କରୱାଚୌଥରେ ଶାଶୂଙ୍କୁ ଦିଅନ୍ତୁ ଏହି ଉପହାର


ଚଳିତ ବର୍ଷ କରୱାଚୌଥ ୧୭ ଅକ୍ଟୋବର ଗୁରୁବାର ପଡ଼ୁଛି। କରୱାଚୌଥ ଭାରତୀୟ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଉତ୍ସବ ଅଟେ। ଏହି ଦିନ ମହିଳାମାନେ ପତିଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି। କରୱାଚୌଥ ଯଦିଓ ପତି ପତ୍ନୀଙ୍କ ପର୍ବ ହୋଇଥାଏ, କିନ୍ତୁ ଏଥିରେ ଘରର ବଡ଼ମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥାଏ। ବ୍ରତ ଓ ପୂଜା ପରେ ମହିଳାମାନେ ପୂଜା ସାମଗ୍ରୀ ଓ ଖାଦ୍ୟ ନିଜ ଶାଶୂ ମା’ ଓ ଶ୍ବଶୂରଙ୍କୁ ଅର୍ପିତ କରିଥାନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଶାଶୂ ଶ୍ବଶୁର ଅଛନ୍ତି, ତେବେ ଏହି କରୱାଚୌଥରେ ତାଙ୍କ ପାଇଁ ଏହି ଉପହାର କିଣିପାରିବେ।

ଶାଢ଼ି କିମ୍ବା ଶୃଙ୍ଗାର ବକ୍ସ
ଶାଢ଼ି କିମ୍ବା ସୁଟ୍‌, ଯାହା ଆପଣଙ୍କ ଶାଶୂ ମା’ ପସନ୍ଦ କରନ୍ତି, ତାହା ତାଙ୍କୁ ଉପହାରରେ ଦେଇପାରିବେ। ଏଥିସହିତ ଚୁଡ଼ି, ବିନ୍ଦି, ପାଉଁଜି, ମେହେନ୍ଦୀ, ମେକ୍‌ଅପ୍‌ କିଟ୍‌ ଏଥିସହିତ ରଖିପାରିବେ। ଏସବୁ ଜିନିଷ ତାଙ୍କ ବ୍ୟବହାରରେ ମଧ୍ୟ ଲାଗିବ ଓ ସେ ଖୁସି ମଧ୍ୟ ହୋଇଯିବେ।  ସେହିପରି ଶ୍ବଶୁରଙ୍କ ପାଇଁ ପାରମ୍ପରିକ କୁର୍ତ୍ତା, ପାଇଜାମ ମଧ୍ୟ କିଣିପାରିବେ।

ପର୍ସ, କ୍ଲଚ୍‌ କିମ୍ବା ପାଉଚ୍‌
ଆଜିକାଲି ବଜାରରେ ଅନେକ ପ୍ରକାରର ପର୍ସ, କ୍ଲଚ୍‌ ଓ ପାଉଚ୍‌ ଉପଲବ୍ଧ ରହିଛି। ଆପଣ ଚାହିଲେ ନିଜ ଶାଶୂ ମା’ଙ୍କ ପାଇଁ ତାଙ୍କ ଆବଶ୍ୟକ ଓ ପସନ୍ଦ ହିସାବରେ କୌଣସି ଉପହାର କିଣିପାରିବେ। ଆପଣ ଚାହିଲେ ଏହି ତିନୋଟି ଯାକକୁ ଏକ ଗିଫ୍ଟ ପ୍ୟାକ୍‌ କରି ମଧ୍ୟ ଉପହାର ଦେଇପାରିବେ।

ମୋତି
ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ସମୟ ପରେ ମହିଳାମାନେ ମୋତିରେ ତିଆରି କରାଯାଇଥିବା ଜୁଏଲାରୀ ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଆପଣ ଚାହିଲେ ରିଅଲ ପର୍ଲର ନେକ୍‌ଲେସ୍‌ ସେଟ୍‌ ଉପହାର ଦେଇପାରିବେ।

କଫି ମଗ୍‌ ଓ କୁସନ୍ସ
ଯଦି ଶାଶୂ ମା’ଙ୍କୁ କିଛି ଅଲଗା ଓ ଟ୍ରେଣ୍ଡିଂ ଉପହାର ଦେବାକୁ ଭାବୁଛନ୍ତି, ତେବେ ଲଭ୍‌ ୟୁ ମମ୍‌, ବେଷ୍ଟ ମଦର ଇନ୍‌ ଲ’ ଲେଖାଥିବା କଫି ମଗ୍‌ କିମ୍ବା କୁସନ୍ସର କମ୍ବୋ ପ୍ୟାକ୍‌ ତାଙ୍କୁ ଦେଇପାରିବେ। ଏହା ପ୍ରତ୍ୟେକ ଦିନ ଦେଖିବା ପରେ ତାଙ୍କ ମୁହଁରେ ଏକ ସୁନ୍ଦର ସ୍ମାଇଲ୍‌ ଆସିଯିବ।

ନୂଆ ଆଇଡିଆ
ଆପଣ ଶାଶୂ ମା’ଙ୍କୁ ପ୍ଲେନ୍‌ ନାଇଟ୍‌ ସୁଟ୍‌, ନାଇଟ୍‌ ଗାଉନ୍‌ କିଣି ଏହା ଉପରେ ନିଜ ଶାଶୂ ମା’ଙ୍କ ଫଟୋ ପ୍ରିଣ୍ଟ କରି ଉପହାର ଦେଇପାରିବେ। ଏହା ତାଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଚାହିଲେ କଫି ମଗ୍‌ରେ ଉଭୟଙ୍କ ଫଟୋ ପ୍ରିଣ୍ଟ କରି ମଧ୍ୟ ଉପହାର ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ