ସୋଫା ସେଟ୍‌ ସଫା କରିବା ଲାଗି ଆପଣାନ୍ତୁ ଏହି ଟିପ୍ସ


ଘରର ଇଣ୍ଟେରିଅର ଡେକୋରେସନ୍‌ରେ ସୋଫା ସେଟ୍‌ ଯେତିକି ଗୁରୁତ୍ବପୂର୍ଣ୍ଣ, ଏହାର ଯତ୍ନ ନେବା ମଧ୍ୟ ସେତିକି କଷ୍ଟକର। ପିଲାମାନେ ସୋଫା ଉପରେ ମଇଳା ଗୋଡ଼ ରଖିବା କିମ୍ବା କୌଣସି ଖାଦ୍ୟ ପଦାର୍ଥ ପଡ଼ିବା ଫଳରେ ଏହା ଅପରିଷ୍କାର ହୋଇଯାଏ। ଅତିଥିଙ୍କୁ ଏହି ମଇଳା ଓ ଅପରିଷ୍କାର ସୋଫାରେ ବସାଇବାକୁ ଭଲ ମଧ୍ୟ ଲାଗି ନ ଥାଏ। ମଇଳା ସୋଫାକୁ ବଜାରରେ ନେଇ ସଫା କରିବା ମହଙ୍ଗା ମଧ୍ୟ ପଡ଼ିଥାଏ। ତେଣୁ ଘରେ ସୋଫା କିପରି ସଫା କରାଯାଇପାରିବ, ତାହା ଆପଣ ଜାଣିବା ନିହାତି ଦରକାର। ଚାଲନ୍ତୁ ଜାଣିବା କୌଣସି ବିଶେଷଜ୍ଞଙ୍କ ବିନା ସହୟତାରେ କିପରି ଭାବେ ଘରେ ମଇଳା ସୋଫା ସଫା କରିପାରିବେ।

ଭାକ୍ୟୁମ୍‌ କ୍ଲିନର

ଆପଣଙ୍କ ସୋଫା କପଡ଼ା, ଲେଦର କିମ୍ବା ଅନ୍ୟ କୌଣସି ଜିନିଷରେ ତିଆରି କରାଯାଇଥାଏ। ତେଣୁ ପ୍ରଥମେ ଏହାକୁ ଆପଣ ଭାକ୍ୟୁମ୍‌ କ୍ଲିନରରେ ସଫା କରିବା ଉଚିତ। ଏହାଦ୍ବାରା ସୋଫା ଉପରେ ଜମି ରହିଥିବା ଧୂଳି, ବାଲି ଓ ଅନ୍ୟାନ୍ୟ ଜିନିଷ ସହଜରେ ସଫା ହୋଇଯାଏ। କେବଳ ସେତିକି ନୁହେଁ, ଭାକ୍ୟୁମ୍‌ କ୍ଲିନ୍‌ର ସୋଫାର ସମସ୍ତ ଅଂଶକୁ ସଫା କରିପାରେ।

କେମିକାଲ କ୍ଲିନର

ଯଦି ଆପଣଙ୍କ ଦାମୀ ସୋଫାରେ କୌଣସି ଦାଗ ଲାଗିଯାଇଛି, ତେବେ ଆପଣ କେମିକାଲ କ୍ଲିନରର ସାହାଯ୍ୟ ନେଇପାରିବେ। ପ୍ରତ୍ୟେକ ପ୍ରକାରର ସୋଫା ପାଇଁ ବଜାରରେ ଅଲଗା ଅଲଗା ପ୍ରକାରର କ୍ଲିନର ଉପଲବ୍ଧ ହେଉଛି। ସାଧାରଣତଃ ଆପଣ ଯେତେବେଳେ ସୋଫା ସେଟ୍‌ କିଣନ୍ତି, ସେହି ସମୟରେ ଏହାକୁ କେଉଁ ପ୍ରକାରର କେମିକାଲରେ ସଫା କରାଯାଇପାରିବ, ତାହା କୁହାଯାଇଥାଏ।

ସ୍ପଞ୍ଜ ଓ କପଡ଼ା
ସୋଫାର ଲେଦର କିମ୍ବା ଭେଲ୍‌ଭେଟ୍‌ ଅଂଶ ସଫା କରିବା ପରେ ସୋଫାର ପାଇପ୍‌ ଓ ସାଇଡ୍‌କୁ ସ୍ପଞ୍ଜ କିମ୍ବା ମୁଲାୟମ କପଡ଼ାରେ ସଫା କରନ୍ତୁ। କେବଳ ସେତିକି ନୁହେଁ, ସୋଫାର ପୂରା ଗଦିକୁ ସଫା କରିବା ବଦଳରେ ଯେଉଁ ସ୍ଥାନରେ ଦାଗ ଲାଗିଛି, ତାହା ସଫା କରନ୍ତୁ। ସୋଫାର ଯେଉଁ ସ୍ଥାନରେ ଦାଗ ଲାଗିଛି, ସେଠାରେ ସାବୁନ, ଫିଟିକିରି ଓ ଗରମ ପାଣିର ମିଶ୍ରଣ ପ୍ରସ୍ତୁତ କରି ସ୍ପ୍ରେ କରନ୍ତୁ। ଯଦି ସୋଫା ଲେଦରରେ ତିଆରି ହୋଇଛି, ତେବେ ଏହି ମିଶ୍ରଣରେ ଅଲିଭ୍‌ ଅଏଲ୍‌ ମିଶାଇ ପାରିବେ। ତେବେ ସୋଫାକୁ ଭଲ ଭାବେ ସଫା କରିବା ପରେ ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବେ ଶୁଖିବାକୁ ଛାଡ଼ନ୍ତୁ। ଯଦି ଆପଣ ଓଦା ସୋଫା ବ୍ୟବହାର କରୁଛନ୍ତି, ତେବେ ଏଥିରେ ଫିମ୍ପି ମାରିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ