ଇନ୍‌ଫୋସିସ୍‌ ସିଇଓ ଓ ସିଏଫ୍‌ଓଙ୍କ ବିରୋଧରେ ତଦନ୍ତ ଆରମ୍ଭ


ଦେଶର ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସଲିଲ୍‌ ପାରେଖ୍‌ ଓ ସିଏଫ୍‌ଓ ନୀଲାଞ୍ଜନ ରୟଙ୍କ ବିରୋଧରେ ଅନୈତିକ ଆଚରଣର ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏନେଇ ଇନ୍‌ଫୋସିସ୍‌ ଅଧ୍ୟକ୍ଷ ନନ୍ଦନ ନିଲେକନି ନିଜେ ଏକ ବିବୃତି ଜାରି କରି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଷ୍ଟକ୍‌ ମାର୍କେଟ୍‌ରେ ଇନ୍‌ଫୋସିସ୍‌ କମ୍ପାନୀର ଶେୟାର୍‌ ଦାମ୍‌ ବିଶେଷ ଭାବେ ହ୍ରାସ ପାଇଛି। ମଙ୍ଗଳବାର ଏହାର ଶେୟାର୍‌ ଦାମ୍‌ରେ ପାଖାପାଖି ୧୬ ପ୍ରତିଶତ ହ୍ରାସ ହୋଇଛି, ଯାହାକି ଗତ ୬ ବର୍ଷ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ। କମ୍ପାନୀର ମୁଖ୍ୟ ପଦରୁ ବିଶାଲ ସିକ୍କା ହଟିଯିବାର ଦୁଇ ବର୍ଷ ପରେ ଏହାର ଜଣେ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ଅନୈତିକ ଆଚରଣର ଅଭିଯୋଗ ଆସିଛି।

ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିବା ନେଇ ନିଲେକନି ଷ୍ଟକ୍‌ ଏକ୍ସଚେଞ୍ଜ୍‌କୁ ମଧ୍ୟ ସୂଚନା ଦେଇଛନ୍ତି। କମ୍ପାନୀର ଅଡିଟ୍‌ କମିଟି ଏହାର ନିରପେକ୍ଷ ତଦନ୍ତ ଆରମ୍ଭ କରିଛି। ଏଥିରେ ସହଯୋଗ କରୁଛି ପ୍ରଖ୍ୟାତ ଆଇନ ଫାର୍ମ ଶାର୍ଦ୍ଦୁଲ୍‌ ଅମରଚାନ୍ଦ ମଙ୍ଗଲଦାସ ଏଣ୍ଡ୍‌ କୋ.। ନିଲେକନିଙ୍କ ପକ୍ଷରୁ ଜାରି ବିବୃତି ଅନୁସାରେ, ଗତ ସେପ୍ଟେମ୍ବର ମାସରେ ଦୁଇଟି ଅଭିଯୋଗ ଆସିଥିଲା ଯେଉଁଥିରେ କମ୍ପାନୀର ଦୁଇ ଜଣ ବରିଷ୍ଠ ପଦାଧିକାରୀଙ୍କ ବିରୋଧରେ ଅନୈତିକ ଆଚରଣ ନେଇ ଅଭିଯୋଗ ରହିଥିଲା। ପ୍ରଥମ ଅଭିଯୋଗଟି ସେପ୍ଟେମ୍ବର ୨୦ରେ ଓ ଦ୍ବିତୀୟ ଅଭିଯୋଗଟି ସେପ୍ଟେମ୍ବର ୩୦ରେ ଆସିଥିଲା। ଉଭୟ ଅଭିଯୋଗକୁ ମଧ୍ୟ ଗତ ଅକ୍ଟୋବର ୧୦ ତାରିଖରେ ଅଡିଟ୍‌ କମିଟି ନିକଟରେ ଉପସ୍ଥାପନ କରାଯାଇଛି। ଗତ ଅକ୍ଟୋବର ୧୧ ତାରିଖରେ ବୋର୍ଡ ବୈଠକ ପରେ ଅଡିଟ୍‌ କମିଟି ସହ ଆଲୋଚନା ପରେ ଏହାର ନିରପେକ୍ଷ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ନିଲେକନି କହିଛନ୍ତି। ତଦନ୍ତ ପରେ ଯାହା ନିଷ୍କର୍ଷ ଆସିବ, ତାହା ଉପରେ ଠୋସ୍‌ ପଦକ୍ଷେପ ନିଆଯିବ ବୋଲି ନିଲେକାନି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।