ପବିତ୍ର ଜଳରେ ଭରା ‘ଯୀଶସ ଶୁଜ୍‌’, ଦାମ୍‌ ୨ ଲକ୍ଷ


ସ୍ପୋର୍ଟସ୍‌ ସାମଗ୍ରୀ ବିକ୍ରି କରୁଥିବା କମ୍ପାନୀ ନାଇକିର ଏକ ନୂଆ ଶୁଜ୍‌ ଏଡିସନ୍‌ ବଜାରରେ ତହଲକା ମଚାଇଛି। କମ୍ପାନୀ କିଛି ଦିନ ତଳେ ନାଇକି ଏୟାର ମ୍ୟାକ୍ସ ୯୭ ସ୍ନିକର୍ସ ବଜାରରେ ଲଞ୍ଚ କରିଛି। ଏହି ଜୋତାର ସୋଲ୍‌ରେ ପବିତ୍ର ନଦୀ ଜୋର୍ଡାନର ପାଣି ଭରା ହୋଇଛି ବୋଲି କୁହାଯାଉଛି। ପବିତ୍ର ଜଳରେ ଭରା ଏହି ଲିମିଟେଡ୍‌ ଏଡିସନ୍‌ର ସ୍ନିକର୍ସ ବଜାରରେ ଉପଲବ୍ଧ ହେଉଛି। ଏହି ଜୋତା କିଛି ମିନିଟ୍‌ରେ ହିଁ ବିକ୍ରି ହୋଇଯାଇଥିଲା। ପବିତ୍ର ଜଳ ଭରାଯାଇଥିବା ଏହି ଜୋତାର ଦାମ୍‌ ୩,୦୦୦ ଡଲାର ଅର୍ଥାତ ୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ଏହି ବିଶେଷ ହ୍ବାଇଟ୍‌ ନାଇକି ଏୟାର ମ୍ୟାକ୍ସ ୯୭, ଯାହାକୁ ଯୀଶସ ଶୁଜ୍‌ ବୋଲି ମଧ୍ୟ କୁହାଯାଉଛି। ଫକ୍ସ ନ୍ୟୁଜ୍‌ରେ ବୁଧବାର କୁହାଯାଇଛି ଯେ ବ୍ରୁକଲିନ୍‌ରେ ସ୍ଥାପିତ ଏମ୍‌ଏସ୍‌ସିଏଚ୍‌ଏଫ୍‌ ଦ୍ବାରା ଡିଜାଇନ୍‌ କରାଯାଇଛି। ଏହି ଜୋତା ଧଳା ରଙ୍ଗର ହୋଇଥିବାବେଳେ ଏହାର ସୋଲ୍‌ ସ୍ଥାନରେ ସ୍କାଏ ବ୍ଲୁ ରଙ୍ଗର ଟ୍ରାନ୍ସପେରେଣ୍ଟ ପଟ୍ଟି ରହିଛି। ଏହି ଜୋତାରେ ବାଇବେଲର ଆୟତେ ମଧ୍ୟ ଲେଖାଯାଇଥିବା ଦାବି କରାଯାଉଛି। ଏଥିରେ ମାଥ୍ୟୁ ୧୪.୨୫ ଭଳି ବିଶେଷ ଆୟତ ମଧ୍ୟ ରହିଛି।

କମ୍ପାନୀର ହେଡ୍‌ ଅଫ୍‌ କମର୍ସ ଡାନିୟଲ ଗ୍ରୀନବର୍ଗ କହିଛନ୍ତି ଯେ ଏହି କନ୍‌ସେପ୍ଟରେ ଏପର୍ଯ୍ୟନ୍ତ ଅଳ୍ପ କିଛି ହଳ ଜୋତା ଡିଜାଇନ୍‌ କରାଯାଇଛି। ଭବିଷ୍ୟତରେ ଏହି କନ୍‌ସେପ୍ଟରେ ଆହୁରି ଅଧିକ ଜୋତା ଡିଜାଇନ୍‌ କରିବା ଲାଗି ଏବେ ଯୋଜନା କରାଯାଇ ନାହିଁ। କାରଣ କମ୍ପାନୀର ଏହି ନୂଆ ପ୍ରଡକ୍ଟ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଭାବନାକୁ ଆଘାତ ପହଞ୍ଚାଇପାରେ। କାରଣ ଏହା ଉପରେ ଯୀଶୁଖ୍ରୀଷ୍ଟଙ୍କ ଛବି ମଧ୍ୟ ରହିଛି ବୋଲି ଡାନିୟଲ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ