ଅନନ୍ୟା ଅନାମିକା: ବିଦେଶରେ ଚମକାଉଛନ୍ତି ଦେଶୀ ପୋଷାକ

ଭାରତୀୟ ଓ ୱେଷ୍ଟର୍ଣ୍ଣ ପୋଷାକକୁ ନେଇ ଟ୍ରେଣ୍ଡସେଟର ଡିଜାଇନରଙ୍କ ପରୀକ୍ଷାନିରୀକ୍ଷା

ଯେ କୌଣସି ଇଣ୍ଡଷ୍ଟ୍ରୀ ହେଉ ନା କାହିଁକି, ମହିଳମାନେ ନିଜକୁ କେବେ ବି ପଛୁଆ ବୋଲି ଭାବୁ ନାହାନ୍ତି। ସେମାନଙ୍କୁ ନିଜକୁ ପ୍ରମାଣିତ କରିବା ଲାଗି କେବଳ କାମ କରିବାକୁ ସୁଯୋଗ ମିଳିବା ଦରକାର। ଯେତେବେଳେ ଜଣେ ମହିଳା କୌଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି, ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଥାନ୍ତି। ଏମିତି ଜଣେ ମହିଳା ହେଉଛନ୍ତି ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିବା ୪୭ ବର୍ଷୀୟା ଫ୍ୟାଶନ୍‌ ଡିଜାଇନର ଅନାମିକା ଖାନ୍ନା। ଅନାମିକା କେବଳ ଭାରତରେ ନୁହେଁ, ପାକିସ୍ତାନ ସହିତ ବିଦେଶରେ ଟ୍ରେଣ୍ଡସେଟର ଫ୍ୟାଶନ୍‌ ଡିଜାଇନର ଭାବେ ଜଣାଶୁଣା। ତାଙ୍କ ଡିଜାଇନ୍‌ ରୟାଲ ଲୁକ୍‌ ହୋଇଥାଏ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ। ଅନାମିକା ନିଜ ଡିଜାଇନ୍‌ରେ କେବଳ ଭାରତୀୟ ପୋଷାକ ନୁହେଁ, ୱେଷ୍ଟର୍ଣ୍ଣ ପୋଷାକକୁ ନେଇ ମଧ୍ୟ ପରୀକ୍ଷାନିରୀକ୍ଷା କରିଛନ୍ତି। ଫ୍ୟାଶନ୍‌ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପରେ ସେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଚାଲନ୍ତୁ ଜାଣିବା ଅନାମିକାଙ୍କ ସମ୍ପର୍କରେ କିଛି ଅଜଣା କଥା।

ସୋନମଙ୍କଠାରୁ ଦୀପିକାଙ୍କ ପର୍ଯ୍ୟନ୍ତ ସଭିଙ୍କ ପାଇଁ କରିଛନ୍ତି ଡିଜାଇନ୍‌
ଅନାମିକା ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ କ୍ଲାଇଣ୍ଟ ତାଲିକାରେ ବଲିଉଡ୍‌ର ଅନେକ ତାରକା ସାମିଲ୍‌ ଅଛନ୍ତି। ସେମାନଙ୍କ ମଧ୍ୟରେ ସୋନମ କପୁର ଆହୁଜା, କରୀନା କପୁର ଖାନ, ଦୀପିକା ପାଦୁକୋନ, ଜାହ୍ନବୀ କପୁର ଆଦି ସାମିଲ୍‌ ଅଛନ୍ତି। ଏଥିସହିତ ଅନାମିକା ମୌସମ, ଫ୍ୟାଶନ୍‌, ଭାଗ୍‌ ମିଲ୍‌ଖା ଭାଗ, ଆୟଶା ଭଳି ଫିଲ୍ମ ପାଇଁ ଡ୍ରେସ୍‌ ଡିଜାଇନ୍‌ କରିଛନ୍ତି।

ନିଜ ଲେବଲକୁ ପ୍ରମୋସନ କରୁଛନ୍ତି
ଅନାମିକା ନିଜ ଡିଜାଇନ୍‌ କପଡ଼ାକୁ ନିଜ ଲେବଲ ସହିତ ପ୍ରମୋଟ୍‌ କରନ୍ତି। ତାଙ୍କ ଅନ୍ତରାଷ୍ଟ୍ରୀୟ ଲେବଲ ‘ଅନାମିକା’ ଅଟେ। ସେ ହେଉଛନ୍ତି ପଥମ ଭାରତୀୟ, ଯାହାଙ୍କ ନିଜର ଅନ୍ତରାଷ୍ଟ୍ରୀୟ ଲେବଲ ରହିଛି। ୨୦୦୭ରେ ପ୍ୟାରିସ୍‌ରେ ହୋଇଥିବା ଫ୍ୟାଶନ୍‌ ୱିକ୍‌ରେ ନିଜ ଡିଜାଇନ୍‌ ପ୍ରଦର୍ଶନ କରିଥିବା ପ୍ରଥମ ଭାରତୀୟ ଅଟନ୍ତି। ଏହାପରେ ୨୦୧୦ରେ ଲଣ୍ଡନ ଫ୍ୟାଶନ୍‌ ୱିକ୍‌ରେ ଅନାମିକା ଭାଗ ନେଇଥିଲେ। ସମାଜସେବା କରିବା ପାଇଁ ସେ ତାଙ୍କ ରୋଜଗାରର ଏକ ବଡ଼ ଭାଗ ଟାଟା କ୍ୟାନ୍ସର ହସ୍ପିଟାଲ ଓ ଅକ୍ଷୟ ପେଟି ଫାଉଣ୍ଡେସନ୍‌କୁ ଦାନ କରୁଛନ୍ତି।

ଭାରତୀୟ ପୋଷାକକୁ ଦେଉଛନ୍ତି ଆଧୁନିକ ଲୁକ୍‌

ଭାରତୀୟ ପୋଷାକକୁ ଆଧୁନିକ ଲୁକ୍‌ ଦେଇ ଅନାମିକା ଧୋତି ପ୍ୟାଣ୍ଟ, ତୁଲିପ ଡ୍ରେପ୍‌ ଶାଢ଼ି, ଟୁ ପଲ୍ଲୁ ଇନ୍‌ ଧୋତି ଶାଢ଼ି ଫ୍ୟାଶନ୍‌ର ଆରମ୍ଭ କରିଥିଲେ। ଏବେ ପ୍ରତ୍ୟେକ ଭାରତୀୟ ମହିଳା ଓ ଝିଅଙ୍କୁ ଏହି ଫ୍ୟାଶନ୍‌ ବହୁତ ପସନ୍ଦ। ଅନାମିକାଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଡ୍ରେସ୍‌ ପ୍ରତ୍ୟେକ ସମୟରେ ଟ୍ରେଣ୍ଡରେ ରହୁଥିବାବେଳେ ସମସ୍ତେ ପସନ୍ଦ ମଧ୍ୟ କରନ୍ତି।

ମୋଦିଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ସହିତ ଜଡ଼ିତ
ଅନାମିକା ଫ୍ୟାଶନ୍‌ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ହେବା ସହିତ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟର ଖଦୀ ଓ ଗ୍ରାମୋଦ୍ୟୋଗ ସହିତ ଜଡ଼ିତ ହୋଇଛନ୍ତି। ସେଠାରେ ସେ ଖଦୀ କପଡ଼ାର ଡିଜାଇନ୍‌ କରୁଛନ୍ତି। ଏଥିସହିତ ସେ ପାକିସ୍ତାନରେ ହୋଇଥିବା ବ୍ରାଇଡାଲ ଏସିଆ ପ୍ରଦର୍ଶନୀରେ ମଧ୍ୟ ସାମିଲ୍‌ ହୋଇଥିଲେ। ଯେଉଁଥିରେ ସେ ପ୍ରଥମ ଭାରତୀୟ ମହିଳା ଡିଜାଇନର ଭାବେ ଅଂଶଗ୍ରହଣ କରିଥିଲେ। ଏଥିସହିତ ଅନାମିକା ଲାକ୍‌ମୀ ଓ ଲଣ୍ଡନ ଫ୍ୟାଶନ୍‌ ୱିକ୍‌ରେ ମଧ୍ୟ ନିଜ ଡିଜାଇନ୍‌ ପ୍ରଦର୍ଶନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ