ଜିନ୍ସ ପିନ୍ଧିବାବେଳେ ପୁଅମାନେ କରନ୍ତୁନି ଏସବୁ ଭୁଲ୍‌


ଜିନ୍ସ ଏବେ ପ୍ରତ୍ୟେକ ବୟସର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ସାଧାରଣତଃ ଅନେକ ପୁଅ ଜିନ୍ସ ପିନ୍ଧିବାବେଳେ କେତେକ ଭୁଲ୍‌ କରିଥାନ୍ତି। ଦେଖନ୍ତୁ ଆପଣ ମଧ୍ୟ ଏଭଳି ଭୁଲ୍‌ କରୁ ନାହାନ୍ତି ତ!

ଆଙ୍କଲ ଜିନ୍ସ ପିନ୍ଧିବାବେଳେ ଧ୍ୟାନ ଦିଅନ୍ତୁ
ଆଙ୍କଲ ଜିନ୍ସ କମ୍ବା କ୍ରପ୍‌ ଜିନ୍ସର ଲମ୍ବା ସେତିକି ହେବା ଦରକାର, ଯାହା ଠିକ୍‌ ଆଙ୍କଲ ଉପରେ ଶେଷ ହୋଇଯିବା ଦରକାର। ଆଙ୍କଲ ଜିନ୍ସ ଆଙ୍କଲ ଉପରକୁ କିମ୍ବା ତଳକୁ ହେବା ଉଚିତ ନୁହେଁ। କିନ୍ତୁ ସାଧାରଣତଃ ପୁଅମାନଙ୍କ ଆଙ୍କଲ ଜିନ୍ସ ତାଙ୍କ ଆଙ୍କଲକୁ କଭର କରି ତଳକୁ ଆସିଯାଏ। ତେଣୁ ଏପରି କରିବାଠାରୁ ଦୂରେଇ ରହନ୍ତୁ।

କେଉଁ ଜିନ୍ସ କେତେବେଳେ ପିନ୍ଧିବେ

ଲାଇଟ୍‌ ୱାଶ୍‌ ବା ଶେଡ୍‌ସ ଜିନ୍ସ ଦିନରେ ପିନ୍ଧିବା ଉଚିତ। ସେହିପରି ଡାର୍କ ରଙ୍ଗର ଜିନ୍ସ ରାତିରେ ପିନ୍ଧିଲେ ଭଲ ଲାଗିବ।

ଫୋଲ୍ଡ କଲାବେଳେ ଧ୍ୟାନ ଦିଅନ୍ତୁ
ଆଜିକାଲି ପୁଅମାନେ ନାରୋ ଫିଟ୍‌ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଯଦି ଜିନ୍ସ ଲମ୍ବା ହୋଇଥାଏ, ତେବେ ଅନେକ ଲୋକେ ତଳପଟୁ ଫୋଲ୍ଡ କରିଦିଅନ୍ତି। ଯାହାଫଳରେ ଏହା ଜାକି ହୋଇଯାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ। ପରଫେକ୍ଟ ଲୁକ୍‌ ଚାହୁଥିଲେ, ତୁରନ୍ତ ଏହାକୁ ଅଲ୍ଟର କରନ୍ତୁ।

ଆପଣଙ୍କ ହାଇଟ୍‌ ଓ ଜିନ୍ସ
ଜିନ୍ସର ଦୁଇଟି ପାର୍ଟନ ବହୁତ ପସନ୍ଦ କରାଯାଏ। ଗୋଟିଏ ସ୍ଲିମ୍‌ ଫିଟ୍‌ ଓ ଅନ୍ୟଟି ସ୍କିନି ଫିଟ୍‌। ସ୍ଲିମ୍‌ ଫିଟ୍‌ ଜିନ୍ସ ଆପଣଙ୍କୁ ଉତ୍ତମ ଫିଟିଂ ଦେଇଥାଏ, କିନ୍ତୁ ଚର୍ମ ସହିତ ଲାଗି ରହି ନ ଥାଏ। ସେହିପରି ସ୍କିନି ଫିଟ୍‌ ଜିନ୍ସ ପୂରାପୁରି ଫିଟ୍‌ ହୋଇଥାଏ। ତେଣୁ ଯଦି ଆପଣଙ୍କ ଉଚ୍ଚତା ଅଧିକ ରହିଥାଏ ଓ ଆପଣ ବହୁତ ପତଳା ହୋଇଥାନ୍ତି, ତେବେ ସ୍କିନି ଜିନ୍ସ ପିନ୍ଧିବାଠାରୁ ଦୂରେଇ ରହନ୍ତୁ।

ଜିନ୍ସ ସହିତ ଶାର୍ଟ କିମ୍ବା ଟି’ଶାର୍ଟ

ଜିନ୍ସ ସହିତ ଆପଣ ଶାର୍ଟ କିମ୍ବା ଟି’ଶାର୍ଟ କିଛି ବି ପିନ୍ଧିପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ ଫିଟ୍‌ନେସ୍‌ ଭଲ ନୁହେଁ, ତେବେ ଶାର୍ଟ ପିନ୍ଧିବା ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ। ଟି‘ଶାର୍ଟ ପିନ୍ଧୁଥିଲେ ଢିଲା ପିନ୍ଧନ୍ତୁ ଓ ଇନ୍‌ କରନ୍ତୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।