ପାର୍ଟନରଙ୍କ ଅତୀତକୁ ନେଇ ଚିନ୍ତିତ କି? ନିଅନ୍ତୁ ପରାମର୍ଶ


ଦୀର୍ଘ ବର୍ଷ ଧରି ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ପରେ ମଧ୍ୟ ଯେତେବେଳେ ତାଙ୍କ ପାର୍ଟନରଙ୍କ ଅତୀତରେ କାହାରି ସହିତ ସମ୍ପର୍କ ଥିବା ଜଣାପଡ଼ିଥାଏ, ଅନେକେ ଏହାକୁ ସ୍ବୀକାର କରି ପାରି ନ ଥାନ୍ତି। ଏପରିସ୍ଥଳେ ତାଙ୍କୁ ସବୁବେଳେ ଏଣୁତେଣୁ ଚିନ୍ତା ଘାରିଥାଏ। ଯଦି ଆପଣଙ୍କ ଆଖାପାଖରେ ମଧ୍ୟ କୌଣସି ବ୍ୟକ୍ତି ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି, ତେବେ ତାଙ୍କର ସହାୟତା କରନ୍ତୁ। 

ଏଭଳି ପରିସ୍ଥିତି ଉପୁଜିଥାଏ
କାଉନ୍‌ସିଲର୍ସଙ୍କ କହିବାନୁସାରେ ତାଙ୍କ ପାଖକୁ ଏଭଳି ଅନେକ ମାମଲା ଆସୁଛି। ଯେଉଁଥିରେ ପତି କିମ୍ବା ପତ୍ନୀଙ୍କୁ ସେମାନଙ୍କ ପାର୍ଟନରଙ୍କ ଅତୀତର ପ୍ରେମ ସମ୍ପର୍କରେ ଜଣାପଡ଼ିବା ପରେ ତାହାକୁ ସେମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ନିଶ୍ଚିତ ଭାବେ ଭାବପ୍ରବଣତା ସହିତ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ। କେତେକ ପାରାମିଟରରେ ଏହା ଠିକ୍‌ ହୋଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ଗୁରୁତ୍ବହୀନ ମଧ୍ୟ। କାରଣ ଆମେ ନିଜର କିମ୍ବା ନିଜ ପାର୍ଟନରଙ୍କ ଅତୀତକୁ ବଦଳାଇ ପାରିବା ନାହିଁ। ଏପରି କେତେକ ମାମଲା ଦେଖିବାକୁ ମିଳିଥାଏ ଯେ ବିବାହିତ ଦମ୍ପତି ୬ରୁ ୭ ବର୍ଷ ଖୁସିରେ ବୈବାହିକ ଜୀବନ ବିତାଇଛନ୍ତି, ସେମାନଙ୍କର ପିଲା ମଧ୍ୟ ଅଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ପାର୍ଟନରଙ୍କ ବିବାହ ପୂର୍ବର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ସେମାନେ ଡିଷ୍ଟର୍ବ ହୋଇଯାଆନ୍ତି। ପାର୍ଟନରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ବଦଳରେ ସେମାନେ ତାଙ୍କଠାରୁ ଅଲଗା ହେବା ବିଷୟରେ ଚିନ୍ତା କରିଥାନ୍ତି।

ଏପରି କରନ୍ତୁ ସମସ୍ୟାର ସମାଧାନ
ଏପରି ପରିସ୍ଥିତି ସହିତ ସଂର୍ଘର୍ଷ କରୁଥିବା ବ୍ୟକ୍ତିଙ୍କ ମନରେ ଯଦି ନିଜ ପାର୍ଟନରଙ୍କଠାରୁ ଅଲଗା ହେବା ଚିନ୍ତାଧାରା ଆସୁଛି, ତେବେ ଏହା ପ୍ରଥମେ ତାଙ୍କ ପାର୍ଟନରଙ୍କୁ ଜଣାଇବା ଉଚିତ। ଯେଉଁ ଖବର ଆପଣ ଶୁଣିଛନ୍ତି, ତାହା ଶତ ପ୍ରତିଶତ ସତ ହେବା ଜରୁରୀ ନୁହେଁ। ଏଥିସହିତ ଆପଣଙ୍କ ପାର୍ଟନର ଏବେ ବି ତାଙ୍କ ସହିତ ସମ୍ପର୍କରେ ଅଛନ୍ତି କି ନାହିଁ, ତାହା ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ। କାରଣ ଆପଣଙ୍କ ସହିତ ନିଜ ସମ୍ପର୍କକୁ ସଠିକ୍‌ ଭାବେ ଓ ପୂରା ସମର୍ପଣ ସହିତ ପାଳନ କରୁଥିବା ସାଥୀ ତାଙ୍କ ଅତୀତ ପାଇଁ ଦଣ୍ଡିତ ହେବା ଉଚିତ ନୁହେଁ। ଯଦି ଆପଣ ନିଜ ପାର୍ଟନରଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ମାନସିକ ଓ ଭାବନାତ୍ମକ ରୂପରେ ଚିନ୍ତିତ ଓ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ଆପଣଙ୍କୁ କୌଣସି କାଉନସିଲର୍ସଙ୍କ ସହାୟତା ନେବା ଉଚିତ। ବିତି ଯାଇଥିବା ସମୟକୁ ଯାଇ ନିଜ ହିସାବରେ ସବୁକିଛି ବଦଳାଇବାର ବିକଳ୍ପ ଆମ ପାଖରେ ନାହିଁ। ତେଣୁ ନିଜ ବର୍ତ୍ତମାନକୁ ସୁଧାରିବା ସମସ୍ତଙ୍କ ପାଇଁ ଭଲ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ