ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା, ହୋଇପାରେ ଲିଭର କ୍ୟାନ୍‌ସର


ପେଟ କ୍ୟାନ୍‌ସରର ଆରମ୍ଭ ସାଧାରଣତଃ ପେଟ ଭିତରେ କଫ ସୃଷ୍ଟି କରୁଥିବା କୋଷିକାରୁ ଆରମ୍ଭ ହୋଇଥାଏ। ଯଦିଓ ଅନ୍ୟ କ୍ୟାନ୍‌ସର ତୁଳନାରେ ଲିଭର କ୍ୟାନ୍‌ସର ବହୁତ କମ୍‌ ଦେଖାଯାଏ, କିନ୍ତୁ ସବୁଠାରୁ ଖରାପ କଥା ହେଉଛି ଏହାର ଲକ୍ଷଣ ବହୁତ ମୁସ୍କିଲ୍‌ରେ ବୁଝି ହୋଇଥାଏ। ସେତେବେଳକୁ ବହୁତ ବିଳମ୍ବ ହୋଇଯାଏ।

କାହିଁକି ହୋଇଥାଏ କ୍ୟାନ୍‌ସର
ସାଧାରଣତଃ କ୍ୟାନ୍‌ସରର ଆରମ୍ଭ ସେହିଠାରେ ହୋଇଥାଏ, ଯେଉଁଠି ଡିଏନ୍‌ଏ କୋଷିକାରେ ମ୍ୟୁଟେସନ୍‌ ହୋଇଯାଏ। ଏହି ମ୍ୟୁଟେସନ୍‌ କାରଣରୁ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ହୋଇ ବଢ଼ିଥାନ୍ତି। ଏହା ଏତେ ଅଧିକ ବଢ଼ିଯାଏ ଯେ ନର୍ମାଲ କୋଷିକାଗୁଡ଼ିକର ମୃତ୍ୟୁ ହେବାରେ ଲାଗିଥାଏ। ଏହି କୋଷିକାଗୁଡ଼ିକ ମିଶି ଟ୍ୟୁମର ତିଆରି କରନ୍ତି, ଯାହା ଶରୀରର ଅନ୍ୟ ଅଂଶ ଯାଏ ମାଡ଼ିଯାଏ।

ଲିଭର କ୍ୟାନ୍‌ସରର ଲକ୍ଷଣ
ପେଟ କ୍ୟାନ୍‌ସରର ଲକ୍ଷଣ ଗୁଡ଼ିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ଲିଭର କ୍ୟାନ୍‌ସରର ସାଧାରଣ ଲକ୍ଷଣ ହେଉଛି ଲଗାତର ବାନ୍ତି ଓ ଅସ୍ତବ୍ୟସ୍ତ ଲାଗିବା ଭଳି ଅଭିଯୋଗ ରହିବା, ଲଗାତର ଛାତି ଜଳାପୋଡ଼ା ହେବା, କମ୍‌ ଭୋକ ହେବା, ଅଚାନକ ଓଜନ କମି ଯିବା, ଲଗାତର ପେଟ ଫୁଲି ରହିବା, ଅଳ୍ପ ଖାଇଲେ ବି ପେଟ ପୂରିଲା ଭଳି ରହିବା, ଝାଡ଼ାରେ ରକ୍ତ ପଡ଼ିବା, ଜଣ୍ଡିସ୍‌ ହେବା, ଅଧିକ ଥକା ଲାଗିବା, ପେଟରେ ଯନ୍ତ୍ରଣା ହେବା ଓ ଖାଇବା ପରେ ଯନ୍ତ୍ରଣା ଅଧିକ ବଢ଼ିବା ଆଦି ଲିଭର କ୍ୟାନ୍‌ସର ଲକ୍ଷଣ ଅଟେ। ଯଦିଓ ଏସବୁ ଲିଭର କ୍ୟାନ୍‌ସରର ଲକ୍ଷଣ, ତେବେ ଏହା କ୍ୟାନ୍ସର ବି ନ ହୋଇପାରେ। ତେଣୁ ଅଧିକ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।

କାରଣ
ପେଟ କ୍ୟାନ୍‌ସର ପାଇଁ ଅନେକଗୁଡ଼ିଏ କାରଣ ହୋଇପାରେ। ଏଥିମଧ୍ୟରେ ଖରାପ ଡାଏଟ୍‌, ଅଧିକ ମାତ୍ରାରେ ଆଚାର, ରୋଷ୍ଟେଡ୍‌ ମିଟ୍‌ ଆଦି ଖାଇବା ଫଳରେ ଏହି ଆଶଙ୍କା ଅଧିକ ବଢ଼ିଯାଏ। ସେହିପରି ବଂଶାନୁକ୍ରମିକ କାରଣରୁ ମଧ୍ୟ ଲିଭର କ୍ୟାନ୍‌ସର ହୋଇପାରେ। ଯଦି ଆପଣଙ୍କ ପରିବାରରେ କାହାରି ଲିଭର କ୍ୟାନ୍‌ସର ରହିଛି, ତେବେ ପରିବାରର ଅନ୍ୟ ସଦସ୍ୟଙ୍କଠାରେ ଏହି ରୋଗ ହେବା ଆଶଙ୍କା ଦେଢ଼ ଗୁଣା ପର୍ଯ୍ୟନ୍ତ ବଢ଼ିଯାଏ। ସେହିପରି ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଲିଭର କ୍ୟାନ୍‌ସର ଆଶଙ୍କା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ