ଶାଢ଼ି ଓ ଏଥିସହିତ ଗୋଲ୍ଡେନ୍‌ ନେକ୍‌ଲେସ୍‌ ପିନ୍ଧିଥିଲେ। ଦୀପାବଳିରେ ପିନ୍ଧିବା ଲାଗି ଏହା ଏକ ଉପଯୁକ୍ତ ଆଉଟ୍‌ଫିଟ୍‌।

ଶିଳ୍ପାଙ୍କ ବେଲ୍ଟେଡ୍‌ ଫ୍ୟୁଜନ୍‌ ଶାଢ଼ି
ଯଦି ଆପଣଙ୍କ ପାଇଁ ଶାଢ଼ି ପିନ୍ଧିବା ଓ ଏହାକୁ ମ୍ୟାନେଜ୍‌ କରିବା କଷ୍ଟକର, ତେବେ ଶିଳ୍ପା ଶେଟ୍ଟୀଙ୍କ ଭଳି ରେଡି ଟୁ ୱିଅର ବେଲ୍ଟେଡ୍‌ ଶାଢ଼ି ଗାଉନ୍‌ ଟ୍ରାଏ କରିପାରିବେ। ଏହା ଦୀପାବଳି ପାଇଁ ପରଫେକ୍ଟ ଅଟେ।

କାଜୋଲଙ୍କ ଅଲଗା ଅଲଗା ଷ୍ଟାଇଲ୍‌
ଆପଣ ଚାହିଲେ ବଲିଉଡ୍‌ ଅଭିନେତ୍ରୀ କାଜୋଲଙ୍କ ଭଳି ଗ୍ରୀନ୍‌ କିମ୍ବା ହ୍ବାଇଟ୍‌ ରଙ୍ଗର ନେଟ୍‌ଯୁକ୍ତ ଶାଢ଼ି ଦୀପାବଳି ଅବସରରେ ପିନ୍ଧିପାରିବେ। ଏହାବ୍ୟତୀତ ଫ୍ୟୁଜନ୍‌ ଷ୍ଟାଇଲ୍‌ ଗାଉନ୍‌ ଲୁକ୍‌ଯୁକ୍ତ ଅଫ୍‌ ହ୍ବାଇଟ୍‌ ଓ ଗୋଲ୍ଡେନ୍‌ ଶାଢ଼ି ପିନ୍ଧି ପାରିବେ।

ବରୀନାଙ୍କ ମଲ୍ଟିକଲର ସ୍କର୍ଟ
ପାରମ୍ପରିକ ଡ୍ରେସିଙ୍ଗ କଥା ଆସିଲେ, କେବଳ ଶାଢ଼ି କିମ୍ବା ସୁଟ୍‌ ନୁହେଁ, ବରଂ ଲଙ୍ଗ ସ୍କର୍ଟ ମଧ୍ୟ ଭାରତୀୟ ୱିଅର ଓ ପାରମ୍ପରିକ ଲୁକ୍‌ରେ କାଉଣ୍ଟ କରାଯାଏ। ଏପରିସ୍ଥଳେ ଏହି ଦୀପାବଳିରେ ଆପଣ ଚାହିଲେ ଅଭିନେତ୍ରୀ ବରୀନା ହୁସୈନଙ୍କ ଭଳି ମଲ୍ଟିକଲର ସ୍କର୍ଟ ଓ ପିଙ୍କ୍‌ କଲରର କ୍ରପ୍‌ ଟପ୍‌ ଷ୍ଟାଇଲ୍‌ ବ୍ଲାଉଜ୍‌ ଟିମ୍‌ ଅପ୍‌ କରି ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ