ଅତିଥିଙ୍କୁ ଖୁଆନ୍ତୁ ଭାନିଲା ସ୍ପଞ୍ଜ କେକ୍‌


ସ୍ପଞ୍ଜ କେକ୍‌ ତିଆରି କରିବା ଏକ ଭିନ୍ନ କଳା। ଅନେକ ସମୟରେ ଅନୁଭବ ଥିବା ଲୋକଙ୍କ ପାଇଁ ଏହା ତିଆରି କରିବା ମଧ୍ୟ କିଛି ମାତ୍ରାରେ କଷ୍ଟକର ହୋଇଯାଏ। କିନ୍ତୁ ଏଠାରେ ଆପଣଙ୍କୁ ସଫ୍ଟ ଏଣ୍ଡ ସ୍ପଞ୍ଜି କେକ୍‌ ତିଆରି କରିବାର ଏଭଳି ଉପାୟ କୁହାଯାଇଛି, ଯାହା ସହାୟତାରେ ଆପଣ ବହୁତ ସହଜରେ ଘରେ ମଧ୍ୟ ଭାନିଲା ସ୍ପଞ୍ଜ କେକ୍‌ ତିଆରି କରିପାରିବେ।

କ’ଣ ଦରକାର
୨୦୦ ଗ୍ରାମ୍‌ ମଇଦା, ଅଧ ଚାମଚ ଖାଇବା ସୋଡ଼ା, ୧୧୫ ଗ୍ରାମ୍‌ ଘରେ ତିଆରି ହୋଇଥିବା ଲହୁଣୀ, ୨ଟି ଅଣ୍ଡା, ୧ ଚାମଚ ଭାନିଲା ଏସେନ୍ସ, ୨୦୦ ଗ୍ରାମ୍‌ ବଡ଼ ଚିନି, ଅଧ ଚାମଚ ଲୁଣ, ୧୨୫ ମିଲି କ୍ଷୀର ଓ ୧ଟି ଅଣ୍ଡାର ଧଳା ଅଂଶ।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ମଇଦା ଓ ଲହୁଣୀକୁ ଭଲ ଭାବେ ମିଶାନ୍ତୁ। ଏହାପରେ ଖାଇବା ସୋଡ଼ା, ଭାନିଲା ଏସେନ୍ସ, ଚିନି, ଅଣ୍ଡା, ଲୁଣ ଓ କ୍ଷୀର ପକାଇ ପୁଣିଥରେ ଭଲ ଭାବେ ମିଶାନ୍ତୁ। ସ୍ପେଚୁଲା ସହାୟତାରେ ବ୍ୟାଟରକୁ ସେ ପର୍ଯ୍ୟନ୍ତ ଫେଣ୍ଟନ୍ତୁ, ଯେପର୍ଯ୍ୟନ୍ତ ବ୍ୟାଟର ପୂରା ସ୍ମୁଦ୍‌ ନ ହୋଇଛି। ମାଇକ୍ରୋ ଓଭାନ୍‌କୁ ୩୫୦ ଡିଗ୍ରି ତାପମାତ୍ରାରେ ପ୍ରିହୀଟ୍‌ କରିବା ପରେ ବ୍ୟାଟରକୁ କେକ୍‌ ଛାଞ୍ଚରେ ଢାଳି ବେକ୍‌ ହେବା ପାଇଁ ରଖନ୍ତୁ। ବ୍ୟାଟର ଢାଳିବା ପୂର୍ବରୁ କେକ୍‌ ଛାଞ୍ଚରେ ଭଲ ଭାବେ ଲହୁଣୀ ଲଗାନ୍ତୁ। ପାଖାପାଖି ୩୦ରୁ ୩୫ ମିନିଟ୍‌ ପର୍ଯ୍ୟନ୍ତ ବେକ୍‌ କରିବା ପରେ କେକ୍‌ ତିଆରି ହୋଇଯିବ। ଏହାକୁ ଓଭାନ୍‌ରୁ ବାହାର କରି ନର୍ମାଲ ତାପମାତ୍ରାରେ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭାନିଲା ସ୍ପଞ୍ଜ କେକ୍‌। ନିଜ ପସନ୍ଦ ଆକାରରେ ଏହାକୁ କାଟି ଏନ୍‌ଜୟ କରିପାରିବେ। କ୍ରିମ୍‌ ଓ ଜାମ୍‌ ଫିଲିଂ କରି ମଧ୍ୟ ଭାନିଲା ସ୍ପଞ୍ଜ କେକ୍‌ ଖାଇଲେ, ବହୁତ ସ୍ବାଦିଷ୍ଟ ଲାଗିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ