ଖାଆନ୍ତୁ ଓ ଖୁଆନ୍ତୁ ଚଟପଟି ପନୀର ଏଣ୍ଡ କର୍ଣ୍ଣ ଚାଟ୍‌


ସାଧାରଣତଃ ଛୁଟି ଦିନ ସନ୍ଧ୍ୟାରେ ଲୋକେ କିଛି ହଟ୍‌କେ ଖାଇବାକୁ ଇଚ୍ଛା କରିଥାନ୍ତି। ଯଦି ଆପଣଙ୍କର କୁକିଂ ସଉକ ରହିଛି, ଏହି ଛୁଟି ଦିନରେ ନିଜ ପରିବାର ଲୋକଙ୍କ ପାଇଁ ସ୍ବାଦିଷ୍ଟ ଓ ଚଟପଟି ପନୀର ଏଣ୍ଡ କର୍ଣ୍ଣ ଚାଟ୍‌ ପ୍ରସ୍ତୁତ କରିପାରିବେ। ଏହା ତିଆରି କରିବା ମଧ୍ୟ ବହୁତ ସହଜ ହେବା ସହିତ ଖାଇବାକୁ ମଧ୍ୟ ବହୁତ ସ୍ବାଦିଷ୍ଟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଚଟପଟି ପନୀର ଏଣ୍ଡ କର୍ଣ୍ଣ ଚାଟ୍‌ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ ଟେବଲସ୍ପୁନ୍‌ ଅଲିଭ୍‌ ଅଏଲ୍‌, ୧ ଚାମଚ ସୋରିଷ, ୨ଟି କଞ୍ଚା ଲଙ୍କା, ୬-୭ଟି ଭ୍ରୁସଙ୍ଗ ପତ୍ର, ୧ ଚାମଚ ଜିରା ଗୁଣ୍ଡ, ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଚିନି, ୧ କପ୍‌ ସିଝା ମକା, ୨ ଟେବଲସ୍ପୁନ୍‌ ପନୀର, ୧ଟା କଟା କ୍ୟାପ୍‌ସିକମ୍‌, ୧ ଟା କଟା ପିଆଜ, ୧ ଟା ସିଝା ଆଳୁ, ୧ ଚାମଚ ଗୋଲମରିଚ ଗୁଣ୍ଡ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସୋରିଷ ଓ ଭ୍ରୁସଙ୍ଗ ପତ୍ର ପକାନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ୫ ମିନିଟ୍‌ ଯାଏ ଭାଜନ୍ତୁ। ପିଆଜ ଗୋଲ୍ଡେନ୍‌ ହୋଇଗଲା ପରେ ଏଥିରେ କଟା କ୍ୟାପ୍‌ସିକମ୍‌ ପକାନ୍ତୁ। ଭଲ ଭାବେ ପିଆଜ ଓ କ୍ୟାପ୍‌ସିକମ୍‌ ଭାଜି ହୋଇଗଲା ପରେ କଟା ଆଳୁ, କର୍ଣ୍ଣ ଓ ପନୀର ପକାଇ ୧ରୁ ୨ ମିନିଟ୍‌ ଯାଏ ଧିମା ଆଞ୍ଚରେ ଗୋଳାନ୍ତୁ। ଏବେ ଏଥିରେ ଲୁଣ, ଜିରା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଗ୍ୟାସ୍‌ରୁ ବାହାର କରି ଲେମ୍ବୁ ରସ ଓ ଚିନି ପକାଇ ଭଲ ଭାବେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଏଣ୍ଡ କର୍ଣ୍ଣ ଚାଟ୍‌। ଏହାକୁ ଟମାଟୋ ସସ୍‌, ଧନିଆ କିମ୍ବା ପୁଦିନା ଚଟଣୀ ସହିତ ଗରମ ଗରମ ଖାଆନ୍ତୁ ଓ ଖୁଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ