କାର୍ଯ୍ୟସ୍ଥଳୀରେ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ୧୦ ପ୍ରତିଶତ ମହିଳା


ଦେଶରେ ପ୍ରତ୍ୟେକ ୧୦ଜଣ ମହିଳାଙ୍କୁ ନିଜ କାର୍ଯ୍ୟସ୍ଥଳୀରେ କେବେ ନା କେବେ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଥାଏ। ଅଧିକାଂଶ ମହିଳାଙ୍କୁ କାର୍ଯ୍ୟସ୍ଥଳୀରେ ହେଉଥିବା ଯୌନଉତ୍ପୀଡ଼ନ ସମ୍ପର୍କରେ ଅଭିଯୋଗ ଦାଏର କରିବା ପାଇଁ କୌଣସି ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ମଧ୍ୟ ନ ଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ଘରୋଇ ଓ ଅସଂଗଠିତ କ୍ଷେତ୍ରରେ ମହିଳାଙ୍କ ବେତନକୁ ନେଇ ଭେଦଭାବର ସାମ୍ନା କରିବାକୁ ପଡ଼ୁଛି। ରାଷ୍ଟ୍ରୀୟ ମହିଳା ଆୟୋଗ ଓ ଭିଜନ ଫିମେଲ ଷ୍ଟଡିଜ୍‌ ଏନ୍‌ଲାଇଟ୍‌ମେଣ୍ଟ ସେଣ୍ଟର ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗତ ଦୁଇ ବର୍ଷରେ ଦେଶରେ ୬୪ ପ୍ରତିଶତ ଜିଲାରେ ୭୪ ହଜାର ୯୫ ମହିଳାଙ୍କ ସହିତ ଆଲୋଚନା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

କାର୍ଯ୍ୟସ୍ଥଳୀରେ କ୍ରେଚ୍‌ର ସୁବିଧା ନାହିଁ

ଗବେଷଣା ମୁତାବକ ଭାରତରେ ୮୭ ପ୍ରତିଶତ ୱାର୍କପ୍ଲେସ୍‌ରେ ପିଲାଙ୍କ ଯତ୍ନ ନେବା ପାଇଁ ଡେକେୟାର କିମ୍ବା କ୍ରେଚ୍‌ ସୁବିଧା ନାହିଁ। ଏହା ଏକ ବଡ଼ କାରଣ ଯେଉଁଥିପାଇଁ ଅଧିକାଂଶ ମହିଳା ମା’ ହେବା ପରେ ଚାକିରି ଛାଡ଼ିବାକୁ ପଡ଼ିଥାଏ। କେବଳ ୬୯ ପ୍ରତିଶତ କାର୍ଯ୍ୟାଳୟରେ ଶୌଚାଳୟ ସୁବିଧା ରହିଛି। ସେହିପରି କେବଳ ୫୧ ପ୍ରତିଶତ ମହିଳାଙ୍କୁ ନିୟମିତ ଭାବେ ଛୁଟି ମିଳିପାରୁଥିବାବେଳେ ବାକି ୪୯ ପ୍ରତିଶତ ମହିଳାଙ୍କୁ ଛୁଟି ନେବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ତେବେ ଗବେଷଣାରୁ ଜଣାପଡ଼ିଛି ଯେ କାର୍ଯ୍ୟସ୍ଥଳରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଖୁସି ରହିଥାନ୍ତି। ଦରମା ସହିତ ଏହି ଖୁସିର କୌଣସି ନେବା ଆଣିବା ନାହିଁ।

ମହିଳାଙ୍କ ପାଇଁ ଖୁସି ଖବର

ଦେଶର ୮୨ ପ୍ରତିଶତ ମହିଳାଙ୍କ ପାଖରେ ମତଦାତା ପରିଚୟ ପତ୍ର ରହିଛି। ୭୯ ପ୍ରତିଶତ ମହିଳାଙ୍କ ପାଖରେ ବ୍ୟାଙ୍କ ଖାତା ଓ ପ୍ୟାନ୍‌ କାର୍ଡ ରହିଛି। ୨୦୧୧ ଜନଗଣନା ପରେ ମହିଳାଙ୍କ ସାକ୍ଷରତାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ